ଗୋଟେ ଇଟା ପାଇଁ ଦାଦା ପୁତୁରା ମଧ୍ୟରେ କଳି, ଦାଦାର ତଣ୍ଟି ଚିପି ମାରିଲା ପୁତୁରା

ବିହାରର ନାଳନ୍ଦାରେ ଅଭାବନୀୟ ଘଟଣା । ଗୋଟିଏ ଇଟା ପାଇଁ ଦାଦା ପୁତୁରା ପାଟିତୁଣ୍ଡ ହୋଇ ଦାଦାର ତଣ୍ଟି ଚିପି ମାରିଲା ପୁତୁରା । ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ରହିଛି ପୁତୁରା ।

ଗୋଟେ ଇଟା ପାଇଁ ଦାଦାକୁ ତଣ୍ଟି ଚିପି ମାରିଲା ପୁତୁରା । ଏହି ଘଟଣା ବିହାରର ନାଳନ୍ଦାରେ ଘଟିଛି । ହତ୍ୟା କରିବା ପରେ କରାୟପରଶୁରୟ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ହତ୍ୟା କରିବା ପରେ ପୁତୁରା ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି। ତେବେ ପୋଲିସକୁ ଖବର ମିଳିବା ପରେ ଘଟଣାର ଯାଞ୍ଚ କରୁଛି ପୋଲିସ ।

ମୃତକ ବିଜେନ୍ଦ୍ର ମିସ୍ତ୍ରୀ ଏବଂ ପୁତୁରା ସୁରେନ୍ଦ୍ର ମିସ୍ତ୍ରୀଙ୍କ ମଧ୍ୟରେ ଘରୋଇ ବିବାଦକୁ ନେଇ ଝଗଡା ହୋଇଥିଲା । ଫଳରେ ସୁରେନ୍ଦ୍ର ଦାଦା ବିଜେନ୍ଦ୍ରଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଦୁହିଁଙ୍କ ଘର ପାଖରେ ରହିଥିବା ବେଳେ ସୁରେନ୍ଦ୍ରଙ୍କ ଘର ପାଖ କାନ୍ଥରେ ଏକ ଇଟା ରଖାଯାଇଥିଲା, ଫଳରେ ଏହାକୁ କାଢିବା ପାଇଁ ସୁରେନ୍ଦ୍ର ଦାଦା ବିଜେନ୍ଦ୍ରଙ୍କୁ କହିଥିଲେ । ବିଜେନ୍ଦ୍ର ଏହାକୁ ନ କାଢିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା, ଆଉ ପୁତୁରା ଦାଦା ବିଜେନ୍ଦ୍ରଙ୍କୁ ହତ୍ୟା କରିଥିଲା ।

ମୃତକଙ୍କ ପରିଜନ କହିବାନୁଯାୟୀ, ସୁରେନ୍ଦ୍ର କଥା କଥା କେ ରାଗିଯାଉଥିଲେ । ଏହି ସାମାନ୍ୟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା। ଇଟା ନ କାଢିବା ଯୋଗୁଁ ସୁରେନ୍ଦ୍ର ଦାଦା ସହିତ ଝଗଡା କରି ତାଙ୍କ ତଣ୍ଟି ଚିପି ଦେଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ପରେ ସୁରେନ୍ଦ୍ର ଗାଁ ଛାଡି ଫେରାର ହୋଇଯାଇଥିଲା ।

ହତ୍ୟା ବିଷୟରେ ପୋଲିସକୁ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହି ମାମଲାକୁ ନେଇ ଫେରାର ଥିବା ପୁତୁରାଙ୍କୁ ଖୋଜୁଛି ପୋଲିସ । ଏହା ସହିତ ମାମଲାର ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.