୪୩ ବର୍ଷ ବୟସରେ କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ଦେହାନ୍ତ

ଭୁବନେଶ୍ବର(କେନ୍ଯୁଜ୍): କଂଗ୍ରେସ ନେତା ସଂଗ୍ରାମ ଜେନାଙ୍କ ଦେହାନ୍ତ । ୪୩ ବର୍ଷ ବୟସରେ ସଂଗ୍ରାମଙ୍କ ଦେହାନ୍ତ । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ଦେଲେ ବିଧାୟକ ସୁରେଶ ରାଉତରାୟ। ସଂଗ୍ରାମ ଯୁବକମାନଙ୍କୁ ନେଇ ବିଭିନ୍ନ ବିପର୍ଯ୍ୟୟ ସମୟରେ ଲୋକଙ୍କ ପାଖରେ ଠିଆ ହେଉଥିଲେ ବୋଲି ସୁରେଶ ରାଉତରାୟ କହିଛନ୍ତି।

ରାଜ୍ୟ ଯୁବ କଂଗ୍ରେସ ସଭାପତି ଥିଲେ । ଭଦ୍ରକ ଲୋକସଭା ନିର୍ବାଚନ ଆସନରୁ ସେ କଂଗ୍ରେସ ପ୍ରାର୍ଥୀ ଥିଲେ । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ପୁଅ ହେଉଛନ୍ତି ସଂଗ୍ରାମ ଜେନା । ସେ କିଛି ଦିନ ହେବ ହାଇଦ୍ରାବାଦରେ ଇକମୋ ଚିକିତ୍ସା ହେଉଥିଲେ । ଆଜି ସଂଧ୍ୟାରେ ତାଙ୍କ ମର ଶରୀର ଭୁବନେଶ୍ୱରରେ ପହଁଚିବ । ସଂଗ୍ରାମଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.