Below header

ରାୟଗଡ଼ା କାର୍କାମାର୍କା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ: ବିପୁଳ ପରିମାଣର ଔଷଧ,ଖାଦ୍ୟ ସାମଗ୍ରୀ,ଲ୍ୟାଣ୍ଡମାଇନ ସହ ପୋଷାକ ଜବତ

ରାୟଗଡ଼ା: ଜଙ୍ଗଲରେ ମାଓ କ୍ୟାମ୍ପ। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା କାର୍କାମାର୍କା ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରାଯାଇଛି। ଜଙ୍ଗଲ ଭିତରେ ମାଓ କ୍ୟାମ୍ପ ଚାଲିଥିବା ସୂଚନା ପାଇ SOG ଓ DVF ଯବାନଙ୍କ ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା। କମ୍ବିଂ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ସହ ଲ୍ୟାଣ୍ଡମାଇନ,ଔଷଧ,ଖାଦ୍ୟ ସାମଗ୍ରୀ ସହ ପୋଷାକ ଜବତ ହୋଇଛି। ଘଟଣାସ୍ଥଳରେ ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କରିଛନ୍ତି SOG ଓ DVF ଯବାନ। ତେବେ ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଛନ୍ତି। ଏବେବି କମ୍ବିଂ ଅପରେସନ୍‌ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.