Below header

ପ୍ରିୟଙ୍କା ଗାନ୍ଧୀଙ୍କ ବିଷୟରେ କିଛି ଅଜଣା କଥା, ଯାହା ଆପଣ ଜାଣି ହେବେ ଆଶ୍ଚର୍ଯ୍ୟ

ପ୍ରିୟଙ୍କା ଗାନ୍ଧୀ ଭାରତୀୟ ରାଜନୀତିର ପ୍ରଥମ ପରିବରର ଝିଅ। ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କିଛି ଲୋକ ତାଙ୍କ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଛବି ମଧ୍ୟ ଦେଖିଥାନ୍ତି। ତେବେ ରାଜନୀତିରୁ ନିଜକୁ କିଛି ମାତ୍ରାରେ ଦୂରେଇ ରଖିଥିବା ପ୍ରିୟଙ୍କା ଶେଷରେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି।

priyanka-gandhi-vadra-

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ପୂର୍ବ-ଉତ୍ତର ପ୍ରଦେଶ ଦାୟିତ୍ୱରେ ରହିବେ । ଏହା ସହିତ ଯଦି ସୋନିଆ ଗାନ୍ଧି ରାୟବରେଲିରୁ ନିର୍ବାଚନ ନଲଢ଼ନ୍ତି ତେବେ ତାଙ୍କ ଜାଗାରେ ପ୍ରିୟଙ୍କା ପ୍ରାର୍ଥୀ ହେବେ ବୋଲି ସୂଚନା ମିଳିଛି । ଏହା ସହିତ ସେ କଂଗ୍ରେସ ଦଳ ପାଇଁ ମଧ୍ୟ ନିର୍ବାଚନ ପ୍ରଚାର କରିବେ ।ତେବେ ଆଜି ଆମେ ଆପଣଙ୍କୁ ପ୍ରିୟଙ୍କାଙ୍କ ସମ୍ବନ୍ଧୀୟ କିଛି ଅଜଣା କଥା କହିବାକୁ ଯାଉଛୁ।

priyanka-gandh

-ପ୍ରିୟଙ୍କା ଗାନ୍ଧୀ ନିଜର ପ୍ରଥମ ସାର୍ବଜନିକ ଭାଷଣ ୧୬ ବର୍ଷ ବୟସରେ ଦେଇଥିଲେ। ଖବର ଅନୁଯାୟୀ, ୨୦୧୪ ମସିହାରେ ଲୋକସଭା ନିର୍ବାଚନ ସମୟରେ ପ୍ରିୟଙ୍କା ଧାର୍ମିକ ନଗରୀ ବନାରସରୁ ନିର୍ବାଚନ ଲଢ଼ିବା ପାଇଁ ଚାହୁଁଥିଲେ। କିନ୍ତୁ ମୋଦିଙ୍କ ବିପକ୍ଷରେ ନିର୍ବାଚନ ନ ଲଢ଼ିବା ପାଇଁ ତାଙ୍କୁ ଉପଦେଶ ଦିଆଯାଇଥିଲା।

-ପ୍ରିୟଙ୍କା ଦିଲ୍ଲୀର ମଡ଼ର୍ଣ୍ଣ ସ୍କୁଲରେ ପାଠ ପଢ଼ା ଶେଷ କରିଥିଲେ। ଏହାପରେ ସେ ଦିଲ୍ଲୀ ୟୁନିଭର୍ସିଟିର ଜିଜସ୍ ମେରୀ ସ୍କୁଲରୁ ସାଇନ୍ସ ଏବଂ ଟେକ୍ନୋଲୋଜିରେ ଡିଗ୍ରୀ ହାସଲ କରିଥିଲେ।

priyanka-gandhi

-ପ୍ରିୟଙ୍କା ତାଙ୍କର ସ୍ବାମୀ ରୋବର୍ଟ ଭାଦ୍ରଙ୍କୁ ୧୫ ବର୍ଷ ବୟସରେ ସାକ୍ଷାତ କରିଥିଲେ। ପ୍ରିୟଙ୍କା ହିଁ ପ୍ରଥମେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ।

-ପ୍ରିୟଙ୍କାଙ୍କ ଶାନ୍ତ ସ୍ବାଭାବ ସବୁବେଳେ ଲୋକଙ୍କୁ ଆକର୍ଷିତ କରାଇଥାଏ। ଏହାଛଡ଼ା ଦୈନିକ ୧ ଘଣ୍ଟା ପ୍ରିୟଙ୍କା ଯୋଗ କରିଥାନ୍ତି।

-ଜେଜେମୋ ଇନ୍ଦିରା ଗାନ୍ଧୀଙ୍କ ଦେହାନ୍ତ ପରେ ପ୍ରିୟଙ୍କା ଏବଂ ରାହୁଲ ନିଜର ପାଠପଢ଼ା ଘରୁ ହିଁ ଜାରି ରଖିଥିଲେ। ତାଙ୍କୁ ୨୪ ଘଣ୍ଟା ସୁରକ୍ଷାକର୍ମିଙ୍କ ନଜର ସାମ୍ନାରେ ରହିବାକୁ ପଡ଼ୁଥିଲା।

Priyanka-Gandhi-V6

-ପ୍ରିୟଙ୍କା ବିବାହ ପୂର୍ବରୁ ରୋବର୍ଟଙ୍କ ସହ ୬ବର୍ଷ ଏକା ସାଙ୍ଗରେ ରହିଥିଲେ।

-ପ୍ରିୟଙ୍କାଙ୍କ ତୁଳନା ସବୁବେଳେ ତାଙ୍କ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ସହହୋଇଥାଏ। ତାଙ୍କର ହେୟାରଷ୍ଟାଇଲ, ପୋଷକ ପିନ୍ଦିବା ଅନ୍ଦାଜ ଏବଂ କଥାବବାର୍ତ୍ତା ହେବା ଶୈଳୀ ସବୁବେଳେ ଇନ୍ଦିରା ଗାନ୍ଧୀଙ୍କ ଛାପ ଛାଡ଼ିଥାଏ।

-ପ୍ରିୟଙ୍କା ଫଟୋଗ୍ରାଫି , କୁକିଂ ଏବଂ ପାଠ ପଢ଼ିବା ଖୁବ ପସନ୍ଦ କରନ୍ତି। ଏହାଛଡ଼ା ତାଙ୍କୁ ଛୋଟ ପିଲା ଖୁବ ପସନ୍ଦ।ଏନେଇ ସେ ଛୋଟ ପିଲାଙ୍କ ପାଇଁ ରାଜିବ ଗାନ୍ଧୀ ଫାଉଣ୍ଡେସନର ବେସମେଣ୍ଟରେ ଲାଇବ୍ରେରୀ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.