ଆଜି ଭେଟେରାନ୍ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଜନ୍ମଦିନ, ଓଲିଉଡକୁ ଦେଇଛନ୍ତି ୪୦ରୁ ଊର୍ଦ୍ଧ୍ବ ଫିଲ୍ମ ଭେଟି

ଆଜି ଭେଟେରାନ୍ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଜନ୍ମଦିନ। ୧୯୪୭ ମସିହା ମେ ୨ ତାରିଖରେ ତାଙ୍କର ଜନ୍ମ । ଏବେ ୭୬ ବର୍ଷ ବୟସରେ ମଧ୍ୟ ସେ ବେଶ୍‌ ସକ୍ରିୟ ନିଜ କର୍ମରେ ।

ଭୁବନେଶ୍ୱର (କେନ୍ୟୁଜ): କେତେବେଳେ ସେ ଅଭିନେତା ତ କେତେବେଳେ ନେତା । ଅଭିନେତା ସହ ନିର୍ଦ୍ଦେଶକ, ଲେଖକ, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକ । ଓଡ଼ିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ କହିଲେ ଭୁଲ ହେବ ନାହିଁ । ପୂର୍ବତନ ବିଧାୟକ, ମନ୍ତ୍ରୀ ଆଉ ଏବେ ରାଜ୍ୟସଭା ସାଂସଦ । ଏମିତି ଅନେକ ଭୂମିକାରେ ସେ ଜଣେ ବ୍ୟକ୍ତି । ସେ ହେଉଛନ୍ତି ପ୍ରଶାନ୍ତ ନନ୍ଦ । ଆଜି ତାଙ୍କର ଜନ୍ମଦିନ । ୧୯୪୭ ମସିହା ମେ ୨ ତରିଖରେ ତାଙ୍କର ଜନ୍ମ । ଏବେ ୭୬ ବର୍ଷ ବୟସରେ ମଧ୍ୟ ସେ ବେଶ୍‌ ସକ୍ରିୟ ନିଜ କର୍ମରେ ।

ପ୍ରଶାନ୍ତ ନନ୍ଦ ସ୍କୁଲରେ ପଢ଼ିବା ବେଳଠୁଁ ଆକାଶବାଣୀ ଶିଶୁସଂସାର କାର୍ଯ୍ୟକ୍ରମରେ ଭାଗନେଉଥିଲେ । ମଞ୍ଚରେ ଶିଶୁକଳାକାର ଭାବରେ ମଧ୍ୟ ଅଭିନୟ କରୁଥିଲେ । ଗୋଟିଏ ନାଟକରେ ଅଭିନୟ ଦେଖି ଧୀର ବିଶ୍ୱାଳ ଓ କବିରାଜ କୃଷ୍ଣଚନ୍ଦ୍ର ତ୍ରିପାଠୀ ତାଙ୍କୁ ଦସ୍ୟୁ ରତ୍ନାକର କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ଦେଇଥିଲେ ।ସେ ଏଯାବତ ୪୦ଟି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ୨୪ଟି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି।

ଆସନ୍ତା ଶନିବାର ଓ ରବିବାର ଇତିଙ୍କ ଆଳାପରେ ଦେଖନ୍ତୁ ପ୍ରଶାନ୍ତ ନନ୍ଦଙ୍କୁ । ରାତି ୮ଟାରେ…

 

 

View this post on Instagram

 

A post shared by KNews Odisha (@knewsodisha)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.