Below header

ଦୁର୍ଘଟଣା ଦେଖୁଥିବା ଲୋକଙ୍କ ଉପରେ ମାଡିଗଲା ଜାଗୁଆର୍‌, ୯ ଜଣଙ୍କ ମୃତ୍ୟୁ

ଗୁଜରାଟ ଅହମ୍ମଦାବାଦର ଇସ୍କନ ବ୍ରିଜ୍‌ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ରାସ୍ତା ପରେ ଠିଆ ହୋଇ ଦୁର୍ଘଟଣା ଦେଖୁଥିଲେ । ହେଲେ ଜାଣି ନଥିଲେ ସେମାନେ ବି ଦୁର୍ଘଟଣାର ଶିକାର ହେବେ ।

ଅହମ୍ମଦାବାଦ: ରାସ୍ତା ପରେ ଠିଆ ହୋଇ ଦୁର୍ଘଟଣା ଦେଖୁଥିଲେ । ହେଲେ ଜାଣି ନଥିଲେ ସେମାନେ ବି ଦୁର୍ଘଟଣାର ଶିକାର ହେବେ । ଦୁର୍ଘଟଣା ଦେଖୁଥିବା ଲୋକଙ୍କ ଉପରେ ମାଡିଗଲା ଜାଗୁଆର୍‌, ୯ ଜଣଙ୍କ ମୃତ୍ୟୁ । ଗୁଜରାଟ ଅହମ୍ମଦାବାଦର ଇସ୍କନ ବ୍ରିଜ୍‌ ଉପରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ପୋଲିସ କନେଷ୍ଟବଳ ଓ ହୋମଗାର୍ଡ ଅଛନ୍ତି ।

ଗତକାଲି ବିଳମ୍ବିତ ରାତିରେ ଇସ୍କନ ବ୍ରିଜ୍‌ ଉପରେ ଏକ କାର୍‌ ଓ ଡମ୍ପର ମଧ୍ୟରେ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାକୁ ଦେଖିବା ପାଇଁ ଭିଡ ଜମାଇଥିଲେ ଲୋକ । ଏତିକି ବେଳେ ୧୬୦ କିମି ବେଗରେ ଏକ ଜାଗୁଆର୍‌ ଆସି ରାସ୍ତା କଡ଼ରେ ଠିଆ ହୋଇଥିବା ପ୍ରାୟ ୨୫ ଜଣଙ୍କୁ ଧକ୍କା ଦେଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୩୦ ଫୁଟ ଦୂରକୁ ଛିଟିକି ପଡିଥିଲେ ଲୋକ । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ୧୫ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.