Below header

ତ୍ରିକୋଣୀୟ ପ୍ରେମ ଘଟଣା ; ପ୍ରେମିକାର କଥାରେ ଭାସିଯାଇ ଅଞ୍ଜନକୁ ହତ୍ୟା କଲା ପିଙ୍କୁ

ଦେଖ ପିଙ୍କୁ ଗୌତମ ନା ଭାରି ହଇରାଣ କରୁଛି l ରାସ୍ତା ଘାଟରେ ଚଲେଇ ଦେଉନି l ସବୁବେଳେ ଫୋନ କରି ଏଣୁ ତେଣୁ କହୁଛି l ବାସ୍‌ ପ୍ରେମିକାର ଏତିକି କଥା ପ୍ରେମିକକୁ ବନାଇ ଦେଲା ହତ୍ୟାକାରୀ । ନିହାରିକା ପ୍ରେମର ମାୟା ଜାଲରେ ଛନ୍ଦି ହୋଇଥିବା ପିଙ୍କୁ ଯେହେତୁ ଉଠାଇ ନେଲା ଖଣ୍ଡା । ଆଉ ହାଣି ଦେଲା ଅଞ୍ଜନକୁ ।

ଦେଖ ପିଙ୍କୁ ଗୌତମ ନା ଭାରି ହଇରାଣ କରୁଛି l ରାସ୍ତା ଘାଟରେ ଚଲେଇ ଦେଉନି l ସବୁବେଳେ ଫୋନ କରି ଏଣୁ ତେଣୁ କହୁଛି l ବାସ୍‌ ପ୍ରେମିକାର ଏତିକି କଥା ପ୍ରେମିକକୁ ବନାଇ ଦେଲା ହତ୍ୟାକାରୀ । ନିହାରିକା ପ୍ରେମର ମାୟା ଜାଲରେ ଛନ୍ଦି ହୋଇଥିବା ପିଙ୍କୁ ଯେହେତୁ ଉଠାଇ ନେଲା ଖଣ୍ଡା । ଆଉ ହାଣି ଦେଲା ଅଞ୍ଜନକୁ । ଅବଶ୍ୟ ପିଙ୍କୁ ନାଁରେ ପୂର୍ବରୁ କିଛି କମ୍‌ ମାମଲା ନଥିଲା । ଅଳ୍ପ ଦିନ ତଳେ ସେ ଜେଲରୁ ଫେରିଥିଲା । ପିଙ୍କୁର ଭଲ ନାଁ ହେଉଛି କାହ୍ନା । ଅପରାଧିକ କାର୍ଯ୍ୟକଳାପ ସହିତ ରିଲ୍‌ ବି କରେ । ନିହାରିକା ବି ରିଲ୍‌ କରିବାରେ ଓସ୍ତାଦ । ଅଞ୍ଜନ ହତ୍ୟାକାଣ୍ଡର ଘଟଣା ଥିଲା ଏମିତି ।

ଯେତେବେଳେ ପିଙ୍କୁ ଓରଫ କାହ୍ନା ଜେଲରୁ ଫେରିଲା ସେତେବେଳେ ପ୍ରେମିକା ନିହାରିକା ତାକୁ ଗୌତମ ହଇରାଣ କରୁଥିବା କଥା କହିଲା । ତାପରେ ରାଗରେ ପାଚି ଗଲା । ଆଉ ଗୌତମକୁ ଡକାଇ ପଠାଇଲା ଘଟଣା ଦିନ ରାତିରେ l ନିହାରିକାର ପୂର୍ବତନ ପ୍ରେମିକ ଗୌତମ ତା ସାଙ୍ଗ ଅଞ୍ଜନକୁ ଧରି ଚିନ୍ତାମଣିଶ୍ୱର ଅଞ୍ଚଳରେ ପହଁଚିଲା । ଉଭୟଙ୍କ ମଧ୍ୟରେ ବଚସା ବେଳେ ଅଞ୍ଜନ ବାହାରି କିଛି କହିବା ପାଇଁ ଚେଷ୍ଟା କରୁଥିଲେ l ନିଜ ସାଙ୍ଗ ଗୌତମ ସପକ୍ଷରେ ବାହାରିଥିଲା । ତେବେ ଯୁକ୍ତିତର୍କ ଉଗ୍ର ରୂପ ନେଲା ଆଉ ପିଙ୍କୁ ନିଜ ବାଇକରୁ ଖଣ୍ଡା ବାହାର କରି ଅଞ୍ଜନକୁ ଚୋଟ ଦେଇ ଚାଲିଲା । ଯେଉଁଥିରେ ତାର ମୃତ୍ୟୁ ହେଲା । ବିନା କାରଣରେ ବାପାମା ମା ତାଙ୍କ ଏକମାତ୍ର ପୁଅକୁ ହରାଇଲେ । ତେବେ ପ୍ରକୃତ ଘଟଣା ଜାଣିଲେ ଆପଣମାନଙ୍କ ଆଶ୍ଚର୍ଯ୍ୟରେ ସୀମା ରହିବ ନାହିଁ । ନିହାରିକା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଦୋଷ ଦେଉଛନ୍ତି ଗୌତମର ପରିବାର ଲୋକ । ସେମାନଙ୍କ କଥା ଅନୁସାରେ ନିହାରିକା ଜଣେ କଲେଜ ପଢୁଆ ଛାତ୍ରୀ l ଚିନ୍ତାମଣିଶ୍ୱର ଅଞ୍ଚଳରେ ରହୁଥିବା ବେଳେ କଲେଜ ଛାତ୍ର ଗୌତମ ସହିତ ଥରେ ଅଧେ ଦେଖା ହୋଇଗଲା l ତାପରେ ଉଭୟ ନିହାରିକା ଓ ଗୌତମ l

ପ୍ରେମର ମାୟାଜାଲରେ ଛନ୍ଦି ହୋଇଗଲେ l ତେବେ ପରବର୍ତ୍ତୀ ସମୟରେ ଗୌତମ ଓ ନିହାରିକାଙ୍କ ପ୍ରେମ ଭିତରେ ପ୍ରବେଶ କଲେ ତୃତୀୟ ବ୍ୟକ୍ତି । ପିଙ୍କୁ ଓରଫ କାହ୍ନା । ପିଙ୍କୁ ପ୍ରେମରେ ପଡ଼ି ଗୌତମକୁ ଏଡ଼ାଇବାକୁ ଚେଷ୍ଟା କଲେ ନିହାରିକା । କୁଆଡ଼େ ନୂଆ ପ୍ରେମିକକୁ ବିଭିନ୍ନ ଫରମାଇଶି କଲା l ଆଉ ପ୍ରେମିକାର ଡିମାଣ୍ଡ ପୂରଣ ପାଇଁ ପିଙ୍କୁ ଧୀରେ ଧୀରେ ଚୋରି, ଛିନତାଇ ଆରମ୍ଭ କଲା l ନିହାରିକାକୁ ନୂଆ ମୋବାଇଲ ଓ ଅନ୍ୟ ଦାମୀ ଜିନିଷ ସବୁ ଉପହାର ଦେଲା । ହେଲେ ଅପରାଧ କରି ଆଉ କେତେଦିନ ଲୁଚନ୍ତା ? ଧରା ପଡ଼ି ପିଙ୍କୁ ଜେଲ ମଧ୍ୟ ଗଲା ।ପିଙ୍କୁ ଯେତେବେଳେ ଜେଲରେ ରହେ ସେତେବେଳେ ପୁରୁଣା ପ୍ରେମିକ ଗୌତମ ସହିତ ମିଳାମିଲା କରେନିହାରିକା l ଏପଟେ ଅଞ୍ଜନ ଓ ଗୌତମ ଏକାଠି ଗୋଟିଏ ସଂସ୍ଥାରେ କାମ କରନ୍ତି l କାଟରିଂ କାମରେ ଲାଗିଥାନ୍ତି । ତେଣୁ ଗୌତମ ଘରକୁ ଅଞ୍ଜନଙ୍କ ଯିବା ଆସିବା ଲାଗି ରହିଥିଲା l ଅଞ୍ଜନ ଆଉ ଗୌତମ ଏମାନେ ବହୁତ ଭଲ ସାଙ୍ଗ ଭାବରେ ସମସ୍ତଙ୍କୁ ନଜରକୁ ଆସିଲେ l ଏକଥା ଗୌତମଙ୍କ ମାଆ କହୁଥିଲେ l

ତେବେ ଇତି ମଧ୍ୟରେ ପିଙ୍କୁ ମୋବାଇଲ ଛିନତାଇ କେଶରେ ଜେଲ ଯାଇଥିଲା l ପିଙ୍କୁ ଜେଲରୁ ସାତ ଆଠ ଦିନ ତଳେ ବେଲ ରେ ବାହାରି ଆସିଥିଲା l ତେବେ ଏକଥା ସତ ଯେ ତ୍ରିକୋଣୀୟ ପ୍ରେମ ସବୁବେଳେ ମାରାତ୍ମକ । ସେଇଆ ହିଁ ଘଟିଲା । ଆଉ ପ୍ରେମିକା କଥାରେ ପିଙ୍କୁ କରି ବସିଲା ବଡ଼ କାଣ୍ଡ । ଏପଟେ ନିଜ ସାଙ୍ଗ ପାଇଁ ବଳି ପଡିଗଲେ ଅଞ୍ଜନ । । ଅଞ୍ଜନଙ୍କୁ ହାଣିବା ପରେ ସେ ଜାଗାରୁ ଉଭୟ ପିଙ୍କୁ ଓ ନିହାରିକା ଏବଂ ସହଯୋଗୀମାନେ ଫେରାର ହୋଇଗଲେ । ସୋମବାର ଦିନ ସାଲିଆ ସାହିରୁ ପିଙ୍କୁ ଓ ନିହାରିକାକୁ ଗିରଫ କରିଛି କମିଶନରେଟ୍‌ ପୋଲିସ୍‌ । ଘଟଣାର ୨୪ ଘଣ୍ଟା ଭିତରେ ପୋଲିସ୍‌ ଏମାନଙ୍କୁ ଧରିବାରେ ସଫଳ ହୋଇଛି । ତାଙ୍କ ଠାରୁ ଅନେକ କଥା ଆଦାୟ କରିଛି । ତାପରେ କୋର୍ଟ ଚାଲାଣ ହୋଇଛନ୍ତି ଏହି ପ୍ରେମୀ ଯୁଗଳ । ଏବେ ଅଞ୍ଜନର ପରିବାର ଅପେକ୍ଷା କରିଛନ୍ତି କି ଦଣ୍ଡ ମିଳୁଛି ତାଙ୍କ ପୁଅ ହତ୍ୟାକାରୀକୁ । ଆଉ ତାଙ୍କୁ ନ୍ୟାୟ ମିଳୁଛି ନା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.