Below header

କସ୍ତୁରବା ଗାନ୍ଧୀଙ୍କ ସ୍ଲୋଗାନରେ ପ୍ରଭାବିତ ହୋଇଥିଲେ ଗ୍ରାମବାସୀ

ଯଦି କେହି କେବେ ଆପଣଙ୍କୁ କୁହେ କି ଗୋଟେ ଗାଁର ଜନସଂଖ୍ୟା ୯୭ ବର୍ଷ ପୂର୍ବରୁ ଯେତିକି ଥିଲା ଏବେବି ସେତିକି ଅଛି, ତାହା ଶୁଣି ଆପଣଙ୍କର ଆଶ୍ଚଯ୍ୟର ସୀମା ରହିବ ନାହିଁ କିମ୍ବା ହୁଏତ ଆପଣ ବିଶ୍ୱାସ ମଧ୍ୟ କରିନପାରନ୍ତି । କିନ୍ତୁ ବାସ୍ତବରେ ଏହା ସତ୍ୟ । ଭାରତର ହ୍ରଉଦୟ ବୋଲି ଜଣା ଯାଉଥିବା ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଧନୋରା ଗାଁ । ଏହି ଗାଁର ଜନ ସଂଖ୍ୟା ଦୀର୍ଘ ୯୭ ବର୍ଷ ପୂର୍ବରୁ ଅର୍ଥାତ ୧୯୨୨ ମସିହାରେ ୧୭୦୦ ଥିଲା ଓ ଆଜି ମଧ୍ୟ ସେତିକି ହିଁ ଅଛି । ଏହି ଗାଁର କୌଣସି ପରିବାରର ୨ ରୁ ଅଧିକ ପିଲା ନାହାନ୍ତି । ପୃଥିବୀର ଅନ୍ୟ ପ୍ରାନ୍ତ ଗୁଡିକରେ ଜନସଂଖ୍ୟା ହୁତୁହୁତୁ ହୋଇ ବଢୁଥିବା ବେଳେ ଏହି ଗାଁର ଲୋକେ କିନ୍ତୁ ଏ କ୍ଷେତ୍ରରେ ବେଶ ସଚେତନ । ଏମିତିକି ଏହି ଗାଁରେ ପୁଅ ଓ ଝିଅ ମଧ୍ୟରେ ମଧ୍ୟ କୌଣସି ଭେଦଭାବ କରାଯାଏ ନାହିଁ । ଧନୋରା ଗାଁକୁ ପରିବାର ନିୟୋଜନ କ୍ଷେତ୍ରରେ ସାରା ପୃଥିବୀରେ ବ୍ରାଣ୍ଡ ଆମ୍ବାସେଡର କହିଲେ ମଧ୍ୟ କିଛି ଭୁଲ ହେବ ନାହିଁ ।

women

ଦୀର୍ଘ ଦଶ ଦଶନ୍ଧିରେ ଧରି ଧନୋରା ଗାଁର ଜନ ସଂଖ୍ୟା ନ ବଢିବା ପଛରେ ମଧ୍ୟ ଏକ ରୋଚକ କାହାଣୀ ଅଛି । ଐତିହାସିକ ଏସ. କେ. ମହାଵୀୟାଙ୍କ ଅନୁସାରେ ୧୯୨୨ ମସିହାରେ ଏଠାରେ ଜାତୀୟ କଂଗ୍ରେସର ଏକ ସମ୍ମେଳନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କସ୍ତୁରବା ଗାନ୍ଧୀ(ବା ) ଯୋଗ ଦେଇଥିଲେ । ଏଇଥିରେ ବା’, ଗ୍ରାମ ବାସୀ ମାନଙ୍କୁ ‘ଛୋଟ ପରିବାର ଓ ସୁଖୀ ପରିବାର’ ର ସ୍ଲୋଗାନ ଦେଇଥିଲେ । ଯାହାକୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ବେଦର ଗାର ଭାବେ ମାନି ଆସୁଛନ୍ତି । ଏହା ପରଠୁ ହିଁ ଗ୍ରାମବାସୀ ପରିବାର ନିୟୋଜନ କ୍ଷେତ୍ରରେ ବେଶ ସଚେତନ ହୋଇଯାଇଛନ୍ତି । ଗାଁର ପ୍ରତି ପରିବାର ଗୋଟେ କିମ୍ବା ୨ ଟି ପିଲା ପରେ ପରିବାର ନିୟୋଜନ କରାଇନିଅନ୍ତି । ଏହା ଦ୍ୱାରା ହିଁ ଗ୍ରାମର ଜନସଂଖ୍ୟା ଏକ ପ୍ରକାର ସ୍ଥିର ସ୍ଥିତିରେ ହିଁ ଅଛି । ସ୍ଥାନୀୟ ଜଣେ ପତ୍ରକାରଙ୍କ ଅନୁଯାୟୀ ପରିବାର ନିୟୋଜନ କ୍ଷେତ୍ରରେ ଏହି ଗାଁ ଯେମିକି ଏକ ମଡେଲ ପାଲଟି ଯାଇଛି ।

ଏହା ସହ ପଢନ୍ତୁ: ଜନ୍ମରୁ ଦୁଇ ହାତ ନଥିବା ଦିବ୍ୟାଙ୍ଗ କଲେ ରିଲିଫ ପାଣ୍ଠିକୁ ସହାୟତା, ଭାବପ୍ରବଣ ହୋଇଗଲେ କେରଳ ମୁଖ୍ୟମନ୍ତ୍ରୀ

ପୁଅ ହେଉ ବା ଝିଅ ଅତି ବେଶୀରେ ୨ଟି ସନ୍ତାନ ପରେ ପରିବାର ନିୟୋଜନ ପଦ୍ଦତି ଆପଣେଇବା ଦ୍ୱାରା ଗାଁରେ ବିଶେଷ ଲିଙ୍ଗ ଅନୁପାତ ମଧ୍ୟ ନାହିଁ ।ଗ୍ରାମ ବାସୀଙ୍କ ଅନୁଯାୟୀ ଧନୋରା ଆଖପାଖ ଗାଁର ଲୋକ ସଂଖ୍ୟା ବିଗତ ୫୦ ବର୍ଷ ଭିତରେ ୪ରୁ ୫ ଗୁଣ ବଢ଼ିଯାଇଥିବା ବେଳେ ଧନୋରା ଗାଁର ସ୍ଥିତି କିନ୍ତୁ ସମ୍ମାନ ରହିଛି । ଯାହାକି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛି । ଗ୍ରାମର ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ ତାଙ୍କୁ କେବେ ମଧ୍ୟ ଗ୍ରାମବାସୀ ମାନଙ୍କୁ ପରିବାର ନିୟୋଜନ କ୍ଷେତ୍ରରେ ସଚେତନ କରିବାକୁ ପଡ଼ିନାହିଁ । ସେମାନେ ନିଜେ ନିଜେ ସଚେତନ ହୋଇଛନ୍ତି । ଗ୍ରାମବାସୀଙ୍କ ଏହି ସଚେତନତା ଗାଁ ଟିକୁ ଏକ ସ୍ୱତନ୍ତ୍ର ଗାଁର ପରିଚୟ ଦେଇ ପାରିଛି କହିଲେ ଭୁଲ ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.