ବଜ୍ରାଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର, ଅଳ୍ପକେ ବର୍ତ୍ତିଲେ କକା-ଖୁଡି

ବଜ୍ରାଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର l ଅଳ୍ପକେ ବର୍ତିଲେ କକା ଓ ଖୁଡି l ଏପରି ଅଭାବନୀୟ ଘଟଣା ଘଟିଛି କୋଟଗଡ଼ ଥାନା ସୁବର୍ଣ୍ଣଗିରି ଗାଁରେ l

ବାଲିଗୁଡା : ବଜ୍ରାଘାତରେ ଭାଇ ମୃତ ଓ ଭଉଣୀ ଗୁରୁତର l ଅଳ୍ପକେ ବର୍ତିଲେ କକା ଓ ଖୁଡି l ଏପରି ଅଭାବନୀୟ ଘଟଣା ଘଟିଛି କୋଟଗଡ଼ ଥାନା ସୁବର୍ଣ୍ଣଗିରି ଗାଁରେ l ସୁବର୍ଣ୍ଣଗିରି ଗାଁର ଭାଇ, ଭଉଣୀ,କକା ଓ ଖୁଡି ଚାରି ଜଣ ମିଶି ଗାଁ ନିକଟରେ ଥିବା ଜାମପଦା ଜଙ୍ଗ କୁ ମହୁଲ ସଂଗ୍ରହ ପାଇଁ ଯାଇଥିଲେ l ମହୁଲ ସଂଗ୍ରହ ସମୟରେ ବର୍ଷା ହେବାରୁ ମହୁଲ ଗଛ ତଳେ ସମସ୍ତେ ଆଶ୍ରୟ ନେଇଥିଲେ l

ସେହି ସମୟରେ ହଟାତ ବଜ୍ରାଘାତ ହୋଇଥିବା ବେଳେ ଭାଇ ମୁକେଶ ପ୍ରଧାନୀ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ l ଭଉଣୀ ସୁପ୍ରିୟା ପ୍ରଧାନୀ ଗୁରୁତର ହୋଇଥିବା ବେଳେ କକା ଓ ଖୁଡି ସୌଭାଗ୍ୟବଶତଃ ବର୍ତ୍ତୀ ଯାଇଥିଲେ l ଘଟଣାସ୍ଥଳରୁ ଭଉଣୀ ସୁପ୍ରିୟାକୁ ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.