Below header

ସିଟ୍‌ ପାଇଁ ଭୟଙ୍କର ଭାବେ ଲଢ଼ିଲେ ଦୁଇ ଯାତ୍ରୀ, ଭାଇରାଲ ହେଉଛି ଭିଡିଓ

ଦିଲ୍ଲୀ ମେଟ୍ରୋର ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ଏହି ଭିଡିଓଗୁଡିକ ଭାଇରାଲ ହେବା ପରେ ବି ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ପ୍ରତିଦିନ ଏହିପରି ମାମଲା ସାମ୍ନାକୁ ଆସେ । ସମାନ ଭାବେ ଦିଲ୍ଲୀ ମେଟ୍ରୋ ଭିତରେ ଆଉ ଏକ ମାରପିଟର ମାମଲା ସାମ୍ନାକୁ ଆସିଛି ।

ଦିଲ୍ଲୀ ମେଟ୍ରୋ ସବୁବେଳେ ଚର୍ଚ୍ଚାରେ ରୁହେ । କାରଣ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ହିଁ ଏପରି କିଛି କାଣ୍ଡ କରନ୍ତି, ଯାହା ପରେ ସେମାନେ ଚର୍ଚ୍ଚାକୁ ଆସନ୍ତି । ସମାନ ଭାବେ ପୁଣି ଥରେ ଦିଲ୍ଲୀ ମେଟ୍ରୋର ଏକ ଭିଡିଓ ସାମ୍ନାକୁ ଆସିଛି । ମେଟ୍ରୋ ଟ୍ରେନକୁ ବକ୍ସିଂ ରିଙ୍ଗ୍‌ କଲେ ଦୁଇ ଜଣ ଯାତ୍ରୀ । ବର୍ତ୍ତମାନ ଯାତ୍ରୀଙ୍କ ମଧ୍ୟରେ ହୋଇଥିବା ମାରପିଟର ଭିଡିଓ ଭାଇରାଲ ହେଉଛି । ଯାତ୍ରୀଙ୍କ ମାଡ଼ ଦେଖି ଅନ୍ୟ ଯାତ୍ରୀ ବି ଡରି ଯାଇଥିଲେ । ମେଟ୍ରୋରେ ଯାତ୍ରୀଙ୍କ ଭିଡ଼ ଲାଗିଥିବା ବେଳେ ଏହି ଦୁଇ ଜଣ ଯାତ୍ରୀ କାହାକୁ ବି ଖାତିର କରି ନଥିଲେ ଏବଂ ପରସ୍ପରକୁ ପିଟିବାରେ ଲାଗିଥିଲେ । ସାମାନ୍ୟ ସିଟ୍‌ ପାଇଁ ଦୁଇ ଜଣ ଯାତ୍ରୀ ମାରପିଟ କରିଥିଲେ ।

ତେବେ ଦିଲ୍ଲୀ ମେଟ୍ରୋର ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୁଏ । ଏହି ଭିଡିଓଗୁଡିକ ଭାଇରାଲ ହେବା ପରେ ବି ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ପ୍ରତିଦିନ ଏହିପରି ମାମଲା ସାମ୍ନାକୁ ଆସେ । ସମାନ ଭାବେ ଦିଲ୍ଲୀ ମେଟ୍ରୋ ଭିତରେ ଆଉ ଏକ ମାରପିଟର ମାମଲା ସାମ୍ନାକୁ ଆସିଛି । ଦୁଇ ଜଣ ଯାତ୍ରୀଙ୍କ ମଧ୍ୟରେ ଝଗଡାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଦେଖିବା ପରେ ଲୋକମାନେ କମେଣ୍ଟ ଦେବା ଆରମ୍ଭ କରିଛନ୍ତି ।

ଲୋକମାନେ ଛୋଟ ଛୋଟ କଥାକୁ ନେଇ ଏପରି ରାଗନ୍ତି ଯେ, ସେମାନେ ମାରପିଟ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଯାହାର ଦୃଶ୍ୟ ଆପଣ ଏହି ଭିଡିଓରୁ ଜାଣି ପାରୁଥିବେ । ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଦୁଇଜଣ ଯାତ୍ରୀ ଛୋଟ କଥାକୁ ନେଇ ପରସ୍ପରକୁ ପିଟିବା ଆରମ୍ଭ କରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଦେଖିବା ପରେ ଲୋକମାନେ ଏ ଦୁହିଁଙ୍କୁ ବକ୍ସର ବୋଲି କହିଛନ୍ତି । ୧୦ ସେକେଣ୍ଡର ଏହି ଭିଡିଓରେ ଦୁହେଁ ପରସ୍ପର ସହ ମାରପିଟ କରୁଥିବା ବେଳେ କିଛି ଯାତ୍ରୀ ଆରାମରେ ବସି ସେମାନଙ୍କର ଏହି ଲଢ଼େଇକୁ ଦେଖୁଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଲୋକ ଏଭଳି ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରିବା ଆରମ୍ଭ କରିଥିଲେ । ତେବେ ମେଟ୍ରୋ କିମ୍ବା ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଏପରି ଲଢ଼େଇ କରୁଥିବା ଲୋକଙ୍କ ବିରୋଧରେ ମେଟ୍ରୋ ମ୍ୟାନେଜମେଣ୍ଟ ଧ୍ୟାନ ଦେବା ଉଚିତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସାଧାରଣରେ କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.