Below header

ଦିଲ୍ଲୀ ମେଟ୍ରୋରେ ପୁଣି କପଲ୍‌ଙ୍କ ରୋମାନ୍ସ, ପରସ୍ପରକୁ ଚୁମା ଦେଉଥିବାର ଭିଡିଓ ଭାଇରାଲ୍‌

ଦିଲ୍ଲୀ ମେଟ୍ରୋର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ କପଲ୍‌ ପରସ୍ପରକୁ କିସ୍‌ କରୁଥିବାର ନଜର ଆସୁଛନ୍ତି। ଭିଡିଓକୁ ନେଇ ଦିଲ୍ଲୀ ମେଟ୍ରୋ ମଧ୍ୟ ଟ୍ଵିଟ୍‌ କରିଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଦିଲ୍ଲୀ ମେଟ୍ରୋର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ଜଣେ କପଲ୍‌ ପରସ୍ପରକୁ କିସ୍‌ କରୁଥିବାର ନଜର ଆସୁଛନ୍ତି। ଭିଡିଓକୁ ନେଇ ଦିଲ୍ଲୀ ମେଟ୍ରୋ ମଧ୍ୟ ଟ୍ଵିଟ୍‌ କରିଛି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି। ଭିଡିଓ ଦେଖିବା ପରେ ଲୋକେ ବିଭିନ୍ନ କମେଣ୍ଟ୍‌ ଦେବାରେ ଲାଗିଛନ୍ତି।

କିଛି ଦିନ ତଳେ ହିଁ ଦିଲ୍ଲୀ ମେଟ୍ରୋରେ ଅଶ୍ଳୀଳତାର ଏମିତି ଅନେକ ଭିଡିଓ ଭାଇରାଲ ହୋଇଥିଲା, ଯାହାକୁ ନେଇ ଖୁବ୍‌ ହଙ୍ଗାମା ହୋଇଥିଲା। ଏହାକୁ ଧ୍ୟାନରେ ରଖି ଦିଲ୍ଲୀ ମେଟ୍ରୋ ଲୋକଙ୍କୁ ବିଭିନ୍ନ ପ୍ରକାରେ ସଚେତନ କରିଥିଲା, ତଥାପି ଲୋକଙ୍କ ଉପରେ ଏହାର କୌଣସି ବି ପ୍ରଭାବ ପଡ଼ୁଥିବାର ଦେଖିବାକୁ ମିଳୁନାହିଁ।

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ କପଲ୍‌ କୋଚ୍‌ର ଗେଟ୍‌ ପାଖ ସିଟ୍‌ରେ ବସିଛନ୍ତି। ଏହି ସିଟ୍‌ରେ ବସି ବସି ହିଁ ସେମାନେ ପରସ୍ପରକୁ କିସ୍‌ କରୁଛନ୍ତି। ଯେଉଁ କୋଚ୍‌ରେ କପଲ୍‌ ବସିଛନ୍ତି, ସେଥିରେ ମହିଳା, ପିଲା ଏବଂ ବରିଷ୍ଠ ନାଗରିକଙ୍କ ସମେତ ସମସ୍ତ ବର୍ଗର ଲୋକେ ଯାତ୍ରା କରୁଛନ୍ତି।

ମେଟ୍ରୋର ଅନ୍ୟ କୋଚ୍‌ରେ ବସିଥିବା ଜଣେ ଯୁବକ ଏହି ଅଶ୍ଳୀଳ ହରକତର ଭିଡିଓ ଶୁଟ୍‌ କରିଥିଲେ ଏବଂ ତାହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରି ଦେଇଥିଲେ। ଏହି ଭିଡିଓକୁ ଟ୍ଵିଟରରେ @BhagatSChingsubam ନାମକ ୟୁଜର ସେୟାର କରିଛନ୍ତି। ଏହାସହିତ ୟୁଜର ଜଣକ ଦିଲ୍ଲୀ ପୋଲିସ, ଦିଲ୍ଲୀ ମେଟ୍ରୋ, DMRC ଏବଂ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଟ୍ୟାଗ୍‌ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ମେଟ୍ରୋ ଉତ୍ତର ରଖି ଲେଖିଛି ଯେ ‘କୌଣସି ଅସୁବିଧା ପାଇଁ ଆମେ ଦୁଃଖିତ। ହୁଡା ସିଟି ସେଣ୍ଟରରେ ଯାଞ୍ଚ କରାଯାଇଛି, କିନ୍ତୁ ସେମିତି କୌଣସି ବି ଯାତ୍ରୀ ମିଳିନାହାନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.