Below header

ବୀରମହାରାଜପୁର ଚିଲିଡ୍ରେନ ପାର୍କ, ମନ ମୋହୁଛି ପିଲାଙ୍କ ସହ ସାଧାରଣ ଜନତାଙ୍କର

ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଚିଲିଡ୍ରେନ ପାର୍କର ଦୃଶ୍ୟ । ଏଠାରେ ଶିଶୁମାନଙ୍କର ଖେଳକୁଦ କରିବା ସହିତ ମାନସିକ ,ଶାରିରୀକ ଓ ବୁଦ୍ଧିର ବିକାଶ ହୋଇପାରିବ ।

ସୁବର୍ଣ୍ଣପୁର(କେନ୍ୟୁଜ):  ଗାଁ ଗହଳିରେ ରହୁଥିବା ଶିଶୁ ମାନଙ୍କ ଶାରିରୀକ,ମାନସିକ ଏବଂ ବୈାଦ୍ଧିକ ବିକାଶ ପାଇଁ ତିଆରି କରାଯାଇଛି ଗ୍ରାମୀଣ ପାର୍କ। ଯେଉଁଥିରେ ହାତୀ,ଜେବ୍ରା,ଔଷଧିୟ ବୃକ୍ଷ ସହିତ ରହିଛି ବିଭିନ୍ନ ଦେବା ଦେବୀ ମନ୍ଦିର ସହ ମହାପୁରୁଷଙ୍କ ଫଟୋଚିତ୍ର । ଶିଶୁମାନେ ଖେଳ କୁଦ କରିବାସହ ଏସବୁ ଦେଖି କିଛି ଶିଖି ପାରିବେ । ମନଲୋଭା ଚତ୍ର ସାଙ୍ଗକୁ ସୁସଜ୍ଜିତ ହୋଇଥିବା ପାର୍କକୁ ଦେଖିବା ପାଇଁ ଛୁଆରୁ ବୟସ୍କ ଲୋକ ପର୍ଯ୍ୟନ୍ତ ମନଭରି ଉପଭୋଗ କରୁଛନ୍ତି ।

ଖାଲି ସେତିକି ନୁହେଁ ସୁନ୍ଦର ଓ୍ୱାଲ ପେନଟିଙ୍ଗ ସାଙ୍ଗକୁ ଲାଗିଛି ବିଭିନ୍ନ କିସମର ଔଷଧିୟ ବୃକ୍ଷ । ହାତୀ,ମୟୁର,ସିଂହ,ଓଟ,ବାଘ,କୁମ୍ଭିର ସାଙ୍ଗକୁ ରହିଛି ଜିଲ୍ଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ର ,ବରାହ ପଦର ମଠ,ମାହେଶ୍ୱରୀ ମନ୍ଦିର,ଉମାଦେବୀ ମନ୍ଦିରର ଫଟୋଚିତ୍ର । ଯେକେହି ଆସିଲେ ଏଇ ସୁନ୍ଦର ମନୋରମ ଦୃଶ୍ୟକୁ ଦେଖି ଅଟକି ଯିବ ନିଶ୍ଚୟଁ ।ଯେଉଁଥିପାଇଁ ସକାଳେ ଏବଂ ସନ୍ଧ୍ୟା ସମୟରେ ଛୁଆଙ୍କ ଗହଳି ଦେଖିବାକୁ ମିଳିଥାଏ ।

ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଚିଲିଡ୍ରେନ ପାର୍କର ଦୃଶ୍ୟ । ଶିଶୁମାନେ ଖେଳକୁଦ କରିବା ସହିତ କିଛି ଦେଖି ଜାଣି ପରିବେ । ଖେଳକୁଦ ସହିତ ମାନସିକ ,ଶାରିରୀକ ଓ ବୁଦ୍ଧିର ବିକାଶ ହୋଇପାରିବ । ଯେଉଁଥିପାଇଁ ଏଠାକୁ ଆସୁଥିବା ଅଭିଭାବକ ଏବଂ ଛୋଟ ଛୋଟ ଛୁଆ ମାନେ ବେଶ ଖୁସି ଅଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ରଜାବନ୍ଧ ପାଖକୁ ଲାଗି ତିଆରି ହୋଇଥିବା ଏଇ ଗ୍ରାମିଣ ପାର୍କ ରାସ୍ତା କଡରେ ତିଆରି ହୋଇଥିବାରୁ ଆଖ ପାଖ ଅଂଚଳରେ ଥିବା ଚଂମ୍ପାମାଲ,ଚଂମ୍ପାପୁର,ବାଘମାରୀ,ରଥୀପଡା,କେନ୍ଦୁପାଲି,ଝାରକୁମୁଣ୍ଡା ଆଦି ଗାଁ ମାନଙ୍କର ଛୁଆ ଏବଂ ଅଭିଭାବକ ମାନେ ଆସି ମନକୁ ପ୍ରଫୁଲ୍ଲିତ କରିଥାନ୍ତି । ଚଂମ୍ପାମାଲ ପଂଚାୟତ ଝାରକୁମୁଣ୍ଡା ମୈାଜା ଅଧିନରେ ପଡିରହିଥିବା ଥିବା ଏହି ଅଦରକାରୀ ଜମିକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମନରେଗା ଯୋଜନା,ବିଆରଜିଏଫ,ସିଏଫସି,ଏସଏଫସି ଅନୁଦାନରେ ତିଆରି କରାଯାଇଛି । ଯାହା ଲୋକଙ୍କ ମନ ମୋହୁଛି

। ମନୋଲୋଭା ସୁନ୍ଦର ପରିବେଶ ସହିତ ଶିକ୍ଷଣିୟ ଥିବା କାନ୍ଥ ଚିତ୍ର ବେଶ ଆକର୍ଷଣୀୟ ହୋଇ ପାରିଛି । ଆଗକୁ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାପାଇଁ ରଜା ବନ୍ଧଠାରେ ବୋଟିଙ୍ଗର ବ୍ୟବସ୍ଥା କରାଯିବାସହ ଏହା ସମସ୍ତଙ୍କ ପାଇଁ ଉଦାହରଣ ହୋଇ ପାରିବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି । ଏପଟେ ଅଳିଆ ଆବର୍ଜନାରେ ପଡି ରହିଥିବା ଏହି ଜମି ଆଜି ସୁନ୍ଦରତାର କଥା କହୁଥିବା ବେଳେ ମନ ମୋହିଛି ସାଧାରଣ ଜନତାଙ୍କର । ଯେଉଁଥିପାଇଁ ବେଶ ଖୁସି ଅଛନ୍ତି ସ୍ଥାନୀୟ ଲୋକ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.