Below header

ଆଜି ବିଶ୍ବ ପାଳୁଛି ସଂଗୀତ ଦିବସ, ୧୯୮୨ରେ ଫ୍ରାନ୍ସରେ ପଡ଼ିଥିଲା ମୂଳଦୁଆ

ଆଜି ବିଶ୍ବ ସଙ୍ଗୀତ ଦିବସ । ଏହି ଦିନଟିକୁ ‘ଫଦେ ଦେ ଲା ମ୍ୟୁଜିକ୍ୟୁ’ ବୋଲି ପାଳନ କରାଯାଇଥାଏ । ଯାହାର ଅର୍ଥ କିଛି ସଂଗୀତ ପ୍ରସ୍ତୁତ କରିବା । ସିଙ୍ଗର ଓ ମ୍ୟୁଜିସିଆନ ମାନଙ୍କୁ ସମ୍ନାନ ଜଣାଇବା ପାଇଁ ଏହି ଦିନକୁ ବିଶ୍ବବ୍ୟାପି ପାଳନ କରାଯାଏ । ବିଶ୍ବ ସଂଗୀତ ଦିବସର ଇତିହାସ ଆରମ୍ଭ ହୁଏ ୧୯୮୨ରେ । ଏହି ଦିବସର ଜନ୍ମ ଫ୍ରାନ୍ସରେ ।

କେନ୍ୟୁଜ୍(ବ୍ୟୁରୋ): ଆଜି ବିଶ୍ବ ସଙ୍ଗୀତ ଦିବସ । ପ୍ରତ୍ୟେକ ବର୍ଷ ବିଶ୍ବ ସଙ୍ଗୀତ ଦିବସର ଏହି ବିଶେଷ ମୂହୁର୍ତ୍ତକୁ ପାଳନ କରିଥାନ୍ତି ସଙ୍ଗୀତ ପ୍ରେମୀ । ଏହି ଦିନଟିକୁ ‘ଫଦେ ଦେ ଲା ମ୍ୟୁଜିକ୍ୟୁ’ ବୋଲି ପାଳନ କରାଯାଇଥାଏ । ଯାହାର ଅର୍ଥ କିଛି ସଂଗୀତ ପ୍ରସ୍ତୁତ କରିବା । ଆନନ୍ଦ ଓ ଉତ୍ସାହର ସହ ଏହି ଦିନଟିକୁ ପାଳନ କରାଯାଏ । ସଙ୍ଗୀତର ୟୁନିଭର୍ସାଲ ଭାଷାକୁ ଆଗକୁ ନେବା ଓ ସଙ୍ଗୀତର ପ୍ରଚାର ପ୍ରସାର କରିବା ପାଇଁ ପ୍ରତ୍ୟେକ ବର୍ଷ ଏହି ଦିନକୁ ପାଳନ କରାଯାଇ ଥାଏ । ସିଙ୍ଗର ଓ ମ୍ୟୁଜିସିଆନ ମାନଙ୍କୁ ସମ୍ନାନ ଜଣାଇବା ପାଇଁ ଏହି ଦିନକୁ ବିଶ୍ବବ୍ୟାପି ପାଳନ କରାଯାଏ । ସଂଗୀତ ହିଁ ମଣିଷ ଜୀବନରେ ଆନନ୍ଦ ଭରିଥାଏ । ସଂଗୀତ ଶୁଣିଲେ ଆମ ମନକୁ ଶାନ୍ତି ମିଳେ । ଏହାକୁ ଭଲଗୀତ ଓ ସୁର ମାଧ୍ୟମରେ ସମ୍ଭବ କରାଇଥାନ୍ତି ଏହି ସଂଗୀତର ଯାଦୁକର ମାନେ । ଗୀତ ଅନେକଙ୍କ ପାଇଁ ଜୀବନ ପାଲଟି ଯାଏ । ସଂଗୀତକୁ ନେଇ ସେମାନେ ବଞ୍ଚିଥାନ୍ତି ।

ବିଶ୍ବ ସଂଗୀତ ଦିବସର ଇତିହାସ ଆରମ୍ଭ ହୁଏ ୧୯୮୨ରେ । ଏହି ଦିବସର ଜନ୍ମ ଫ୍ରାନ୍ସରେ । ସଂଗୀତ ପ୍ରତି ଦିନଟିକୁ ସମର୍ପିତ କରିବାର ଭାବନା ପ୍ରଥମେ ଫ୍ରାନ୍ସରେ ଆସିଥିଲା । ଜ୍ୟାକ ଲଙ୍ଗ, ତତକାଳୀନ ଫ୍ରାନ୍ସ ସଂସ୍କୃତି ମନ୍ତ୍ରୀ, ଗୀତିକାର ମୋଉରିସ ଫ୍ଲେଉରେଣ୍ଟ ଓ ଜଣେ ରେଡ଼ିଓ ପ୍ରଡୁସର ତଥା ମ୍ୟୁଜିକ ଜର୍ଣ୍ଣାଲିଷ୍ଟ  ପ୍ରଥମେ ଏହି ଚିନ୍ତାଧାରା ନେଇ ଆଗକୁ ଆସିଥିଲେ । ଜୁନ ୨୧ରେ ମ୍ୟୁଜିସିଆନ ଓ ସିଙ୍ଗର ପବ୍ଲିକ ପ୍ଲେସରେ ଏହି ଦିବସକୁ ସେଲିବ୍ରେଟ କରିଥିଲେ । ପ୍ରଥମଥର ପାଇଁ ଜୁନ ୨୧ ୧୯୮୨ରେ ଫ୍ରାନ୍ସର ପ୍ୟାରିସରେ ବିଶ୍ବ ସଂଗୀତ ଦିବସକୁ ପାଳନ କରାଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ଥିଲା ସଂଗୀତର ଡାଇଭରସିଟିକୁ ପ୍ରୋମୋଟ କରିବା । ୧୦୦୦ରୁ ଅଧିକ ସିଙ୍ଗର ଓ ମ୍ୟୁଜିସିଆନ ପ୍ୟାରିସ ନଗରୀର ଷ୍ଟ୍ରିଟରେ ସଂଗୀତ ପରିବେଷଣ କରିଥିଲେ । ଏହାର ସଫଳତା ପରେ ବିଶ୍ବବ୍ୟାପି ଏହି ଦିବସକୁ ପାଳନ କରାଯାଉ ଅଛି ।

ଏବର୍ଷର ବିଶ୍ବ ସଂଗୀତ ଦିବସର ଥିମ ରହିଛି ‘ମ୍ୟୁଜିକ ଅନ ଦ ଇଣ୍ଟରସେକ୍ସନ’ । ଯାହା ସଂଗୀତର ପାୱାରକୁ ପ୍ରସାରିତ କରିବ । କମ୍ୟୁନିଟି ଓ ଲୋକଙ୍କୁ ଏହା ଏକାଠି କରିବ । ଏହାରି ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆସିବ । ସମାଜ ସଂସ୍କାରରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସଂଗୀତ । ସେହିପରି ଚଳିତ ବର୍ଷର ଲକ୍ଷ୍ୟ ରହିଛି ମ୍ୟୁଜିକକୁ ଏକ ଆର୍ଟ ଫର୍ମରେ ରୂପାନ୍ତରଣ କରିବା । ଯାହା ସବୁ ଜେନେରେସନ ପାଇଁ ଗ୍ରହଣୀୟ ହେବ । ଏଥିରୁ ବଞ୍ଚିତ ଥିବା ଲୋକଙ୍କୁ ଏହି ଦୁନିଆକୁ ଟାଣି ଆଣିବା । ମ୍ୟୁଜିକର ବିଭିନ୍ନ ଜେନରକୁ ଖୋଜିବା । ଗୀତକୁ ଆମ ନିତିଦିନିଆର ଜୀବନର ଅଂଶ କରିବା । କହିବାକୁ ଗଲେ ଆମ ଜୀବନର ସବୁ ମୂହୁର୍ତ୍ତରେ ସଂଗୀତ ଆମର ସାଥୀ ହୋଇ ରହିବ ଏହାହିଁ ଲକ୍ଷ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.