ବାଇକ୍ ଡିକି ଭାଙ୍ଗି ଝାମ୍ପିନେଲେ ୪ ଲକ୍ଷ ୬୪ ହଜାର ଟଙ୍କା

ବାଇକ୍ ଡିକି ଭାଙ୍ଗି ଝାମ୍ପିନେଲେ ୪ ଲକ୍ଷ ୬୪ ହଜାର ଟଙ୍କା । ବାଇକକୁ ଧକ୍କା ଦେଇ ଡିକିରୁ ବଙ୍ଗୋମୁଣ୍ଡା ପିଇଓଙ୍କ ଠାରୁ ୪ ଲକ୍ଷ ୬୪ ହଜାର ଲୁଟିନେଲେ ଦୁର୍ବୃତ୍ତ ।

କଣ୍ଟାବାଞ୍ଜି : ବାଇକ୍ ଡିକି ଭାଙ୍ଗି ଝାମ୍ପିନେଲେ ୪ ଲକ୍ଷ ୬୪ ହଜାର ଟଙ୍କା । ବାଇକକୁ ଧକ୍କା ଦେଇ ଡିକିରୁ ବଙ୍ଗୋମୁଣ୍ଡା ପିଇଓଙ୍କ ଠାରୁ ୪ ଲକ୍ଷ ୬୪ ହଜାର ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି – ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରା ଠାରେ ଦିନ ଦ୍ୱିପ୍ରହରରେ ଲୁଟ୍। ଚଳନ୍ତା ବାଇକକୁ ଧକ୍କା ଦେଇ ମାରଣାସ୍ତ୍ର ଦେଖାଇ ବାଇକର ଡିକି ଭାଙ୍ଗି ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।

ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତର ପିଇଓ ସତ୍ୟ ଘିଭେଲା ଓ ଅନ୍ୟ ସହଯୋଗୀ ଇଓ ଚିନ୍ତାମଣି ରଣା ଏକ ବାଇକରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଣ କରି କଣ୍ଟାବାଞ୍ଜି ନିଜ ଘରକୁ ଯାଉଥିଲେ । ସେହି ସମୟରେ ଏକ ଆପାଚି ଗାଡିରେ ୩ ଜଣ ଦୁର୍ବୃତ୍ତ ପିଛା କରି ବାଇକକୁ ଧକ୍କା ଦେଇ ଗାଡି ଡିକିରୁ ଟଙ୍କା ନେଇଯାଇଥିଲେ । ଉଭୟ ସାମାନ୍ୟ ଆହତ ହୋଇ ବଙ୍ଗୋମୁଣ୍ଡା ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବଙ୍ଗୋମୁଣ୍ଡା ପୋଲିସର ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.