Below header

ବୃଷଭ ନଥିବା ଗାଁ, ଏହି ଗାଁରେ ବିନା ବୃଷଭର ଉପସ୍ଥିତିରେ ଗର୍ଭବତୀ ହୋଇଥାଆନ୍ତି ଗୋ-ମାତା

ପ୍ରାକୃତିକ ପ୍ରକ୍ରିୟା ଅନୁସାରେ ଷଣ୍ଢ ବା ବୃଷଭ ଓ ଗୋ ମାତାର ସଂସର୍ଗ ପରେ ଗୋ ବଂଶ ବୃଦ୍ଧି ପାଇଥାଏ । କିନ୍ତୁ ଏହାର ବ୍ୟତିକ୍ରମ ଦେଖା ଦେଇଛି,ଏଇ ମକର ପ୍ରସାଦ ଗାଁ ରେ । ବିନା ବୃଷଭ ବା ଷଣ୍ଢର ଉପସ୍ଥିତି ରେ ,ଏହି ଗାଁରେ ଗର୍ଭବତୀ ହୋଇଥାଆନ୍ତି ଗୋ- ମାତା ।

ବିଜ୍ଞାନର ଅଗ୍ରଗତି ହୋଇଥିଲେ ଲୋକଙ୍କ ମନରେ ରହିଛି ଅଗାଧ ବିଶ୍ୱାସ । ଯେଉଁ ବିଶ୍ୱାସକୁ ନେଇ ରହିଛନ୍ତି ଏହି ଲୋକମାନେ । ଅନେକ ସମୟରେ ଆମେ ପ୍ରାକୃତିକ ବ୍ୟତିକ୍ରମ ଦେଖିବାକୁ ପାଇଥାଆନ୍ତି ଯାହାକୁ ଜାଣି ମଧ୍ୟ ଆମେ ବିଶ୍ୱାସ କରିବାକୁ ନାରାଜ । ସେହିଭଳି କିଛି ବ୍ୟତିକ୍ରମ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାରେ । ଯାହା ଆପଣ ଶୁଣିଲେ ବିଶ୍ୱାସ କରିପାରିବେନି କିନ୍ତୁ ଏହି କଥା ସମ୍ପର୍ଣ୍ଣ ସତ ବୋଲି ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ଲୋକଙ୍କ କଥା ଅନୁଯାୟୀ, ପ୍ରାକୃତିକ ପ୍ରକ୍ରିୟା ଅନୁସାରେ ଷଣ୍ଢ ବା ବୃଷଭ ଓ ଗୋ ମାତାର ସଂସର୍ଗ ପରେ ଗୋ ବଂଶ ବୃଦ୍ଧି ପାଇଥାଏ । କିନ୍ତୁ ଏହାର ବ୍ୟତିକ୍ରମ ଦେଖା ଦେଇଛି,ଏଇ ମକର ପ୍ରସାଦ ଗାଁ ରେ । ବିନା ବୃଷଭ ବା ଷଣ୍ଢର ଉପସ୍ଥିତି ରେ ,ଏହି ଗାଁରେ ଗର୍ଭବତୀ ହୋଇଥାଆନ୍ତି ଗୋ- ମାତା ।

କୁହାଯାଏ ମା ‘ ପିତଳଷଣ୍ଢ ପୂର୍ବରୁ ଗାଁ ଠାରୁ ଅନତିଦୂରରେ ଏକ ପର୍ବତ ଉପରେ ପୂଜା ପାଉଥିଲେ ।ଯାହାକି ଠାକୁରଙ୍କ ନାମାନୁସାରେ ଉକ୍ତ ପର୍ବତର ନାମ “ଷଣ୍ଢ ପର୍ବତ” ବୋଲି ରହିଛି । ପରବର୍ତ୍ତୀ ସମୟରେ ପିତଳଷଣ୍ଢ ଆସି ମକରପ୍ରସାଦ ଗାଁ ମୁଣ୍ଡରେ ଏକ ଜାମୁ ଗଛମୂଳେ ପୂଜା ପାଇଲେ । ସେ ଦିନଠାରୁ ଲୋକ ଙ୍କ ଭରସା ରହିଛି । ଠାକୁର ଙ୍କ ଉପରେ ଏହି ଭରସାକୁ ଆହୁରି ଉଦ୍ ଜୀବିତ କରିଛି ଗ୍ରାମରେ ବିନା ଷଣ୍ଢ ରେ ଗାଈ ଛୁଆ ଦେବା ପ୍ରସଙ୍ଗ ।ବିଶ୍ୱାସ ହେଉନଥିଲେ ଏ କଥାଟି ସତ ବୋଲି କହିଛନ୍ତି ମକରପ୍ରସାଦ ଗ୍ରାମବାସୀ । ତେବେ ଠାକୁର ଙ୍କ ମହିମା କୁ ବିଶ୍ୱାସ/ଭରସା କରି ରହିଛନ୍ତି ମକରପ୍ରସାଦ ଗ୍ରାମବାସୀ । ଏ ଅଲୌକିକ ପୀଠର ଉନ୍ନତି କରଣ ପାଇଁ ଦୃଷ୍ଟି ଦେବାକୁ ଏନେଇ ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.