ବାହାଘର ପରେ ଅନେକ ମନମାଳିନ୍ଯ, ଝଗଡା; ତଥାପି ଏକାଠି ରହିଛନ୍ତି ରୁବିନା ଏବଂ ଅଭିନବ

୫ମ ବିବାହ ବାର୍ଷିକୀ ସେଲିବ୍ରେଟ୍‌ କରିଛନ୍ତି ରୁବିନା ଏବଂ ଅଭିନବ । ବିଗବସ୍‌ ୧୪ ଶୋ ଦୁହିଁଙ୍କ ଜୀବନରେ ଆଣିଦେଇଥିଲା ନୂଆ ରାସ୍ତା। ଛାଡପତ୍ର ନେବାକୁ ଚେଷ୍ଟା କରୁଥିବା ରୁବିନା ଏବଂ ଅଭିନବ ଏହି ଶୋ’ରେ ଏକାଠି ହୋଇ ନିଜର ମନ ପରିବର୍ତ୍ତନ କରିଥିଲେ ।

ବଲିଉଡ ଇଣ୍ଡଷ୍ଟ୍ରୀରେ ବହୁ ଅଭିନେତା ଓ ଅଭିନେତ୍ରୀ କେତେବେଳେ ଲଭକୁ ନେଇ ଆଉ ଛାଡପତ୍ରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେଲିବ୍ରିଟିମାନେ ଦୀର୍ଘଦିନର ସଂପର୍କକୁ ମଧ୍ୟ ଭାଙ୍ଗିବାକୁ ପଛାନ୍ତି ନାହିଁ । ବଲିଉଡରେ ଅନେକ ସେଲିବ୍ରିଟି ଏବେ ଛାଡପତ୍ର ନେଉଥିବା ବେଳେ ଟିଭି ଅଭିନେତ୍ରୀ ରୁବିନା ଦିଲାଏକ ଏବଂ ଅଭିନବ ଶୁଳ୍କା ଏକାଠି ରହିଛନ୍ତି । ଉଭୟେ ୫ମ ବିବାହ ବାର୍ଷିକ ସେଲିବ୍ରେଟ୍‌ କରୁଥିବାର ନଜର ଆସିଛନ୍ତି ।

ରୁବିନା ଦିଲାଏକ ଓ ଅଭିନବ ଶୁକ୍ଲାଙ୍କ ଲଭ ଷ୍ଟୋରି କାହାକୁ ବା ଅଛପା । ଜଣେ ବନ୍ଧୁଙ୍କ ସହିତ ଗଣେଶ ପୂଜାରେ ଉଭୟଙ୍କର ଦେଖାହୋଇଥିଲା । ପ୍ରଥମ ଦେଖାରେ ହିଁ ଦୁହେଁ ଦୁହିଁଙ୍କୁ ମନ ଦେଇବସିଥିଲେ । ସେବେ ଠାରୁ ଲୁଚାଛପା ଭାବେ ପରସ୍ପରକୁ ପସନ୍ଦ କରୁଥିଲେ ।

ଥରେ ଅଭିନବ ଏକ ଇଣ୍ଟରଭ୍ୟୁରେ କହିଥିଲେ, ରୁବିନାଙ୍କୁ ଯେବେ ପ୍ରଥମ ଥର ଶାଢିରେ ଦେଖିଥିଲେ ସେବେ ଠାରୁ ତାଙ୍କୁ ହୃଦୟ ଦେଇ ବସିଥିଲେ । ଆଉ ତା’କିଛି ଦିନପରେ ଦୁଇଜଣଙ୍କ କଥାବାର୍ତ୍ତା ଓ ଦେଖା ସାକ୍ଷାତ ମଧ୍ୟ ଆରମ୍ଭ ହୋଇଥିଲା । ୨୦୧୫ରେ ଉଭୟେ ଡେଟ୍‌ କରିବାକୁ ଆରମ୍ଭ କରିଦେଇଥିଲେ ।

ଡେଟ୍‌ କରିବାର ୩ ବର୍ଷ ପରେ ରୁବିନା ଓ ଅଭିନବ ୨୧ ଜୁନ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଅଭିନବ ଓ ରୁବିନାଙ୍କ ମଧ୍ୟରେ ଅନେକ ମନମାଳିନ୍ୟ ହୋଇଥିଲା । ଆଉ ଏଥିପାଇଁ ଉଭୟେ ଛାଡପତ୍ର ନେବେ ବୋଲି ନିଷ୍ପତ୍ତି ମଧ୍ୟ ନେଇଥିଲେ ।

ହେଲେ ବିଗବସ୍‌ ୧୪ ରେ ଦୁହିଁଙ୍କ ଯୋଡି ଦେଖିବାକୁ ମିଳିଥିଲା । ଆଉ ଏହି ଶୋ ଏମାନଙ୍କ ସପଂର୍କକୁ ମଜବୁତ କରିବା ପାଇଁ ଆଣିଦେଇଥିଲା ନୂଆ ରାସ୍ତା । ଏହି ଶୋ କୁ ଆସିବା ପରେ ଦୁଇଜଣ ନିଜର ସମସ୍ତ ପଛ କଥା ଭୁଲି ସମ୍ପର୍କକୁ ଆଉ ଏକ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ସେବେ ଠାରୁ ଦୁହେଁ ଏବେ ବହୁତ ଖୁସିରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.