NTPCର ଦର୍ଲିପାଲି ପାଓ୍ଵାର ଷ୍ଟେସନରେ ହଠାତ୍‌ ସମସ୍ୟା, ବିଦ୍ୟୁତ ଯୋଗାଣରେ ଅସୁବିଧା

ସୁନ୍ଦରଗଡ଼(କେନ୍ୟୁଜ୍):  NTPCର ଦର୍ଲିପାଲି ପାଓ୍ଵାର ଷ୍ଟେସନରେ ହଠାତ ସମସ୍ୟା ଦେଖାଦେଇଛି । ଏଥିଯୋଗୁଁ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଫଳରେ ବିଦ୍ୟୁତ ଯୋଗାଣରେ ମଧ୍ୟ ଅସୁବିଧା ଦେଖାଦେଇଛି । NTPCର ଦର୍ଲିପାଲି ପାଓ୍ଵାର ଷ୍ଟେସନରେ ୮୦୦ ମେଗାଓ୍ଵାଟ୍‌ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଏଥିରୁ ଓଡ଼ିଶାକୁ ମିଳିଥାଏ ୪୦୦ ମେଗାଓ୍ଵାଟ୍‌ । ପାଓ୍ଵାରଷ୍ଟେସନରେ ଆବଶ୍ୟକୀୟ ପରିମାଣର ବିଜୁଳି ଶକ୍ତି ଉପଲବ୍ଧ ହେଉନାହିଁ । ଏଥିଯୋଗୁଁ ଲୋଡ ରେଗୁଲେସନକୁ ଏଡାଇ ହେବନାହିଁ ।

ବର୍ତ୍ତମାନ ଖାଉଟିଙ୍କ ଅସୁବିଧାକୁ କମାଇବା ପାଇଁ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ବିଜୁଳି ଶକ୍ତି ପ୍ରସଙ୍ଗରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ବୈଠକ ବସିବ ବୋଲି ଜଣାପଡିଛି । ଏଥିରେ ଶକ୍ତି ସଚିବ, ଗ୍ରୀଡକୋ, OPTCLର ଅଧିକାରୀମାନେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.