ଆଜି ଓଡିଶା ଆସୁଛନ୍ତି ୭ ଜଣିଆ କେନ୍ଦ୍ରୀୟ ଟିମ୍, ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସହ କ୍ଷୟକ୍ଷତିର କରିବେ ତଦାରଖ

ଭୁବନେଶ୍ବର: ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ୭ ଜଣିଆ ପ୍ରତିନିଧି ଦଳ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ । ତାଙ୍କ ସହ ରହିବେ ରାଜ୍ୟର ଅଧିକାରୀ । ଦିନ ଗୋଟାଏ ବେଳେ ଟିମ ଭୁବନେଶ୍ୱରରେ ପହଁଚିବେ । ଭଦ୍ରକ ଜିଲ୍ଲା ଗସ୍ତରେ ବାହାରି ଚାନ୍ଦବାଲି ଧାମରା ଓ ବାସୁଦେବପୁର ଗସ୍ତ କରିବ ଟିମ୍ । ଶୁକ୍ରବାର କେନ୍ଦ୍ରାପଡା ଗସ୍ତ କରିବେ ପ୍ରତିନିଧି ଦଳ । ବାତ୍ୟା ବୁଲବୁଲରେ କେତେ ପରିମାଣର କ୍ଷତି ହୋଇଛି ତାର ତଦାରଖ କରିବେ । ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିବା ସମୟରେ ସ୍ଥାନୀୟ ଲୋକ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ । ୧୫ ତାରିଖ ଦିନ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବା ପରେ ଦିଲ୍ଲୀ ଫେରିଯିବେ । ଏହା ପୂର୍ବରୁ ରାଜ୍ୟ ସରକାର, ଚାଷୀ ଓ ମତ୍ସ୍ୟଜୀବୀଙ୍କ ପାଇଁ ସହାୟତା ଘୋଷଣା କରି ସାରିଛନ୍ତି । ୨୪ ତାରିଖ ସୁଦ୍ଧା ସହାୟତା ପ୍ରଦାନ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.