ବିଚ୍‌ ରାସ୍ତାରେ ଜୁନିୟର ଇଞ୍ଜିନିୟରଙ୍କ କଲର୍‌ ଧରି ଗାଲରେ ଚାପୁଡ଼ା କଷିଦେଇ ଗଲେ ବିଧାୟିକା, ଭିଡିଓ ଭାଇରାଲ୍‌

ମହାରାଷ୍ଟ୍ରରେ ଜଣେ ବିଧାୟିକା ଜଣେ ଜୁନିୟର ସିଭିଲ୍‌ ଇଞ୍ଜିନିୟରଙ୍କୁ ଚାପୁଡ଼ା ମାରିଛନ୍ତି। କେବଳ ଚାପୁଡ଼ା ମାରିନାହାନ୍ତି, ବରଂ ସେ ତାଙ୍କୁ ଅଯୋଗ୍ୟ ବୋଲି ମଧ୍ୟ କହିଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମହାରାଷ୍ଟ୍ରରେ ଜଣେ ବିଧାୟିକା ଜଣେ ଜୁନିୟର ସିଭିଲ୍‌ ଇଞ୍ଜିନିୟରଙ୍କୁ ଚାପୁଡ଼ା ମାରିଛନ୍ତି। କେବଳ ଚାପୁଡ଼ା ମାରିନାହାନ୍ତି, ବରଂ ସେ ତାଙ୍କୁ ଅଯୋଗ୍ୟ ବୋଲି ମଧ୍ୟ କହିଛନ୍ତି। ଏହି ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ରିପୋର୍ଟ ମୁତାବକ, ନଗର ନିଗମର ଅଧିକାରୀମାନେ ଯେତେବେଳେ ଏକ ଘରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଥିଲେ ଏବଂ ବିନା ନୋଟିସ୍‌ରେ ସେମାନଙ୍କ ଘର ଭାଙ୍ଗିଥିଲେ, ସେହି ସମୟରେ ଠାଣେ ଜିଲ୍ଲାର ମୀରା ଭାୟନ୍ଦରରୁ ବିଧାୟିକା ଗୀତା ଜୈନ ପହଞ୍ଚି ଇଞ୍ଜିନିୟରଙ୍କୁ ଚାପୁଡ଼ା ମାରିଥିଲେ। ସେପଟେ ବର୍ତ୍ତମାନ ଘର ଭଙ୍ଗାଯିବା ପରେ ମହିଳା ଓ ଶିଶୁଙ୍କ ସମେତ ପରିବାର ଲୋକେ ରାସ୍ତାରେ ରହିବାକୁ ବାଧ୍ୟ ହୋଇଛନ୍ତି।

ଭିଡିଓରେ ଗୀତା ଜୈନ ଘର ଭାଙ୍ଗିବା ନେଇ ଜଣେ ଇଞ୍ଜିନିୟରଙ୍କୁ ଗାଳି କରୁଥିବା ଦେଖିବାକୁ ମିଳିଛି। ଏହାପରେ ସେ ତାଙ୍କ କଲର ଧରି ଚାପୁଡ଼ା ମାରୁଛନ୍ତି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଗୀତା ଜୈନ କହିଛନ୍ତି, ଯେତେବେଳେ ଘର ଭଙ୍ଗାଯାଉଥିଲା, ସେହି ସମୟରେ କାନ୍ଦୁଥିବା ମହିଳାମାନଙ୍କୁ ଦେଖି ଇଞ୍ଜିନିୟର ଜଣକ ହସୁଥିଲେ, ଯାହାକୁ ଦେଖି ସେ ବହୁତ ରାଗି ଯାଇଥିଲେ।

ବିଧାୟିକା କହିଛନ୍ତି ଯେ ଜୁନିୟର ସିଭିଲ୍ ଇଞ୍ଜିନିୟରଙ୍କ ଦ୍ୱାରା ଭାଙ୍ଗିଯାଇଥିବା ଘରର କେବଳ ଗୋଟିଏ ଅଂଶ ବେଆଇନ୍ ଥିଲା ଏବଂ ଏହି ବେଆଇନ ଅଂଶ ହଟାଇବାକୁ ଉକ୍ତ ପରିବାର ଲୋକେ ପ୍ରତିଶ୍ରୁତି ଦେଇଥିଲେ।

ଏହି ବେଆଇନ ନିର୍ମାଣ କୌଣସି ସରକାରୀ ପ୍ରକଳ୍ପ ନୁହେଁ, ବରଂ ଜଣେ ବିଲ୍ଡରଙ୍କର ଏକ ପ୍ରୋଜେକ୍ଟରେ ବାଧା ସୃଷ୍ଟି କରୁଥିଲା। ସେହି ବିଲ୍ଡରଙ୍କ ପାଇଁ ଇଞ୍ଜିନିୟର ସେଠାରେ ପହଞ୍ଚିଥିଲେ ଏବଂ ଉକ୍ତ ବେଆଇନ ଅଂଶକୁ ଭାଙ୍ଗିବା ପରିବର୍ତ୍ତେ ପୂରା ଘରଟିକୁ ଭାଙ୍ଗି ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.