Below header

୨୦୨୦ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ

ବ୍ରାଜିଲ୍‌ ରାଷ୍ଟ୍ରପତି ଜାୟର ବୋଲସୋନାରୋ ୨୦୨୦ ଜାନୁୟାରୀ ୨୬ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ବୋଲସୋନାରୋ ଭାରତ ଆସିବେ ବୋଲି ବୁଧବାର ସୂଚନା ଦେଇଛନ୍ତି।

ଏହାସହ ପଢ଼ନ୍ତୁ: ମାନକ ପରୀକ୍ଷାରେ ଫେଲ୍‌ ହେବା ପରେ ସାରା ଦେଶରେ ବ୍ୟାନ୍‌ ହେଲା ଏହି ୩୬ଟି ମେଡିସିନ୍‌

୧୧ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ମୋଦି ବ୍ରାଜିଲ୍‌ ଗସ୍ତ କରିଛନ୍ତି। ଏ ଅବସରରେ ସେ ଗଣତନ୍ତ୍ର ଦିବସରେ ବୋଲସୋନାରୋଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ ଓ ସେ ଏହା ସ୍ୱୀକାର କରିଥିବା ଜଣାଯାଇଛି। ବ୍ରିକ୍ସ ସମ୍ମିଳନୀରେ ବିଶ୍ୱର ପ୍ରମୁଖ ପାଞ୍ଚଟି ଦେଶ ବ୍ରାଜିଲ୍‌, ଋଷ, ଭାରତ, ଚୀନ୍‌ ଓ ଦକ୍ଷିଣ ଆଫ୍ରିକା ସାମିଲ ରହିଛି। ଆତଙ୍କବାଦର ମୁଳୋତ୍ପାଟନ ସହ ବିଶ୍ୱର ଉନ୍ନତି ପାଇଁ ଏହି ସମ୍ମିଳନୀ ଗଠିତ।

ବ୍ରାଜିଲ ରାଷ୍ଟ୍ରପତି ଭାରତ ଗସ୍ତ କରିବା ପରେ ଭାରତ ଓ ବ୍ରାଜିଲର ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି। ବ୍ରାଜିଲ୍‌ଠାରୁ ମୋଦି କୃଷି ଉପକରଣ, ପଶୁପାଳନ, ଫସଲକଟା ଟେକ୍‌ନିକ୍‌ ଆଦି ବିଷୟରେ ନିବେଶ ବିଷୟରେ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ତେବେ ଏ ଅବସରରେ ଭାରତୀୟମାନେ ବ୍ରାଜିଲ୍‌କୁ ଭିସାମୁକ୍ତ ଯାତ୍ରା କରିବା ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ମୋଦି ସ୍ୱାଗତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.