ପୁଣି ହଇଚଇ ସୃଷ୍ଟି କଲା ନୋରା ଫତେହୀଙ୍କ ଡ୍ୟାନ୍ସ ଭିଡିଓ

ବଲିଉଡ୍‌ରେ ନିଜ ଡ୍ୟାନ୍ସ ଅନ୍ଦାଜରେ ଦର୍ଶକଙ୍କୁ ବାୟା କରୁଥିବା ନୋରା ଫତେହି ପୁଣି ହଇଚଇ ସୃଷ୍ଟି କରିଛନ୍ତି। ତାଙ୍କର ଏକ ଡ୍ୟାନ୍ସ ଭିଡିଓ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନୋରା ଏହି ଭିଡିଓରେ ବେଲି ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାନ୍‌ ଫେଜ୍‌ରେ ଶେୟାର କରାଯାଇଛି। ନୋରାଙ୍କ ଏହି ଭିଡିଓକୁ ହଜାର ହଜାର ଭ୍ୟୁ ମିଳିସାରିଛି। କିଛିଦିନ ପୂର୍ବରୁ ଏହାକୁ ପୋଷ୍ଟ କରାଯାଇଥିଲା।

nora2

ଏହାସହ ପଢ଼ନ୍ତୁ: ସୁପରଷ୍ଟାର ପ୍ରଭାସଙ୍କୁ ଚାପୁଡ଼ା ମାରିଲେ ଯୁବତୀ, ଯାହାପରେ ବାହୁବଳୀ କଲେ ଏପରି ଦେଖନ୍ତୁ ଭିଡିଓ

ନୋରାଙ୍କ ଏହି ଡ୍ୟାନ୍ସ ଭିଡିଓକୁ ଢେର୍‌ ଦର୍ଶକ ଦେଖୁଛନ୍ତି। ବେଲି ଡ୍ୟାନ୍ସ ପାଇଁ ଜଣାଶୁଣା ନୋରା ନିଜ ଷ୍ଟାଇଲରେ ଯାଦୁ ଦେଖାଇଛନ୍ତି। ଏମିତିରେ ତାଙ୍କ ଭିଡିଓ ଆସିବା କ୍ଷଣି ସୋସିଆଲ ମିଡିଆରେ ପୂରା ଛାଇଯାଇଥାଏ। ଏଥର ମଧ୍ୟ ଠିକ୍‌ ସେଇଆ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି, ନୋରାଙ୍କ ଡ୍ୟାନ୍ସ ପରଫର୍ମାନ୍ସ ଦେଖିବା ଲାଗି ଲକ୍ଷ ଲକ୍ଷ ଦର୍ଶକ ଭିଡ଼ ଜମାଇଛନ୍ତି। ଲୋକେ ତାଙ୍କ ଝଲକ ପାଇବାକୁ ଉତ୍ସୁକ ହୋଇଯାଉଛନ୍ତି।

 

View this post on Instagram

 

Dance plus 4 finale performance tonight on @starplus at 8pm 🔥💥💃🏾 #dilbar #babymarvakemaanegi #kamariya

A post shared by Nora Fatehi (@norafatehi) on

ଏହାସହ ପଢ଼ନ୍ତୁ: ଭାଇରାଲ ହେଲା ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଗାଧୋଇବା ବେଳର ଭିଡିଓ

କହି ରଖିଛୁ, ନୋରା ନିଜ ଡ୍ୟାନ୍ସ ପାଇଁ ଏବେ ଡିମାଣ୍ଡରେ ଅଛନ୍ତି। ସେ ବାହୁବଲୀ, ସତ୍ୟମେବ ଜୟତେ ଏବଂ ଦିଲ୍‌ବର ଗୀତରେ ଖୁବ୍‌ ଚର୍ଚ୍ଚା ସାଉଁଟିଛନ୍ତି। ନୋରା ବିଗ୍‌ ବସ୍‌ରେ ମଧ୍ୟ ଆସିସାରିଛନ୍ତି। ସେ ନିକଟରେ ଫିଲ୍ମ ‘ଭାରତ’ରେ ନଜର ଆସିଥିଲେ। ଆଗକୁ ନୋରା ବରୁଣ ଧଓ୍ଵନ୍‌, ଶ୍ରଦ୍ଧା କପୁରଙ୍କ ଡ୍ୟାନ୍ସ ବେସ୍‌ଡ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍ସର’ରେ ନଜର ଆସିବେ।

 

View this post on Instagram

 

#NewYears was lit 🔥 Thank you #Kolkata for all the love 🇮🇳 💖 Location: Aquatica parks @anups_

A post shared by Nora Fatehi (@norafatehi) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.