Below header

ଦୀର୍ଘ ୨୫ ବର୍ଷ ହେଲା ୧୦୦ ଏକର ଜଙ୍ଗଲକୁ ଜଗିଛନ୍ତି ଆଦିବାସୀ ବୃଦ୍ଧ ଲାଲୁ ଶବରଙ୍କ ପରିବାର

ନିଜ ସ୍ୱାର୍ଥ ହାସଲ ପାଇଁ ମଣିଷ କିଛି ବି କରିପାରେ । ଏମିତି କି ପ୍ରକୃତିକୁ ଧ୍ବସଂ କରିବାକୁ ପଛାଏ ନାହିଁ। କିନ୍ତୁ ଏମିତି ଜଣେ ଆଦିବାସୀ ବୃଦ୍ଧ ଯିଏ ପ୍ରାୟ ଏକ ଶହ ଏକର ବିଶିଷ୍ଟ ଜଙ୍ଗଲ କୁ ଦୀର୍ଘ ପଚିଶି ବର୍ଷ ହେଲା ସୁରକ୍ଷା ଦେଇ ଆସୁଛନ୍ତି ତାହା ମଧ୍ୟ ବିନା ପାରିଶ୍ରମିକରେ । ଏହି ମହତ କାମରେ ସାହାର୍ଯ୍ଯ କରୁଛନ୍ତି ପରିବାରଲୋକେ।

ଉମରକୋଟ(କେନ୍ୟୁଜ୍): ନିଜ ସ୍ୱାର୍ଥ ହାସଲ ପାଇଁ ମଣିଷ କିଛି ବି କରିପାରେ । ଏମିତି କି ପ୍ରକୃତିକୁ ଧ୍ବସଂ କରିବାକୁ ପଛାଏ ନାହିଁ। କିନ୍ତୁ ଏମିତି ଜଣେ ଆଦିବାସୀ ବୃଦ୍ଧ ଯିଏ ପ୍ରାୟ ଏକ ଶହ ଏକର ବିଶିଷ୍ଟ ଜଙ୍ଗଲ କୁ ଦୀର୍ଘ ପଚିଶି ବର୍ଷ ହେଲା ସୁରକ୍ଷା ଦେଇ ଆସୁଛନ୍ତି ତାହା ମଧ୍ୟ ବିନା ପାରିଶ୍ରମିକରେ । ଏହି ମହତ କାମରେ ସାହାର୍ଯ୍ଯ କରୁଛନ୍ତି ପରିବାରଲୋକେ।

ପାହାଡ଼ ପର୍ବତ ଓ ପ୍ରାକୃତିକ ସୌନ୍ଦର୍ଯ୍ଯ ରେ ଭରା ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ମାଲଗାଁ ନିକଟରେ ଓଡ଼ିଶା ଓ ଛତିଶଗଡ ସୀମାନ୍ତରେ ରହିଛି କଲାମାଲି ପାହାଡ଼। ଏହାର ପାଦ ଦେଶରେ ପ୍ରାୟ ଏକ ଶହ ଏକର ଜମିରେ ପରିପୂର୍ଣ୍ଣ ଘଞ୍ଚ ପ୍ରାକୃତିକ ଜଙ୍ଗଲ। ଏହି ଜଙ୍ଗଲ କୁ ଗତ ୩୦ ବର୍ଷ ଧରି ସୁରକ୍ଷା ଦେଇ ଆସୁଛନ୍ତି ଲାଲୁ ଶବର ଏବଂ ତାଙ୍କ ପରିବାର । ଏହି ଜଙ୍ଗଲରେ ରହିଛି ଚନ୍ଦନ, ଶାଗୁଆନ, ଶାଳ, ଆମ୍ବ, ଅଁଳା କାଜୁ ଭଳି ଗଛ ସହ ଅନେକ ଔଷଧୀୟ ଗଛ । କିଛି ସ୍ଥାନରେ ବିଗତ କିଛି ବର୍ଷ ରେ ପଦା ହୋଇଥିବା ସ୍ଥାନରେ ନୂତନ ଜଙ୍ଗଲ ସୃଷ୍ଟି କରିବାକୁ ପ୍ରୟାସ ଚାଲିଛି ତାହା ମଧ୍ୟ ଲାଲୁ ଶବର ଙ୍କ ନିଜସ୍‌ୱ ଖର୍ଚରେ । ଏହି ଜଙ୍ଗଲ କୁ ସୁରକ୍ଷା ଦେବାକୁ ଯାଇ ଲାଲୁ ନିଜର କିଛି ଜମି ବିକ୍ରି କରି ସାରିଲେଣି। ବଡ଼ ପୁଅ ଓ ଝିଅ ର ପାଠ ପଢା ଦଶମ ଶ୍ରେଣୀ ରୁ ବନ୍ଦ ରହିଛି। ସାନ ପୁଅ ଯାହା ଏବେ ସପ୍ତମ ରେ ପଢୁଛି ଅର୍ଥ ଅଭାବରୁ ତାହାର ମଧ୍ୟ କେତେ ବେଳେ ପାଠ ପଢା ବନ୍ଦ ହୋଇଯିବ।

lalu

ବର୍ତ୍ତମାନ ପରିବାର ର ସମସ୍ତ ପାଞ୍ଚ ଜଣ ସଦସ୍ଯ ଏହି ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ନିଜ ଜୀବନ କୁ ଏକ ପ୍ରକାର ଉତ୍ସର୍ଗ କରି ଦେଇଛନ୍ତି କହିଲେ ଭୁଲ ହେବନାହିଁ । ରାତି ପାହିଲେ ଲୋକେ ନିଜ ନିଜ ଜୀବିକା ପାଇଁ କାମଧନ୍ଦା କରିବାକୁ ଯିବା ବେଳେ ଲାଲୁ ଙ୍କ ପରିବାର ଯାଆନ୍ତି ଜଙ୍ଗଲ ସୁରକ୍ଷା ଦେବା ପାଇଁ । ଏହା ତାଙ୍କର ର ନିତିଦିନିଆ କାମ ହୋଇ ଯାଇଛି। ତେବେ ଏଥି ପାଇଁ ଲାଲୁ ଙ୍କୁ ସରକାର କିମ୍ବା ବନ ବିଭାଗ ତରଫରୁ କୌଣସି ପାରିଶ୍ରମିକ ମିଳେ ନାହିଁ l ସରକାର ଙ୍କ ତରଫରୁ ମାସିକ କିଛି ପାରିଶ୍ରମିକ ମିଳିଥିଲା ଲାଲୁ ଶବର ଅଧିକ ଉତ୍ସାହିତ ହୋଇ ଥାଆନ୍ତେ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।

ପରିବେଶକୁ ଭଲ ପାଉଥିବା ଲୋକଙ୍କ ପାଇଁ ଏହା ଗୋଟିଏ ପର୍ଯ୍ଯଟନ ସ୍ଥଳ କହିଲେ ଭୁଲ ହେବ ନାହିଁ।ନିୟମିତ କିଛି ନା କିଛି ଲୋକ ଏହି ଜଙ୍ଗଲକୁ ଦେଖିବାକୁ ଆସିଥାନ୍ତି। ଏହି ପରି କିଛି ସମାଜସେବୀ ଓ ପର୍ଯ୍ଯଟକଙ୍କୁ ମଧ୍ୟ ଆମ୍ଭେ ଭେଟିଥିଲୁ। ତେବେ ଆଜିର ଜଗତିକରଣ ନାମରେ ଯେଉଁ ଭଳି ଭାବରେ ଜଙ୍ଗଲକୁ ନଷ୍ଟ କରାଯାଉଛି, ଲାଲୁ ଶବରଙ୍କ ଭଳି ଜଣେ ଆଦିବାସୀ ବୃଦ୍ଧ ଠାରୁ କିଛି ଶିଖିବା ନିହାତୀ ଦରକାର । ଲାଲୁ କିମ୍ବା ତାଙ୍କ ପରିବାରକୁ କିଛି ସାହାଯ୍ଯ ମିଳିଲେ ଜଙ୍ଗଲ ସୁରକ୍ଷା ହେବା ସହ ଗୋଟିଏ ପରିବାର ଭଲରେ ଚଳି ପାରନ୍ତା ବୋଲି ସାଧାରଣରେ ଦା ଉଠିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.