Below header

ଘରର ଏହି ସ୍ଥାନରେ ରଖନ୍ତୁ ବଂଶୀ, ହୋଇଯିବ ଚମତ୍କାର, ପତି-ପତ୍ନୀଙ୍କ ସମ୍ପର୍କରେ ଦେଖାଯିବ ମଧୁରତା

ବାସ୍ତୁଶାସ୍ତ୍ରରେ ଘରେ ସକାରାତ୍ମକ ପ୍ରଭାବ ବୃଦ୍ଧି କରିବା ଏବଂ ନକାରାତ୍ମକ ପ୍ରଭାବ ଦୂର କରିବା ପାଇଁ ଅନେକ ଉପାୟ ଉଲ୍ଲେଖ କରାଯାଇଛି | ବାସ୍ତୁବିତମାନଙ୍କ କହିବାନୁଯାୟୀ କୌଣସି ଜିନିଷକୁ ସଠିକ ଦିଗ ଏବଂ ସଠିକ ସ୍ଥାନରେ ରଖିବା ଦ୍ୱାରା ତାର ଲାଭ ପ୍ରାପ୍ତି ହୋଇଥାଏ | କାରଣ ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ |

ଏସବୁ ବ୍ୟତୀତ ବାସ୍ତୁଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ ଉଲ୍ଲେଖ କରାଯାଇଛି | ଏସବୁ ମଧ୍ୟରୁ ଗୋଟିଏ ହେଉଛି ବଂଶୀ | ବଂଶୀ ଭଗବାନ କୃଷ୍ଣଙ୍କର ଅତ୍ୟନ୍ତ ପ୍ରିୟ | ବାସ୍ତୁ ଅନୁଯାୟୀ ବଂଶୀକୁ ସଠିକ ଦିଗରେ ରଖିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହେବା ସହ ଘରେ ଶାନ୍ତି ଲାଗି ରହିଥାଏ | ତେବେ ଜାଣିବା ଘରେ ବଂଶୀକୁ କିପରି ରଖିବା ଉଚିତ |

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ବଂଶୀ ସର୍ବଦା ତାଙ୍କ ପାଖରେ ରହିଥାଏ। କୃଷ୍ଣଙ୍କ ସହ ରାଧାରାଣୀଙ୍କର ମଧ୍ୟ ବଂଶୀ ଅତ୍ୟନ୍ତ ପ୍ରିୟ | ଏଥିସହ ଘରୁ ବାସ୍ତୁ ଦୋଷ ଦୂର କରିବାରେ ମଫଃୟ ବଂଶୀ ସାହାଯ୍ୟ କରିଥାଏ | ଏପରିକି ଘରର କାନ୍ଥ କିମ୍ଭା ପୂଜା ଘର ବାହାରେ ଯୋଡ଼ା ବଂଶୀ ଲଗାଇବା ଦ୍ୱାରା ଧନ ବୃଦ୍ଧି ହୋଇଥାଏ |

ସେହିପରି ଯଦି କୌଣସି ବ୍ୟକ୍ତି କିଛି ନୂଆ କାମ ଆରମ୍ଭ କରନ୍ତି ଏବଂ ସେହି କାମ ଆରମ୍ଭ କରିବା ମାତ୍ରେ କାମ ବିଗିଡି ଯାଏ ତେବେ ଘରର କାନ୍ଥରେ ମୟୂରପୁଚ୍ଛ ଥିବା ବଂଶୀ ଲଗାନ୍ତୁ | ଏପରି କରିବା ଦ୍ୱାରା କାମ ସଠିକ ରୂପେ ହୋଇଥାଏ |

ଏଥିସହ ପତି-ପତ୍ନୀଙ୍କ ମଧ୍ୟରେ ମଧୁର ସମ୍ପର୍କ ପାଇଁ ରୁମରେ ସବୁଜ ରଙ୍ଗର ବଂଶୀ ଲଗାନ୍ତୁ | ଧ୍ୟାନ ରଖିବେ ଏହି ବଂଶୀ ଉପରେ ଯେପରି କାହାର ନଜର ନପଡ଼େ ଅର୍ଥାତ ଏହାକୁ ଲୋକଙ୍କ ନଜରରୁ ଲୁଚାଇ ରଖିବେ | ଏପରି କରିବା ଦ୍ୱାରା ଉଭୟଙ୍କ ମଧ୍ୟେ ସମ୍ମାନ ବଢିବା ସହ ଭଲପାଇବା ମଧ୍ୟ ବଢ଼ିଥାଏ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.