ସଂସଦ ମାମଲା: ୪ ଅଭିଯୁକ୍ତଙ୍କୁ ୭ ଦିନିଆ ପୋଲିସ ରିମାଣ୍ଡ, ସ୍ପେଶାଲ ସେଲ୍‌ ହେପାଜତରେ ରହିବେ

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ୪ ଅଭିଯୁକ୍ତଙ୍କୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। କିନ୍ତୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ୧୫ ଦିନିଆ ରିମାଣ୍ଡ ମାଗିଥିଲା। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଇଥିଲା।

ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ୪ ଅଭିଯୁକ୍ତଙ୍କୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି। କିନ୍ତୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ୧୫ ଦିନିଆ ରିମାଣ୍ଡ ମାଗିଥିଲା। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଇଥିଲା। ଅଭିଯୁକ୍ତମାନେ ହେଲେ ନିଲମ୍‌ ଆଜାଦ, ଅମୋଲ ସିନ୍ଦେ, ସାଗର ଶର୍ମା ଓ ମନୋରଞ୍ଜନ ଡି। ଦିଲ୍ଲୀ ପୋଲିସ କୋର୍ଟଙ୍କୁ କହିଥିଲା ଯେ ଏହା ଆତଙ୍କୀ ଗତିବିଧି ଭଳି ଘଟଣା ଥିଲା।

ଏହି ୪ ଅଭିଯୁକ୍ତଙ୍କ ମଧ୍ୟରୁ ସାଗର ଶର୍ମା ଓ ମନୋରଞ୍ଜନ ଡି ଲୋକସଭାର ପ୍ରକ୍ରିୟା ସମୟରେ ଦର୍ଶକ ଗ୍ୟାଲେରୀରୁ ସଦନ ଭିତରକୁ ଡେଇଁ କେନ୍‌ ମାଧ୍ୟମରେ ଧୂଆଁ ଉଡ଼ାଇଥିଲେ। ଅନ୍ୟ ୨ ଅଭିଯୁକ୍ତ ନିଲମ୍‌ ଆଜାଦ ଓ ଅମୋଲ ସିନ୍ଦେ ସଂସଦ ପରିସରରେ ସ୍ଲୋଗାନ ଦେଇ କେନ୍‌ ମାଧ୍ୟମରେ ଧୂଆଁ ଉଡ଼ାଇଥିଲେ।

ଦିଲ୍ଲୀ ପୋଲିସର ଓକିଲ କୋର୍ଟଙ୍କୁ କହିଥିଲେ କି, ମହାରାଷ୍ଟ୍ରରୁ କେନ୍‌ କିଣାଯାଇଥିଲା। ଅଭିଯୁକ୍ତମାନେ ବିଭିନ୍ନ ଜାଗାର ବାସିନ୍ଦା। ସେମାନଙ୍କୁ ଲକ୍ଷ୍ନୌ, ଗୁରୁଗ୍ରାମ, ମୈସୁର ସମେତ ଅନେକ ସ୍ଥାନକୁ ନିଆଯିବ। ସମସ୍ତଙ୍କୁ ସାମ୍ନାସାମ୍ନି ବସି ପଚରାଉଚରା କରାଯିବ। ମିଟିଂ କେଉଁ ସ୍ଥାନରେ ହୋଇଥିଲା ଏବଂ କିଏ ଟଙ୍କା ଦେଇଥିଲା, ସବୁକିଛି ଜାଣିବାକୁ ହେବ।

ଦିଲ୍ଲୀ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ୟୁଏପିଏ ଅଧୀନରେ ମାମଲା ରୁଜୁ କରିଛି। ପୂରା ମାମଲାରେ ୬ ଜଣ ଅଭିଯୁକ୍ତ ଥିବାବେଳେ ୪ ଜଣଙ୍କୁ ଗିରଫ କରାଯାଇଛି। ଜଣେ ଅଭିଯୁକ୍ତ ବିଶାଲ ଅଟକ ଥିବାବେଳେ ୬ଷ୍ଠ ଅଭିଯୁକ୍ତ ଲଳିତ ଫେରାର୍‌ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.