ଶରଦ ପାଓ୍ଵାରଙ୍କୁ ସୁପ୍ରିମ୍‌ ଝଟ୍‌କା, ଅଜିତ୍‌ ପାଓ୍ଵାର ଦଳ ହିଁ ବ୍ୟବହାର କରିପାରିବ NCPର ନିର୍ବାଚନୀ ଚିହ୍ନ ‘ଘଣ୍ଟା’

ମହାରାଷ୍ଟ୍ରରେ ଅସଲି ଏନ୍‌ସିପି ଲଢ଼େଇକୁ ନେଇ ଶରଦ ପାୱାରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ଆଉ ଏକ ଝଟ୍‌କା । କୋର୍ଟ ମଙ୍ଗଳବାର ଏନ୍‌ସିପିର ନିର୍ବାଚନୀ ଚିହ୍ନ 'ଘଣ୍ଟା'ର ବ୍ୟବହାରକୁ ନେଇ ଦାୟର ଆବେଦନ ଖାରଜ କରି ଦେଇଛନ୍ତି ।

ମହାରାଷ୍ଟ୍ରରେ ଅସଲି ଏନ୍‌ସିପି ଲଢ଼େଇକୁ ନେଇ ଶରଦ ପାୱାରଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ଆଉ ଏକ ଝଟ୍‌କା । କୋର୍ଟ ମଙ୍ଗଳବାର ଏନ୍‌ସିପିର ନିର୍ବାଚନୀ ଚିହ୍ନ ‘ଘଣ୍ଟା’ର ବ୍ୟବହାରକୁ ନେଇ ଦାୟର ଆବେଦନ ଖାରଜ କରି ଦେଇଛନ୍ତି ।

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ‘ଘଣ୍ଟା’ ଚିହ୍ନ କେବଳ ଅଜିତ ପାୱାରଙ୍କ ଦଳ ହିଁ ବ୍ୟବହାର କରିବ । ଯଦିଓ ସୁପ୍ରିମ୍‌କୋର୍ଟ ଶରଦ ଦଳକୁ ଏନ୍‌ସିପି ଶରଦଚନ୍ଦ୍ର ପାୱାର ନାମରେ ଲୋକସଭା ନିର୍ବାଚନ ଲଢ଼ିବାକୁ ଅନୁମତି ଦେଇଛନ୍ତି । କୋର୍ଟ ଏହାର ନିର୍ବାଚନୀ ଚିହ୍ନ ଟ୍ରମ୍ପେଟ୍‌କୁ ମଧ୍ୟ ସ୍ୱୀକୃତି ଦେଇଛନ୍ତି ।

ଏପରି କି, ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ଅନ୍ୟମାନଙ୍କୁ ତୂରୀ ପ୍ରତୀକ ନ ଦେବାକୁ ମଧ୍ୟ ସୁପ୍ରିମକୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାପୂର୍ବରୁ କୋର୍ଟ ଅଜିତ ପାୱାର ଦଳକୁ ପ୍ରକୃତ ଏନ୍‌ସିପି ଘୋଷଣା କରିଥିବା ଆୟୋଗଙ୍କ ନିଷ୍ପତ୍ତି ଉପରେ ରୋକ୍‌ ଲଗାଇବାକୁ ମନା କରି ଦେଇଥିଲେ ।

ଫେବୃୟାରୀ ୬ରେ ନିର୍ବାଚନ ଆୟୋଗ ଅଜିତ ପାୱାର ଦଳକୁ ପ୍ରକୃତ ଏନସିପି ଭାବରେ ବିବେଚନା କରିଥିଲେ । ଆୟୋଗ ଏହି ନିଷ୍ପତ୍ତି ବହୁମତ ଆଧାରରେ ନେଇଥିଲେ । ଆୟୋଗ କହିଥିଲେ ଯେ ଅଜିତ ପାୱାର ଦଳ ଏନସିପିର ନାମ ଏବଂ ନିର୍ବାଚନୀ ଚିହ୍ନ ବ୍ୟବହାର କରିପାରିବ । ଏହାର ଦିନକ ପରେ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ ଏନ୍‌ସିପି ଶରଦଚନ୍ଦ୍ର ପାୱାର ନାମରେ ନାମିତ କରିଥିଲେ । ତେବେ ନିର୍ବାଚନୀ ଚିହ୍ନ ଦିଆଯାଇ ନ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.