Below header

ବାପାଙ୍କ ସହିତ ମିଶି କୁନି ପୁଅ ଗାଇଲା ଏମିତି ଗୀତ, ଆପଣ ବି ଶୁଣିଲେ କହିବେ ଆରେ ବାଃ…

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ହୃଦୟସ୍ପର୍ଶୀ ଗୀତ ଅନେକଙ୍କ ପାଇଁ ଖୁସିର ମାହୋଲ ଖେଳାଇଦବ । ଭିଡିଓରେ ଜଣେ ପିତା ଏବଂ ପୁଅଙ୍କ ଦ୍ବାରା ମଜାଳିଆ ଢଙ୍ଗରେ ଏକ ଗୀତ ପରିବେଷଣ କରାଯାଉଛି। ଭିଡିଓ ଦେଖିବାକୁ ଖୁବ୍ ଚମତ୍କାର ଲାଗୁଛି । ଏହି ଭିଡିଓକୁ ଆପଣ ମଧ୍ଯ ଦେଖିବା ପରେ ସମାନ କଥା କହିବେ ।

ଏହି ଭଡିଓ କ୍ଲିପ୍ ଟି ପ୍ରଥମେ ୨୦୨୧ମସିହାରେ ସଙ୍ଗୀତକାର ଇଭାନହୋ ସ୍ପାଲୁଟୋଙ୍କର ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରାଯାଇଥିଲା। ନିକଟରେ ଏହାକୁ ପୁଣି ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିବା ପରେ ଏହି କ୍ଲିପ୍ ପୁନର୍ବାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏହି ଭିଡିଓ କ୍ଲିପ୍ ରେ ତାଙ୍କ ସ୍ୱର ଖୁବ୍ ସୁମଧୁର ଲାଗୁଅଛି ।

ସ୍ପାଲୁଟୋ ତାଙ୍କ ପୁଅ ଜେସର୍ପରଙ୍କ ସହ ଏକ କାର ଭିତରେ ବସିଥିବାର ଦେଖିବାକୁ ମିଳିଛି। ଏହି ବାପ ପୁଅ ଯୋଡି ଏକ ଚମତ୍କାର ଗୀତ ଏକ ଗୀତ ଗାଉଥିବାର ଦେଖିବାକୁ ମଳିଛି।

 ଆପଣବି ଦେଖନ୍ତୁ ଏହି ଭିଡିଓ :


କିଛି ଦିନ ପୂର୍ବରୁ ପୋଷ୍ଟ ହେବା ପରେ ଏହି ଭିଡିଓ ଭାଇରାଲ ହୋଇଥିଲା। ବାସ୍ତବରେ, ବର୍ତ୍ତମାନ ପର୍ଯ୍ୟନ୍ତ, ଏହାକୁ ୨.୨ ମିଲିୟନରୁ ଅଧିକ ଲାଇକ୍ ମିଳିସାରିଲାଣି ଏବଂ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହି ଯୋଡି ଲୋକମାନଙ୍କୁ ପ୍ରଶଂସା କରି ବିଭିନ୍ନ ମନ୍ତବ୍ୟ ପୋଷ୍ଟ କରିବାକୁ ମଧ୍ୟ କହିଛି ।

ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି “ମୋର ହୃଦୟ ବର୍ତ୍ତମାନ କୁଣ୍ଢେମୋଟ ହୋଇଯାଇଛି। ଏହା ଅତ୍ୟନ୍ତ ସୁନ୍ଦର,। ଭିଡିଓର ଆଦରତା ଉପରେ ଅନ୍ୟ କେତେକ ମଧ୍ୟ ମନ୍ତବ୍ୟ ଦେଇଛନ୍ତି ।

ଭିଡିଓ ଦେଖି ଏହା ଉପରେ ଆପଣଙ୍କ କ’ଣ ଚିନ୍ତାଧାରା ଅଛି? ଲେଖି ଜଣାନ୍ତୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.