ଅଜାଣତରେ ନାଗ ସାପକୁ ମାରିଦେଲେ ! ପୁଣି ଦୋଷ ମାନି ସମ୍ପନ୍ନ କଲେ ଶେଷକୃତ୍ୟ

ସାପକୁ ନେଇ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଅଜାଣତରେ ସାପ ମାରିଥିବାରୁ ନିଜେ ପ୍ରାୟଶ୍ଚିତ କରିବାପାଇଁ ହିନ୍ଦୁ ରିତୀନିତୀ ଅନୁଯାୟୀ ସାପର ସଂସ୍କାର କରାଇଛନ୍ତି ଗ୍ରାମବାସୀ ।

ମହାକାଳପଡା(କେନ୍ୟୁଜ୍‌): ସାଧାରଣତଃ ବର୍ଷା ଦିନେ ସାପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାନ୍ତି । ଯାହାଫଳରେ ସାପ ଆମକୁ କାମୁଡ଼ିଦେବା ଭୟରେ ଆମେ ଦେଖୁ ଦେଖୁ ହିଁ କିଛି ନଭାବି ସାପଟିକୁ ଆଘାତ ପହଁଚାଇଥାଉ । ଅପରପଟେ ଅନେକ ସ୍ଥାନରେ ଅଜାଣତରେ ସାପ ସଂସ୍ପର୍ଷରେ ଆସି ଅନେକ ଲୋକ ସାପ କାମୁଡାରେ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି ।

ତେବେ ପ୍ରାୟତଃ ସମୟରେ ଘରେ କିମ୍ବା ଘର ବାହାରେ ସାପକୁ ଦେଖିଲେ ଲୋକମାନେ ମାରିଦେଇଥାନ୍ତି। ଏହି ସମୟରେ ଯଦି ସାପ ଭୁଲବଶତଃ ନିକଟକୁ ଆସିଥାଏ, ତେବେ ଲୋକମାନେ ଅଧିକମାତ୍ରାରେ ଭୟଭୀତ ହୋଇ ପଡ଼ିଥାନ୍ତି। ସାପ ବିଷାକ୍ତ ହୋଇଥିବା କାରଣରୁ ତାହା ନିକଟକୁ କୌଣସି ବ୍ୟକ୍ତି ବିଶେଷ ଯାଇ ନଥାନ୍ତି। ଏଭଳି ସ୍ଥଳରେ ସାପକୁ ନେଇ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଅଜାଣତରେ ସାପ ମାରିଥିବାରୁ ନିଜେ ପ୍ରାୟଶ୍ଚିତ କରିବାପାଇଁ ହିନ୍ଦୁ ରିତୀନିତୀ ଅନୁଯାୟୀ ସାପର ସଂସ୍କାର କରାଇଛନ୍ତି ଗ୍ରାମବାସୀ। ଏମିତି ଏକ ବିଶ୍ଵାସର କଥା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗିରଙ୍ଗ ଗ୍ରାମରେ ଗତ ରାତିରେ ବ୍ରଜକିଶୋର ନାୟକଙ୍କ ଗୁହାଳ ଘରେ ପ୍ରାୟ ୪ଫୁଟରୁ ଉର୍ଦ୍ଧ ଲମ୍ବର ବିଷଧର ସାପ ପଶିଯାଇଥିଲା। ସାପଟିକୁ ପ୍ରଥମେ ବ୍ରଜ କିଶୋରଙ୍କ ପତ୍ନୀ ଦେଖିବାକୁ ପାଇଥିଲେ । ସପଟିକୁ ଦେଖିବା ମାତ୍ରକେ ସେ ହାଲା କରିବାକୁ ଲାଗିଥିଲେ ।

last rite

ତାଙ୍କ ପାଟି ଶୁଣି ପୁଅ ଶଶିକାନ୍ତ ଦୌଡି ଆସି ଗୁହାଳଘରେ ସାପଟିକୁ ବାଡେଇ ବାଡେଇ ମାରିଦେଇଥିଲେ । ପରେ ଗ୍ରାମରେ ଏହି ଖବର ପ୍ରଚାର ହେବା ପରେ ସାପଟିକୁ ଆସି ଦେଖିଥିଲେ ଗ୍ରାମବାସୀ ଏବଂ ତାହା ନାଗ ସାପ ବୋଲି ଚିହ୍ନିଥିଲେ । ଏହା ଜାଣିବା ପରେ ସାପଟିର ରିତିନିତୀ ଅନୁଯାୟୀ ଶେଷକ୍ରୁତ କରାଯାଇଥିଲା । ଗ୍ରାମଠାରୁ ମାତ୍ର କିଛି ଦୂରରେ ଚନ୍ଦନ କାଠ ଓ ଘିଅ ସହ ପୂଜାର୍ଚନା କରି ଶେଷକୃତ୍ୟ କରିଥିଲେ ଗ୍ରାମବାସୀ ।

ବିଶ୍ଵାସ ରହିଛି ଆମେ ନାଗ ଦେବତାଙ୍କୁ ଶିବଙ୍କ ରୂପରେ ପୂଜା କରୁଥାଉ । ତେବେ ଅଜଣାତରେ ଏହି ନାଗ ସାପଟିକୁ ମାରିଥିବାରୁ ନିଜ ଦୋଷ ସ୍ୱିକାର କରିବା ସହ ଏହାକୁ ହିନ୍ଦୁ ପରମ୍ପରା ରୀତିନୀତି ସହକାରେ ସଂସ୍କାର କରାଇ ଏକ ଉଦାହରଣ ସ୍ରୁଷ୍ଟି କରିଛନ୍ତି ।