Below header

ଆତ୍ମହତ୍ୟା କଲେ ଅଭିନେତା ମନମିତ, ଲକଡାଉନ ପାଇଁ ଥିଲେ ଚିନ୍ତାରେ

ମୁମ୍ବାଇ : ସବ୍ ଟିଭିରେ ପ୍ରସାରିତ ହିନ୍ଦୀ ଧାରାବାହିକ କାର୍ଯ୍ୟକ୍ରମ ‘ଆଦତ ସେ ମଜବୁର’ରେ ଅଭିନୟ କରିଥିବା ଅଭିନେତା ମନମିତ ଗ୍ରେୱାଲ ଆତ୍ମହତ୍ୟା କରିଛନ୍ତି। ୩୨ ବର୍ଷୀୟ ମନମିତ ଶୁକ୍ରବାର ରାତିରେ ଘରେ ଫାଶି ଲଗାଇ ଝୁଲି ପଡିଛନ୍ତି।

manpretମନମିତ ନିଜ ନିଜ ସ୍ତ୍ରୀଙ୍କ ସହିତ ନଭି ମୁମ୍ବାଇରେ ରହୁଥିଲେ। ତେବେ ମିଳିଥିବା ସୂଚନା ଅନୁଯାୟୀ ମନମିତ ଦେଶରେ ଚାଲିଥିବା ଲକଡାଉନ ପାଇଁ ବହୁତ ଚିନ୍ତାରେ ଥିଲେ। ଲକଡାଉନ କାରଣରୁ ତାଙ୍କ ରୋଜଗାର ବିଲକୁଲ ଠପ ହୋଇଯାଇଥିଲା। ଏଥିପାଇଁ ସେ ଡିପ୍ରେସନକୁ ଚାଲିଯାଇଥିଲେ।


ଲକଡାଉନ ପାଇଁ ଆର୍ଥିକ ବୋଝ ଅଧିକ ବଢିଯାଇଥିଲା। ଏହି ସମୟରେ ମନମିତଙ୍କୁ ମିଳୁଥିବା ଛୋଟ ମୋଟ କାମ ଏବଂ ପ୍ରୋଜେକ୍ଟ ମଧ୍ୟ ବନ୍ଦ ହୋଇଗଲା। ଏମିତିରେ ମନମିତଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କ ପାଖରେ ଘର ଭଡା ଦେବା ପାଇଁ ମଧ୍ୟ ଟଙ୍କା ନଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.