Below header

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪, ସ୍ପଷ୍ଟ କଲା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଗଞ୍ଜାମ: ଆଜି ସକାଳେ ଦୁଇ କରୋନା ମୃତକଙ୍କ ମଧ୍ୟରୁ ଜଣେ କରୋନା ନେଗେଟିଭ୍ ବୋଲି ଜଣାପଡିଛି । ଏ ହେଉଛନ୍ତି ଗଞ୍ଜାମ  ଜିଲ୍ଲାର ଦ୍ଵିତୀୟ ମୃତକ । ପ୍ରଥମେ ସେ କରୋନା ପଜିଟିଭ ବୋଲି ଚର୍ଚ୍ଚା ହେଉଥିବା ବେଳେ ପରେ କିନ୍ତୁ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହି ଦୁଇ ମୃତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ମୂଳ ବାସିନ୍ଦା ବୋଲି ଜଣାପଡିଛି । ଆଉ ମଧ୍ୟ ମୃତକ ଦୁଇ ଜଣ ପୁରଷ ଓ ସେମାନେ ସୁରତରୁ ହିଁ ଫେରିଥିଲେ । ଦୁଇ ମୃତକଙ୍କ ବୟସ ୩୮ ଓ ୪୫ ବର୍ଷ ।

ସୂଚନା ଦେବା ଯୋଗ୍ୟକି, ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ନୂଆ ରିପୋର୍ଟ ପ୍ରକାଶ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪ ବୋଲି ଧରାହେଉଛି । ରାଜ୍ୟରେ ଆଜି ୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.