Below header

ପ୍ରକୃତିର ଚମତ୍କାର : ଅନବରତ ନଳକୂପରୁ ବାହାରୁଛି ପାଣି, ଲୋକେ କହୁଛନ୍ତି ଅଲୌକିକ ଘଟଣା

ପ୍ରକୃତି ଆମକୁ ଚଳିବା ପାଇଁ ସବୁକିଛି ଦେଇଛି , ଜଳ ବାୟୁ ଅଗ୍ନି ଇତ୍ୟାଦି । ଯାହା ବିନା ମଣିଷ ବଞ୍ଚିବା ଅସମ୍ଭବ କିନ୍ତୁ ବେଳେବେଳେ ଏହି ପ୍ରକୃତିକୁ ନେଇ ଏପରି ଚମତ୍କାର ଦେଖିବାକୁ ମିଳେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ପ୍ରକୃତିର ସେହିପରି ଏକ ଚମତ୍କାର ଦେଖାଇବାକୁ ଯାଉଛୁ । ନଳକୂପର ହାଣ୍ଡେଲ ମାରିଲେ ଆପଣ ପାଣି ବାହାରୁଥିବା ଦେଖିଥିବେ କିନ୍ତୁ ଆପେ ଆପେ କେଉଁଠୁ ପାଣି ବାହାରୁଥିବା କେବେ ଦେଖିଛନ୍ତି ? ହଁ ଆଜ୍ଞା ଏମିତି ଏକ ସ୍ଥାନ ଅଛି ଯେଉଁଠି ମଣିଷ ଆଉ ହ୍ୟାଣ୍ଡେଲ ମାରି କିମ୍ବା ମଟର ଲଗାଇ ପାଣି କାଢ଼ିବାକୁ ପଡୁନି।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ତେଣ୍ଡେମପାରା ଗାଁ ରେ। ଦିନେ ନୁହେଁ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଏହି ନଳକୂପରୁ ଆପେ ଆପେ ପାଣି ବାହାରୁଛି । ନଳକୂପ ଖୋଲିବା ଦିନରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ନଳକୂପ ନିକଟରେ ରହିଛି ମା ଦୁର୍ଗାଙ୍କ ମନ୍ଦିର । ତେଣୁ ଲୋକେ ଏହାକୁ ମା’ଙ୍କ ଅପୂର୍ବ ମହିମା ବୋଲି ବିଶ୍ୱାସ କରନ୍ତି ଏବଂ ଏହାକୁ ମା ଦୁର୍ଗାଙ୍କ କୃପା ଭାବି ପୂଜା କରନ୍ତି।ପ୍ରତିଦିନ ସହ ସହ ଲୋକ ଏହାକୁ ଦର୍ଶନ କରିବାକୁ ଆସିଥାନ୍ତି।

ଛତିଶଗଡ଼ର ବିଜାପୁର ଜିଲ୍ଲା ସଦରମହକୁମା ଠାରୁ 60କିଲୋମିଟର ଦୂରରେ ରହିଛି ଭୋପାଲପାଟନମ। ଏହାଠାରୁ ଅଳ୍ପ ବାଟଗଲେ ପଡିଥାଏ ତଣ୍ଡେମପାରା। ଏହି ଠାରେ ରହିଛି ସେହି ଆଶ୍ଚର୍ଯ୍ୟ ଜନକ ନଳକୂପ। ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ମାତ୍ର 10 ଫୁଟ ନଳକୂପ ଖୋଳିବା ପରେ ପାଣି ଉପରକୁ ଏତେ ଜୋରରେ ବୋହିଥିଲା ଯେ ଆଉ ନଳକୂପ ଗାଡି ଖୋଲିବା ସମ୍ଭବ ହୋଇପାରିନଥିଲା । ତଥାପି ଅନେକ ଚେଷ୍ଟା ପରେ ଆଉ 40 ଫୁଟ ହିଁ ଖୋଳି ହୋଇଥିଲା। ତେଣୁ ଆଖପାଖ ଅଞ୍ଚଳ ମା ଦେବୀଙ୍କ ଚମତ୍କାର ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ଦିନ ରାତି ତୀବ୍ର ଗତିରେ ପାଣି ବୋହି ଚାଲିଛି।

ଗାଁ ଲୋକଙ୍କ କହିବା କଥା ଏହି ଅଞ୍ଚଳକୁ ବହୁ ମାତ୍ରାରେ ଶ୍ରଦ୍ଧାଳୁ ଆସନ୍ତି । ତେବେ ସୋଲାର ପ୍ୟାନେଲ ଲଗାଇ ଏହି ପ୍ରାକୃତିକ ନଳକୂପ ଜଳକୁ ଲୋକଙ୍କ ସୁବିଧା ପାଇଁ ବିନିଯୋଗ କଲେ ସ୍ଥାନୀୟ ଲୋକେ ବେଶ ଉପକୃତ ହୋଇ ପାରନ୍ତେ । ପାନୀୟ ଜଳ ଭଳି ଉପଯୋଗି କରି ଲୋକଙ୍କୁ ସପ୍ଲାୟୀ କରିବା ସହ ଜଳସେଚନ କରି କୃଷି ରେ ବେଶ ଲାଭ ଉଠାଇ ପାରନ୍ତେ ଏହି ଅଞ୍ଚଳର ଲୋକେ । ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି। ସେପଟେ ବିଶେଷଜ୍ଞଙ୍କ ମତରେ ପୃଥିବୀର ମହାକର୍ଷଣ ଶକ୍ତି ଯୋଗୁଁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା କହିଛନ୍ତି। ଗୁରୁତ୍ୱାକର୍ଷଣ ଯୋଗୁଁ ପାଣି ବିପରୀତ ଦିଗରେ ପ୍ରଭାବିତ ହେଉଥିବା ବିଶେଷଜ୍ଞ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.