ପାର୍କରେ ଲାଗିଲା ଭୀଷଣ ନିଆଁ କିନ୍ତୁ ଜଳିଲାନି ଗୋଟିଏ ବି ଗଛ କି ଘାସ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହା ଅଦ୍ଭୁତ ତଥା ଅବିଶ୍ୱସନୀୟ ହୋଇଥାଏ। ଲୋକମାନେ ମଧ୍ୟ ଏଭଳି ଭିଡିଓକୁ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ମଧ୍ୟ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। କାରଣ ଭିଡିଓରେ ଏକ ପାର୍କରେ ନିଆଁ ଲାଗୁଥିବା ଦେଖାଯାଇଛି କିନ୍ତୁ ସେଠାରେ ଥିବା ଘାସର କୌଣସି କ୍ଷତି ହେଉନାହିଁ।

ଦେଖନ୍ତୁ ଭିଡିଓ:

Video Courtesy: Club De Montaña Calahorra

ଭିଡିଓରେ ଦେଖିପାରୁଥିବେ ନିଆଁ ଧୀରେ ଧୀରେ ପାର୍କ ସାରା ବ୍ୟାପିବାକୁ ଲାଗୁଛି। ପାର୍କରେ ଥିବା ଗଛ ପତ୍ର, ଧଳା ଘାସ ଓ ଚେୟାରରେ ବି ନିଆଁ ଲାଗୁଛି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନିଆଁ ଲାଗିବା ପରେ ଘାସ, ପତ୍ର, ଗଛ ଜଳିବା ବଦଳରେ ସବୁଜ ହୋଇଯାଉଛନ୍ତି। ପ୍ରଥମ ଥର ପାଇଁ ଭିଡିଓକୁ ଦେଖିଲେ ଯେ କେହି ବି ଚକିତ ହୋଇଯିବ। ନିଆଁ ଯୋଗୁ ଚେୟାରର ବି କୌଣସି କ୍ଷତି ହେଉନଥିବା ଦେଖାଯାଇଛି।

Mind-Boggling! Mysterious Fire in Spain Burns Without Damaging ...

ସେୟାର ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଭିଡିଓକୁ ୭୦ ଲକ୍ଷରୁ ଊର୍ଦ୍ଧ୍ୱ ଥର ଦେଖା ସରିଲାଣି। ଏକ ରିପୋର୍ଟ ମୁତାବକ କାନାଡ଼ାର ଚିନାର ଗଛର ଫଳରୁ ଧଳା ପଦାର୍ଥ ବାହାରିଥାଏ। ଏହାକୁ ସ୍ଥାନୀୟ ଅଧିକାରୀ ନିୟନ୍ତ୍ରିତ ନିଆଁ ସାହାଯ୍ୟରେ ସଫା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.