Below header

ଅଜଣା ରୋଗ ଆତଙ୍କ, ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରାଣୀଧନ ବିଭାଗ

ଅଜଣା ରୋଗର ଶିକାର ହେଉଛନ୍ତି ଗାଈ ଗୋରୁ । କଟକ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଅଂଚଳରେ ଗାଈ ଓ ବାଛୁରୀମାନଙ୍କ ଦେହରେ ଜାଗା ଜାଗା ଘା ଭଳି ମାଡିଯାଉଥିବା ଅଜଣା ରୋଗ ଅତି ବ୍ୟାପକ ଭାବରେ ବ୍ୟାପୁଛି ।

କଟକ : ଭୟ ବଢ଼ାଉଛି ଅଜଣା ରୋଗ । ଅଜଣା ରୋଗର ଶିକାର ହେଉଛନ୍ତି ଗାଈ ଗୋରୁ । କଟକ ନିଶ୍ଚିନ୍ତକୋଇଲି ବ୍ଲକର ବିଭିନ୍ନ ଅଂଚଳରେ ଗାଈ ଓ ବାଛୁରୀମାନଙ୍କ ଦେହରେ ଜାଗା ଜାଗା ଘା ଭଳି ମାଡିଯାଉଥିବା ଅଜଣା ରୋଗ ଅତି ବ୍ୟାପକ ଭାବରେ ବ୍ୟାପୁଛି । ଏଥିରେ ପୀଡିତ ହୋଇ ଅନେକ ବାଛୁରୀ ଓ ଗାଈ ଅକାଳରେ ମୃତ୍ୟୁ ବରଣ କରିଥିବା ନେଇ ସୂଚନା ରହିଛି । ଏନେଇ କଳିଙ୍ଗ ଟିଭି ପ୍ରଥମେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରାଣୀଧନ ବିଭାଗ ତତ୍ପରତା ଦେଖାଇଛି। ନିଶ୍ଚିନ୍ତକୋଇଲି ବ୍ଲକ ଭେଟେନାରୀ ଅଫିସରଙ୍କ ନେତୃତ୍ୱରେ ଏକ ନମୁନା ସଂଗ୍ରହକାରୀ ଟିମ ସେହି ସବୁ ଅଞ୍ଚଳକୁ ଯାଇ ରକ୍ତ ଓ ଲାଳ ନମୁନା ସଂଗ୍ରହ କରିବା ସହ ପୀଡିତ ପ୍ରାଣୀ ମାନଙ୍କୁ ଔଷଧ ଓ ଇଂଜେକସନ ଦେଇଛନ୍ତି। ଏହା ଛଡା ଏହି ରୋଗ ଏକ ବାୟୁବାହିତ ସଂକ୍ରମକ ରୋଗ ହୋଇଥିବାରୁ ଲକ୍ଷଣ ପ୍ରକାଶ ପାଇଲେହିଁ ତୁରନ୍ତ ଗୋରୁଗାଈଙ୍କୁ ଚିକିତ୍ସା କରାଇବା ପାଇଁ ଗୋପାଳଙ୍କ ମାନଙ୍କୁ ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.