ମେଟ୍ରୋରେ ଦୀପକ କଲାଲ୍‌ଙ୍କୁ ଏହି କାରଣରୁ ଚାପୁଡ଼ା ମାରିଲେ ଯୁବତୀ, ଦେଖନ୍ତୁ ଭିଡିଓ

ଅଜବ କାମ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଦୀପଲ କଲାଲ୍‌ଙ୍କ ଭିଡିଓ ପୁଣି ଥରେ ଭାଇରାଲ ହୋଇଛି। ତେବେ ଏହି ଭିଡିଓରେ ଦୀପକଙ୍କୁ ଏକ ଝିଅ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦୀପକ ନିଜେ ହିଁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି।

ନଭେମ୍ବର ୧୧ ତାରିଖରେ ଦୀପକ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ସେ ଦିଲ୍ଲୀର ମେଟ୍ରୋରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ସେଠାରେ ଉପସ୍ଥିତ ଜଣେ ମହିଳାଙ୍କ ଉପରେ ଦୀପକ ଜୋର୍‌ରେ ଚିତ୍କାର କରିଥିଲେ। ଫଳରେ ଯୁବତୀ ଜଣକ ରାଗରେ ଦୀପକଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ।

https://www.instagram.com/tv/B4urI86gHjr/?utm_source=ig_web_copy_link

ଭିଡିଓରେ ଦୀପକ ଯୁବତୀଙ୍କୁ କହୁଛନ୍ତି ଯେ ‘ମୁଁ ତୁମକୁ ଜାଣିନି। ତୁମେ ମୋ ଅନୁମତି ବିନା ମୋ ସହ ସେଲ୍ଫି କେମିତି ନେଉଛ? ମୁଁ ଜଣେ ସେଲିବ୍ରିଟି। ତୁମକୁ ପ୍ରଥମେ ମୋ ଅନୁମତି ନେବା ଆବଶ୍ୟକ।’ ଏତେ ସବୁ କହିବା ପରେ ମଧ୍ୟ ଦୀପକ ଚୁପ୍‌ ନହେବାରୁ ଯୁବତୀ ଜଣକ ତାଙ୍କୁ ଏକ ଚାପୁଡ଼ା ମାରିଥିବା ଦେଖିବାକୁ ମିଳିଛି। ଚାପୁଡ଼ା ଖାଇବା ପରେ ମଧ୍ୟ ଦୀପକ ଚୁପ୍‌ ନ ରହି ପୂର୍ବ ଭଳି ଗପୁଥିବା ନଜର ଆସିଛି।

ଏହାସହ ପଢ଼ନ୍ତୁ: ସୁଟିଂ ବେଳେ ହିନା ଖାନ୍‌ଙ୍କ ଉପରେ ଚଢ଼ିଗଲା ଟ୍ରକ୍‌,…

ଏହି ଭିଡିଓକୁ ସେୟାର କରି ଦୀପକ କ୍ୟାପସନ୍‌ରେ ଏକ ଲମ୍ବା ଚଉଡ଼ା ଗପ ବି ଲେଖିଛନ୍ତି। ଦିଲ୍ଲୀର ଝିଅ ମୋ ବିନା ଅନୁମତିରେ ମୋ ସହ ସେଲ୍ଫି ନେଇଛନ୍ତି। ମୁଁ ତାଙ୍କ ବିରୋଧରେ ଆକ୍ସନ୍‌ ନେବି ବୋଲି ଲେଖିଛନ୍ତି ଦୀପକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.