Below header

ରାତିରେ ଲଗାନ୍ତୁ ଏହି ଜିନିଷ, ସକାଳ ସୁଦ୍ଧା ବିଲ୍‌କୁଲ ଗାଏବ ହୋଇଯିବ ବ୍ରଣ, ଗୋଟିଏ ବି ରହିବ ନାହିଁ ଚିହ୍ନ, ଦାଗ

ଅନେକ କାରଣରୁ ମୁହଁରେ ବ୍ରଣ ବାହାରିଥାଏ, ଯାହାକି ତ୍ୱଚା ପାଇଁ ବହୁତ ହାନିକାରକ ହୋଇଥାଏ। ଏହି ବ୍ରଣ ଯିବା ପରେ ମୁହଁରେ ଚିହ୍ନ, ଦାଗ ଛାଡ଼ି ଦେଇଥାଏ। ଆଉ ଏହା ଆପଣଙ୍କ ମୁହଁକୁ ପୂରା ଅସୁନ୍ଦର କରି ଦେଇଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ଟ୍ରିଟ୍‌ମେଣ୍ଟ ବିଷୟରେ କହିବୁ, ଯାହାକୁ ଆପଣାଇଲେ ରାତି ଭିତରେ ଆପଣଙ୍କ ବ୍ରଣ ଗାଏବ ହୋଇଯିବ ଏବଂ ଗୋଟିଏ ବି ଦାଗ ମୁହଁରେ ରହିବ ନାହିଁ। ଯଦି ଆପଣ ବ୍ରଣ ସମସ୍ୟାରୁ ନିସ୍ତାର ପାଇବାକୁ ଚାହୁଁଛନ୍ତି, ତ ଏକନେ ବା ପିମ୍ପଲ୍‌ ପ୍ୟାଚ ବ୍ୟବହାର କରିବାକୁ ହେବ। ଆସନ୍ତୁ ଜାଣିବା ଏହାକୁ ବ୍ୟବହାର କରିବାର ତରିକା।

-ପ୍ରଥମେ ଶୋଇବା ପୂର୍ବରୁ ନିଜ ମୁହଁକୁ ସଫା କରି ନିଅନ୍ତୁ ଏବଂ ମୁହଁରେ ମଇଶ୍ଚରାଇଜର ଲଗାନ୍ତୁ।

-ଏହାପରେ ପିମ୍ପଲ୍‌ ଉପରେ ପ୍ୟାଚ୍‌ ରଖନ୍ତୁ।

-ସାରା ରାତି ଏହି ପ୍ୟାଚ୍‌କୁ ବ୍ରଣ ଉପରେ ରହିବାକୁ ଦିଅନ୍ତୁ ଏବଂ ସକାଳୁ ଉଠି ଏହାକୁ ହଟାଇ ଦିଅନ୍ତୁ।

-ପିମ୍ପଲ୍‌ ପ୍ୟାଚ୍‌ ହଟାଇବା ପରେ ସ୍କିନ୍‌କୁ ଆରାମରେ ସଫା କରନ୍ତୁ ଏବଂ ସଫା କରିବା ପରେ ମଇଶ୍ଚରାଇଜର ଲଗାନ୍ତୁ।

ତେବେ ଏହି ପିମ୍ପଲ୍‌ ପ୍ୟାଚ୍‌ ବ୍ରଣର ନାଲି ଭାଗ, ଜ୍ୱଳନ ଏବଂ ଇନ୍‌ଫ୍ଲାମେଶନକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଥିବା ଆକ୍ଟିଭ୍‌ ଇନ୍‌ଗ୍ରୀଡିଏଣ୍ଟସ୍‌ ବ୍ରଣ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ। ଏତ୍‌ଦ ବ୍ୟତୀତ ବ୍ରଣକୁ ଭଲ କରିବା ପାଇଁ ଆପଣ ଅନ୍ୟାନ୍ୟ ଉପାୟ ମଧ୍ୟ ଆପଣାଇ ପାରିବେ। ଯେମିତି କି, ଟି-ଟ୍ରୀ ଅଏଲ, ବେଞ୍ଜାଇଲ୍‌ ପେରୋକ୍ସାଇଡ୍‌, ସ୍ୟାଲିସିଲିକ୍‌ ଏସିଡ୍‌ ଇତ୍ୟାଦି। ଏହାକୁ ବ୍ୟବହାର କରି ବ୍ରଣ ସମସ୍ୟାକୁ ଭଲ କରାଯାଇ ପାରିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.