Below header

ଜାଣନ୍ତୁ କନ୍ୟାଦାନ ପାଇଁ LIC ର ଏହି ସ୍ପେଶାଲ ପଲିସି, ପାଇପାରିବେ ୨୭ ଲକ୍ଷ ଟଙ୍କା

ଝିଅମାନଙ୍କ ଭବିଷ୍ୟତ ପାଇଁ ସାଧାରଣତଃ ପ୍ରତ୍ୟେକ ମା’ ବାପା ଚିନ୍ତା କରିଥାନ୍ତି। ଏହି କାରଣରୁ ଝିଅଟିଏ ଜନ୍ମ ହେବା ପରେ ମା’ ବାପା ଝିଅ ପାଇଁ ଭଲ ଇଭେଷ୍ଟମେଣ୍ଟ ପଲିସି କରିବା ପାଇଁ ପ୍ଲାନିଂ କରିଥାନ୍ତି। LIC ର ଏଭଳି ଏକ ପଲିସି ରହିଛି ଯାହା LIC ଝିଅମାନଙ୍କ ବିବାହ ପାଇଁ ସାହାଯ୍ୟ କରିପାରିବ। ଏହି ପଲିସିର ନାଁ ହେଉଛି କନ୍ୟାଦାନ ଯୋଜନା। ଏହି ଯୋଜନାରେ ପ୍ରତ୍ୟେକ ଦିନ ୧୨୧ ଟଙ୍କା ହିସାବରେ ପାଖାପାଖି ମାସିକିଆ ପ୍ରିମିୟମରେ ୩୬୦୦ ଟଙ୍କା ମିଳିପାରିବ। କିନ୍ତୁ ଯଦି କୌଣସି ବ୍ୟକ୍ତି ଏହାଠାରୁ ଅଦିକ କିମ୍ବା କମ ପ୍ରିମିୟମ ଦେବୋକୁ ଚାହୁଁଛନ୍ତି ତେବେ ଏହି ପ୍ଲାନର ସୁବିଧା ପାଇପାରିବେ।

lic

ଏହାସହ ପଢନ୍ତୁ: ୧୫ ମିନିଟ୍‌ ରେ ନିଜର ପିଏଫ୍‌ ଖାତାକୁ କରିପାରିବେ E-Nomination, ଜାଣନ୍ତୁ ପ୍ରକ୍ରିୟା

ଏହି ଖାସ୍‌ ପଲିସି ପାଇଁ ଯଦି ଆପଣ ପ୍ରତ୍ୟେକ ଦିନ ୧୨୧ ଟଙ୍କା ହିସାବରେ ଟଙ୍କା ଜମା ରଖୁଛନ୍ତି ତେବେ ୨୫ ବର୍ଷରେ ୨୭ ଲକ୍ଷ ଟଙ୍କା ପାଇପାରିବେ। ଏହା ବ୍ୟତୀତ ଯଦି ପଳିସି କରିବା ପରେ ମୃତ୍ୟୁ ହୋଇଯାଏ ତେବେ ପରିବାରର କୌଣସି ସଦସ୍ୟଙ୍କୁ ଏହାର ପ୍ରିମିୟମ ଭରଣ କରିବାକୁ ପଡିବ ନାହିଁ ଏବଂ ପରିବାର ସଦସ୍ୟଙ୍କୁ ପ୍ରତି ବର୍ଷ ୧ଲକ୍ଷ ଟଙ୍କା ଦିଆଯିବ। ଏହା ବ୍ୟତୀତ ୨୫ ବର୍ଷ ପୂରଣ ହେବା ପରେ ପଲିସିର ନୋମିନୀ ୨୭ ଲକ୍ଷ ଟଙ୍କା ପାଇପାରିବେ। ଏହି ପଲିସି କରିବା ପାଇଁ ନ୍ୟୁନତମ ବୟସ ସୀମା ୩୦ ବର୍ଷ ଏବଂ ଝିଅର ବୟସ ୧ବର୍ଷ ହୋଇଥିବା ଆବଶ୍ୟକ। ଏହି ପ୍ଲାନ ୨୫ ବର୍ଷ ପାଇଁ କରାଯାଇଛି କିନ୍ତୁ ପ୍ରିମିୟମ୍‌ ୨୨ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.