ନୂଆପଡାରେ ପୁଣି ବାଘ ଆତଙ୍କ, ଗୁହାଳରୁ ଟାଣି ନେଇ ବାଛୁରୀକୁ ମାରି ଖାଇଦେଲା !

ନୂଆପଡା ଆମାନାରା ବିଟ୍‌ ତରିଆ ମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖା ଦେଇଛି । ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ବାଘ ମାରି ଖାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ନୂଆପଡା(କେନ୍ୟୁଜ୍‌): ନୂଆପଡାରେ ପୁଣି ବାଘ ଆତଙ୍କ । ଗୁହାଳରୁ ଟାଣି ନେଇ ବାଛୁରୀକୁ ମାରି ଖାଇଥିବା ଅଭିଯୋଗ । ଆମାନାରା ବିଟ୍‌ ତରିଆ ମହୁଆଭଟା ଗାଁରେ ପୁଣି ବାଘ ଆତଙ୍କ ଦେଖା ଦେଇଛି । ଗାଁର ଗୋବିନ୍ଦ ନାଏକଙ୍କ ବାଛୁରୀକୁ ଗୁହାଳରୁ ଟାଣି ନେଇ ବାଘ ମାରି ଖାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଗତକାଲି ସନ୍ଧ୍ୟାରେ ଗୋବିନ୍ଦ ଗାଈ ବାଛୁରୀଙ୍କୁ ଗୁହାଳରେ ବାନ୍ଧିଥିଲେ । ସକାଳୁ ଗୁହାଳରେ ବାଛୁରୀ ନଥିଲା । ଗୁହାଳଠୁ ପ୍ରାୟ ୨୦୦ ମିଟର ଦୂରରେ ବାଛୁରୀର ମୃତଦେହ ପଡିଥିଲା। ପାରିପାର୍ଶ୍ୱିକ ସ୍ଥିତି ଓ ପାଦ ଚିହ୍ନରୁ କଲରାପତରିଆ ବାଘ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି। ଏନେଇ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ନୂଆପଡ଼ା ରେଞ୍ଜ ବନବିଭାଗ କର୍ମଚାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.