Below header

ୟୁକେ ମହିଳା ୩୫ ବର୍ଷରେ ସଞ୍ଚୟ କରିଛନ୍ତି ୧୦ କୋଟି, ଏବେ ଅନ୍ୟମାନଙ୍କୁ ପଢାଉଛନ୍ତି ସଞ୍ଚୟର ପାଠ

କେନ୍ୟୁଜ୍‌(ବ୍ୟୁରୋ): ୟୁକେ ମହିଳା କେଟି ଡୋନେଗାନ ନିଜ ସ୍ୱାମୀଙ୍କ ସହ ମିଶି ସୃଷ୍ଟି କରିଛନ୍ତି ଉଦାହରଣ । ପକେଟ ମନିରୁ ତିଆରି କରିଛନ୍ତି ୧୦ କୋଟି । ଏହି ମହିଳା ଜଣକ ୩୫ ବର୍ଷରେ ନେଇ ଯାଇଛନ୍ତି ଅବସର । ଆଉ ଏବେ ଅନ୍ୟାମାନଙ୍କୁ ପଢାଉଛନ୍ତି ସଞ୍ଚୟର ପାଠ । ସେ ତାଙ୍କ ପକେଟ ମନିକୁ ଖର୍ଚ୍ଚ କରିବା ବଦଳରେ ସଞ୍ଚୟ କରୁଥିବା କହିଛନ୍ତି । କେଟି ଏବେ ରେବେଲ ଫାଇନାନ୍ସ ସ୍କୁଲ ଚଳାଉଛନ୍ତି, ଯେଉଁଥିରେ ମାଗଣା ସଞ୍ଚୟର ପାଠ ପଢାଉଛନ୍ତି । ଅନଲାଇନ ମାଧ୍ୟମରେ ୧୦ ସପ୍ତାହର କୋର୍ସ ପ୍ରଦାନ କରୁଛନ୍ତି କେଟି ।

କେଟି ୨୦୦୫ ଜାନୁଆରୀରେ କୋଷ୍ଟା ରିକାରେ ଏକ ପ୍ରୋଜେକ୍ଟରେ କାମ କରିବା ବେଳେ ତାଙ୍କ ସ୍ୱାମୀ ଅଲାନଙ୍କୁ ଭେଟିଥିଲେ । କେଟି କହିଛନ୍ତି ସେ ଯେତେବେଳେ ତାଙ୍କ ବାପାମାଆଙ୍କ ସହ ରହୁଥିଲେ ଶସ୍ତାରେ ଖାଦ୍ୟ ଖାଇବା ସହ ନୂଆ ପୋଷାକ କିଛି କିଣୁ ନଥିଲେ । ଗ୍ରାଜୁଏସନ ପରେ ଅଲାନଙ୍କ ମାଆଙ୍କ ପାଖକୁ ଚାଲି ଆସିଥିଲେ ଯେଉଁଥିରେ ତାଙ୍କର ଘରଭଡ଼ା ବଞ୍ଚି ଯାଉଥିଲା । ସେତେବେଳେ ସେ ବର୍ଷକୁ ୨୮ ହଜାର ୫୦୦ ଡଲାର ରୋଜଗାର କରୁଥିଲେ ।

ଏହାସହ ସେମାନେ ସେକେଣ୍ଡ ହେଣ୍ଡ ସ୍କୋଡା କିଣିଥିଲେ । ବାହାରକୁ ବୁଲିବାକୁ ଯିବା ପରିବର୍ତ୍ତେ ବନ୍ଧୁମାନଙ୍କୁ ଘରକୁ ଡାକୁଥିଲେ । ସେ ତାଙ୍କ ଖର୍ଚ୍ଚକୁ ସବୁବେଳେ କମ୍‌ କରିବାକୁ ଚେଷ୍ଟା କରୁଥୁଲେ । ୨୦୧୪ ବେଳକୁ ସେମାନେ ୫୮,୦୦୦ ଡଲାର ରୋଜଗାର କରୁଥିଲେ କିନ୍ତୁ ସେମାନେ ତାଙ୍କ ଖର୍ଚ୍ଚକୁ କମ କରିବାକୁ ଚେଷ୍ଟା କରୁଥିଲେ । ପ୍ରତ୍ୟେକ ମାସରେ ସେମାନେ ୩୦୦୦ ହଜାର ଡଲାର ଲେଖାଏଁ ସଞ୍ଚୟ କରୁଥିଲେ ।

କେଟି କହିଛନ୍ତି ଫାଇନାସିଆଲ ଫ୍ରିଡମ ଓ ଭଲ ଜୀବନ ବଞ୍ଚିବା ପାଇଁ ମୁଁ ମୋ ଚାକିରି ଛାଡ଼ି ଦେଇଛି । ଏବେ ସେ ନିଜ ପାଖରେ ୧୦ କୋଟି ସଞ୍ଚୟ ରଖି ପାରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.