ଅଦ୍ଭୁତ ଜେଲ, ଯେଉଁଠି ମଦ୍ୟପଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ କରାଯାଏ ବନ୍ଦୀ

ସମଗ୍ର ଦେଶରେ ମଦ୍ୟପାନ ବିରୋଧରେ ସଚେତନତା ଅଭିଯାନ ଜାରି ରହିଛି। ଗୁଜରାଟ ଅହମଦାବାଦ ଜିଲ୍ଲାର ସାଣନ୍ଦରେ ଲୋକେ ମଦ୍ୟପମାନଙ୍କୁ ସଚେତନ କରାଇବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ମଦ୍ୟପଙ୍କୁ ଧରି ୨୪ ଘଣ୍ଟା ଲାଗି ପିଞ୍ଜରାରେ ବନ୍ଦ କରି ଦିଅନ୍ତି। ଏହା ସହିତ ସେମାନଙ୍କ ପରିବାର ସଦସ୍ୟଙ୍କୁ ୧୨୦୦ଟଙ୍କାର ଜରିମାନା ଦଣ୍ଡାଦେଶ କରାଯାଇଥାଏ।

ସ୍ଥାନୀୟ ମୋତିପୁରା ଗାଁର ଗ୍ରାମବାସୀମାନେ ମଦ୍ୟପଙ୍କୁ ଏଭଳି ଦଣ୍ଡାଦେଶ କରିଥାନ୍ତି। ପିଞ୍ଜରାକୁ ଗାଁର ମଝି ଦାଣ୍ଡରେ ରଖି ଦିଆଯାଇଥାଏ। ଜରିମାନା ଦେବାପରେ ମଦ୍ୟପଙ୍କୁ ମୁକ୍ତ କରାଯାଇଥାଏ। ଏହାଦ୍ୱାରା ମଦ୍ୟପଙ୍କୁ ଲଜ୍ଜା ଲାଗିଥାଏ। ସେମାନେ ଆଉ ମଦ୍ୟପାନ କରିବାକୁ ଚାହିଁ ନ ଥାନ୍ତି। ଏଭଳି ଉପାୟ ଆପଣେଇବା ଦ୍ୱାରା ଗତ ୨ ବର୍ଷ ମଧ୍ୟରେ ଗାଁରେ କେହି ମଦ୍ୟପାନ କରି ନାହାଁନ୍ତି ବୋଲି ଗ୍ରାମବାସୀ କୁହନ୍ତି। ସୂଚନାଯୋଗ୍ୟ ଗତ ତିନିବର୍ଷ ପୂର୍ବେ ଗାଁରେ ମଦ୍ୟପମାନେ ମଦ୍ୟପାନ କରି ତୁମୂଳକାଣ୍ଡ ଘଟାନ୍ତି। ଖାସ୍‌ ଏଥିପାଇଁ ସନ୍ଧ୍ୟା ୫ ଟା ପରେ ଅନ୍ୟ ଗାଁର ଲୋକେ ଏହି ଗାଁକୁ ଆସିବାକୁ ଭୟ କରନ୍ତି।