ବିକାଶ ହେବ ଖଣ୍ଡାଧାର ଜଳପ୍ରପାତ, ଅଣ୍ଟା ଭିଡ଼ିଲା ପର୍ଯ୍ୟଟନ ବିଭାଗ

କରୋନା ମହାମାରୀ ପାଇଁ ଦୀର୍ଘ ୯ମାସ ଧରି ଘରେ ବନ୍ଦୀ ହୋଇ ରହିବାକୁ ପଡିଛି। କିନ୍ତୁ ଏବେ ଧୀରେ ଧୀରେ ପରିସ୍‌ଥିତି ସ୍ୱାଭାବିକ ଆଡକୁ ଗତି କରୁଛି। ଏନେଇ ପର୍ଯ୍ୟଟନ ଋତୁରେ ମଧ୍ୟ ପର୍ଯ୍ୟଟନ ସ୍ଥଳୀରେ ଭିଡ ଜମୁଥିବାର ଦେଖିବାକୁ ମିଳିଛି। କେନ୍ଦୁଝର ଜିଳ୍ଲା ଖଣ୍ଡାଧାର ଜଳପ୍ରପାତରେ ପାଣିରୁ ସୃଷ୍ଟି ହୋିଥିବା ଇନ୍ଦ୍ରଧନୁର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମୁଛି। କିନ୍ତୁ ଏଠାରେ ପର୍ଯ୍ୟଟକଙ୍କ ପାଇଁ ବିଶେଷ କିଛି ବ୍ୟବସ୍ଥା ହୋଇନଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଛନ୍ତି ।

ଅନ୍ୟପଟେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୁଡ଼ାଏ କାମ ହାତକୁ ନେବା ସହିତ ପ୍ରାୟ ୨ କୋଟି ୭୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଅନୁମୋଦନ କରାଯିବାକୁ ନେଇ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ସ୍ୱାଗତ କରିଛନ୍ତି | ଏନେଇ ସ୍ଥାନୀୟ ବିଧାୟକ ତଥା ଦକ୍ଷତା ବିକାଶ ମନ୍ତ୍ରୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହିତ ଏଠାରେ ପର୍ଯ୍ୟଟନର ବିକାଶ ହେବା ସହିତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି |

jalaprapataବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ରେ ଥିବା ଖଣ୍ଡାଧାର ଜଳପ୍ରପାତ | ପାହାଡ଼ ଉପରୁ କୁଳୁ କୁଳୁ ହୋଇ ଝରି ପଡୁଛି ଝରଣାର ପାଣି | ଆଉ ତଳେ ଜଳପ୍ରପାତର ଜଳ ପବନ ସହିତ ମିଶି ସାତ ରଙ୍ଗର ଇନ୍ଦ୍ରଧନୁ ସୃଷ୍ଟି କରୁଛି | ତାହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଏଠାକୁ ଧାଇଁ ଆସୁଛନ୍ତି | ଜଳପ୍ରପାତର ଜଳରେ ଗାଧୋଇବା ସହିତ ଇନ୍ଦ୍ରଧନୁର ମଜା ଲୋକଙ୍କୁ ବେଶ ଆକୃଷ୍ଟ କରୁଛି | ଖଣ୍ଡାଧାରର ସୌନ୍ଦର୍ଯ୍ୟ ଉପଭୋଗ ସହିତ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ | ଏହାର ସୁନ୍ଦରତା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ବାରମ୍ବାର ଲୋକେ ଏଠାକୁ ଟାଣି ହୋଇ ଆସୁଛନ୍ତି |

khandadhaarତେବେ ପାହାଡ଼ ତଳୁ ଉପରକୁ ଯିବାର ରାସ୍ତା ପ୍ରାୟ ଏକ କିଲୋମିଟର। ଏଥିପାଇଁ ବୟସ୍କ ଲୋକଙ୍କୁ ଏତେବାଟ ଚାଲି ଯିବାରେ ବହୁତ କଷ୍ଟ ହୋଇଥାଏ। ଅନ୍ୟପଟେ ଏଠାରେ ପିଇବା ପାଣି ଏବଂ ପରିସ୍ରାଗାର ନଥିବାରୁ ଅନେକ ଅସୁବିଧା ହେଉଥିବା ପର୍ଯ୍ୟଟକମାନେ ପ୍ରକାଶ କରିଛନ୍ତି। ଏନେଇ ଆଗାମୀ ଦିନରେ ପର୍ଯ୍ୟଟକଙ୍କ ରହଣି ବ୍ୟବସ୍ତା ତଥା ବୟସ୍କ ପର୍ଯ୍ୟଟକଙ୍କ ପାଇଁ ସୁବିଧା କରାଯିବା ପାଇଁ ଦାବି ରଖିଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଦକ୍ଷତା ବିକାଶ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଏହାକୁ ସ୍ୱାଗତ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି | ଓଡ଼ିଶା ସରକାର ବର୍ତ୍ତମାନ ପର୍ଯ୍ୟଟନକୁ ଗୁରୁତ୍ୱ ଦେବା ଦ୍ୱାରା ଖଣ୍ଡାଧାରର ବିକାଶ ହେଲେ ଏଠାକାର ଆଦିବାସୀଙ୍କୁ ରୋଜଗାରର ସୁଯୋଗ ମିଳିବ ବୋଲି ଦାବି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.