Below header

ଅଟୋ ସେକ୍ଟରରେ ପାଦ ରଖିବ ଆପଲ୍, ଲଞ୍ଚ୍ କରିବ କାର୍ ! ମିଳିବ ଆଡଭାନ୍ସଡ ବ୍ଯାଟେରୀ ଆଉ ଟେକ୍ନୋଲୋଜି

ଆମେରିକାର ଟେକନୋଲୋଜି ଜିଆଣ୍ଟ୍ ଆପଲ ୨୦୨୪ ସୁଦ୍ଧା କାର୍ ଉତ୍ପାଦନ ଆରମ୍ଭ କରିବ । ଏହି ପାସେଞ୍ଜର କାର୍ ଆଡଭାନ୍ସଡ୍ ବ୍ୟାଟେରୀ ଟେକ୍ନୋଲୋଜି ଉପରେ ଆଧାରିତ ହେବ । ନ୍ୟୁଜ୍ ଏଜେନ୍ସି ରୟଟର୍ସ ଅନୁସାରେ, କମ୍ପାନୀ ପ୍ରୋଜେକ୍ଟ ଟାଇଟନ୍ ନାମରେ ୨୦୧୪ରୁ ହିଁ ଅଟୋ ସେକ୍ଟରରେ ପାଦ ରଖିବା ପାଇଁ କାମ ଆରମ୍ଭ କରିଦେଇଛି । ଏହି ସମୟରେ କମ୍ପାନୀ କାରର ଏକ ଡିଜାଇନ୍ ପ୍ରସ୍ତୁତ କରିଥିଲା । ପରେ ଏଥିରୁ କିଛି ସମୟ ପାଇଁ କମ୍ପାନୀ ପଛକୁ ହଟି ସଫ୍ଟଓେୟାର ଉପରେ ଫୋକସ୍ କରିଥିଲା।

ରୟଟର୍ସ ଅନୁସାରେ, ଏବେ ଆପଲ ନିଜେ ଏହି ପ୍ରୋଜେକ୍ଟ ବାବଦରେ ସୂଚନା ଦେଇନାହିଁ । ଏହି ପ୍ରୋଜେକ୍ଟକୁ ଦେଖିବା ପାଇଁ ୨୦୧୮ରେ କମ୍ପାନୀ ଛାଡିଥିବା ବରିଷ୍ଠ ଅଧିକାରୀ ଡୋଗ୍ ଫିଲ୍ଡ ପୁଣି ଫେରି ଆସିଛନ୍ତି । ସେତେବେଳେ ସେ ଟେସଲା ଇଙ୍କରେ କାମ କରୁଥିଲେ । ସେ ୧୯୦ ଜଣିଆ ଏକ ଟିମ୍ ତିଆରି କରିଥିଲେ ।

apple

ଏହାପରେ କମ୍ପାନୀ ଅଟୋ ମୋବାଇଲ ମାମଲାରେ ଅଧିକ ଆଗକୁ ବଢିଛି। କମ୍ପାନୀ ଉପଭୋକ୍ତାଙ୍କ ପାଇଁ ଉପଯୁକ୍ତ ବାହନ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି । ଆପଲ୍ ଏହି ଯୋଜନାକୁ ସାର୍ବଜନୀନ କରିନାହିଁ। ତେବେ କାର୍ ତିଆରି ପାଇଁ କମ୍ପାନୀକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଗୁଗଲର ମୂଳ କମ୍ପାନୀ ଆଲଫାବେଟ୍ ମଧ୍ୟ ରୋବୋ ଟାକ୍ସି କାର୍ ଆରମ୍ଭ କରୁଛି । ଯାହା ବିନା ଡ୍ରାଇଭରରେ ଚାଲିପାରିବ ।

ଆପଲ୍ ଏପରି ଏକ ନୂଆ ବ୍ୟାଟେରୀକୁ ଡିଜାଇନ୍ କରୁଛି ଯାହା ବାହନକୁ ଅଧିକ ଶକ୍ତି ଯୋଗାଇବ ଓ ଦୀର୍ଘ ସମୟ ଧରି ଚାଲିବ । ଏହା ଉପରେ କମ୍ପାନୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି । ଆପଲ ଦୁନିଆର ଏକ ପ୍ରତିଷ୍ଠିତ ବ୍ରାଣ୍ଡ । କମ୍ପାନୀ ଫୋନ ଠାରୁ ଆରମ୍ଭ କରି ଟାବଲେଟ୍ ଏବଂ ଫିଟସେନ ବ୍ଯାଣ୍ଡ ଭଳି ପ୍ରଡକ୍ଟ ପ୍ରିମିୟମ କ୍ବାଲିଟର ଥାଏ। ଯାହା ଲୋକଙ୍କୁ ବହୁତ ପସନ୍ଦ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.