Below header

ଆଜି ହେଉଛି ଆର୍ଟ ଅଫ୍‌ ଗିଭିଂ ଦିବସ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଯୋଦ୍ଧାଙ୍କୁ ନମସ୍କାର ଓ ଶୁଭେଚ୍ଛା ଜଣାଇବାକୁ ପ୍ରତିଷ୍ଠାତା ଡ. ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ବାର୍ତ୍ତା

କେନ୍ୟୁଜ୍ (ବ୍ୟୁରୋ): ବିଶ୍ୱର ବିଭିନ୍ନ ସ୍ଥାନରେ ସପ୍ତମ ଅନ୍ତର୍ଜାତୀୟ ଆର୍ଟ ଅଫ୍‌ ଗିଭିଂ ଦିବସ ପାଳିତ । କରୋନାକୁ ଦୃଷ୍ଟିରେ ରଖି ଆର୍ଟ ଅଫ୍‌ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ଦିବସକୁ ବିଧିବଦ୍ଧ ଭାବରେ ପାଳନ ନକରି କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସେବାରେ ନିୟୋଜିତ ଥିବା କରୋନା ଯୋଦ୍ଧାଙ୍କୁ ନମସ୍କାର ଓ ଶୁଭେଚ୍ଛା ଜଣାଇବାକୁ ଆର୍ଟ ଅଫ୍‌ ଗିଭିଂର ଶୁଭେଚ୍ଛୁ ଓ ଅନୁଗାମୀଙ୍କୁ ଅନୁରୋଧ କରିଥିଲେ ।

ଡକ୍ଟର ସାମନ୍ତଙ୍କ ପରାମର୍ଶ କ୍ରମେ ଆଜି ସମସ୍ତେ କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ପାତ୍ରପଡ଼ା ସ୍ଥିତ ଅନାଥ ଆଶ୍ରମରେ ଇଞ୍ଜିନିୟର ଅଭିଜିତ ମଙ୍ଗରାଜ ଓ ଅନନ୍ୟା ପରିଡ଼ାଙ୍କ ନେତୃତ୍ୱରେ ସାମାଜିକ ଦୂରତ୍ୱ ରକ୍ଷା କରି ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ, ସାବୁନ ଓ ମାସ୍କ ବଣ୍ଟନ କରାଯାଇଛି । ସେହିପରି କିଛି ସହୃଦୟ ବ୍ୟକ୍ତି ଆଜି ବିଭିନ୍ନ ସ୍ଥାନରେ ଖାଦ୍ୟ, ମାସ୍କ, ସାବୁନ, ସାନିଟାଇଜର ଓ ଅନ୍ୟାନ୍ୟ ସାମଗ୍ରୀ ବାଣ୍ଟିବା ସହ କରୋନା ଯୋଦ୍ଧାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

 

ସେହିଭଳି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଭିନବ ଢଙ୍ଗରେ ପାଳିତ ହୋଇଛି ଆର୍ଟ ଅଫ୍‌ ଗିଭିଂ ଡେର ସପ୍ତମ ପ୍ରତିଷ୍ଠା ଦିବସ । ଜଳେଶ୍ୱର ହସ୍ପିଟାଲରେ ଥିବା ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସହରର ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଷ୍ପଗୁଚ୍ଛ ଦେଇ କରୋନା ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ କରିଥିଲେ ଆର୍ଟ ଅଫ ଗିଭିଂ ଶାଖାର ସଦସ୍ୟ । ଏହାସହ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି । ଆର୍ଟ ଅଫ୍‌ ଗିଭିଂ ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ତଥା ଆର୍ଟ ଅଫ୍‌ ଗିଭିଂର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅଭିନବ ପ୍ରଚେଷ୍ଠା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.