Below header

ଆଜିଠୁ ଆରମ୍ଭ ହେଲା ଗଙ୍ଗାସାଗର ମେଳା, ବୁଡ଼ ପକାଇ ପୁଣ୍ୟ ଅର୍ଜନ ପାଇଁ ଲାଗିଛି ଲକ୍ଷ ଲକ୍ଷ ଲୋକଙ୍କ ସମାଗମ

ନୂଆଦିଲ୍ଲୀ : ଭାରତ ବର୍ଷର ଅନ୍ୟତମ ବୃହତ୍ ଆସ୍ଥା ସ୍ଥଳୀ ଗଙ୍ଗାସାଗର । କୁମ୍ଭ ମେଳା ପରେ ଏହା ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ଧର୍ମୀୟ ମେଳା। ଯେଉଁଠି ଗଙ୍ଗା ଓ ସାଗରର ମିଳନ ଘଟିଛି । କୋଲକାତା ଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଥିବା ଏହି ତୀର୍ଥ ସ୍ଥଳର ପୌରାଣିକ ମାନ୍ୟତା ରହିଛି । ମକର ସଂକ୍ରାନ୍ତିରେ ଗଙ୍ଗା ସାଗରରେ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।

ଏଥିପାଇଁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଲାଗିଛି । ଗଙ୍ଗାସାଗରରେ ବୁଡ଼ ପକାଇ ପୁଣ୍ୟ ଅର୍ଜନ କରିବ ଭକ୍ତ । ଶ୍ରଦ୍ଧାଳୁମାନେ ଗଙ୍ଗା ସାଗରରେ ବୁଡ଼ ପକାଇ କପିଲ ମୁନୀ ଆଶ୍ରମରେ ପୂଜା ଦିଅନ୍ତି। କପିଲ ମୁନୀଙ୍କୁ ବିଷ୍ଣୁଙ୍କ ଅନ୍ୟ ରୂପ ଭାବେ ଆଖ୍ୟା ଦିଆଯାଇଛି । ଆଶ୍ରମରେ ନିର୍ମିତ ଭବ୍ୟ ମନ୍ଦିରରେ କପିଲ ମୁନୀଙ୍କ ବିଗ୍ରହ ମଧ୍ୟଭାଗରେ ରହିଛି । ଦେବୀ ଗଙ୍ଗା ଓ ସଗର ରାଜାଙ୍କ ଦୁଇ ମୂର୍ତ୍ତି ପୂଜା ପାଉଛନ୍ତି । ପୌରାଣିକ କଥା ଅନୁସାରେ ସଗର ବଂଶର ଭଗୀରଥ ସ୍ୱର୍ଗରୁ ଗଙ୍ଗାଙ୍କୁ ଆଣି ଏହିଠାରେ ନିଜ ପୂର୍ବଜଙ୍କୁ ମୋକ୍ଷ କରାଇଥିଲେ ।

ଏକାବନ ଦୀପକୁ ନେଇ ୫୮୦ କିଲୋମିଟର ବ୍ୟାପୀ ସାଗର ଦୀପ ଅବସ୍ଥିତ। ଗଙ୍ଗାସାଗର ମେଳା ଯୋଗୁ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ପୁଣ୍ୟାର୍ଥୀଙ୍କ ଧାଡ଼ି ଛୁଟୁଛି। ଏଠାରେ ସରକାରୀ ଓ ବେସରକାରୀ ଅତିଥି ଶାଳାମାନ ରହିଛି। କୋଲକାତା ଧର୍ମତାଲାରୁ ଗଙ୍ଗାସାଗର ପାଇଁ ସ୍ଵତନ୍ତ୍ର ବସ ପ୍ରତି ଅଧ ଘଣ୍ଟାରେ ଯାତ୍ରା କରୁଥିବା ବେଳେ ସିଆଲଦା ଓ କୋଲକାତା ରେଳ ଷ୍ଟେସନ୍‌ରୁ ପ୍ରତି ଘଣ୍ଟାରେ କାକଦୀପ ପର୍ଯ୍ୟନ୍ତ ରେଳ ଚଳାଚଳ କରୁଛି । ସେଠାରୁ ଲଟଏଇଟ ପର୍ଯ୍ୟନ୍ତ ରିକ୍ସା କିମ୍ବା ଅଟୋରେ ଯାଇ ବୋଟ୍‌ ଆଦି ଦ୍ଵାରା କଚୁବେଡିଆ ଯିବାକୁ ହୋଇଥାଏ। କଚୁବେଡିଆରୁ ଗଙ୍ଗା ସାଗର ହେଉଛି ୩୦ କିଲୋମିଟର ଦୂର । ସେଠାରେ ବସ ଯୋଗାଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.