ବାସ୍ତୁ ନିୟମାନୁସାରେ ଲଗାନ୍ତୁ ଘରର ନେମ୍‌ ପ୍ଲେଟ୍‌, ନହେଲେ ଘରେ ହୋଇପାରେ କଳହ

ଘର ଭିତରର ସୈାନ୍ଦର୍ଯ୍ୟ ସହ ବାହାରର ସୈାନ୍ଦର୍ଯ୍ୟ ମଧ୍ୟ ଜରୁରୀ । ଘରର ସାଜସଜ୍ଜା ସହ ନିଜର ପରିଚୟ ପାଇଁ ଘରର ମୁଖ୍ୟ ଦ୍ୱାରରେ ନେମ୍‌ ପ୍ଲେଟ୍‌ ଲଗାଯାଇଥାଏ । ଯଦି ବାସ୍ତୁ ଶାସ୍ତ୍ର କଥା କିହିବା ତେବେ ନେମ୍‌ ପ୍ଲେଟ୍‌ ଲଗାଇବା ବେଳେ ମଧ୍ୟ ଏଥି ପ୍ରତି ଗୁରୁତ୍ୱ ଦେବା କଥା । କାରଣ ଘରେ ସକରାତ୍ମକ ଶକ୍ତି ପହଞ୍ଚିବା ପାଇଁ କିଛି କାର୍ଯ୍ୟ ପ୍ରତି ଦୃଷ୍ଟି ଦେବା ଜରୁରୀ । ଆସନ୍ତୁ ଜାଣିବା ନେମ୍‌ ପ୍ଲେଟ୍‌ ଲଗାଇବା ବେଳେ କ’ଣ ରହିଛି ବାସ୍ତୁ ଶାସ୍ତ୍ରର ନିୟମ ।

name plate.jpg-1

ନେମ୍‌ ପ୍ଲେଟ୍‌ କେଉଁଠି ରହିବା ଦରକାର

ନେମ୍‌ ପ୍ଲେଟ୍‌ ଘରର ମୁଖ୍ୟ ଗେଟ୍‌ର ବାମ ପଟରେ ରହିବା ଦରକାର । ଏପରି ଲଗାଇବା ଦରକାର ଯେପରି ନ ଖସି ପଡେ । ଏହା ସହିତ ମୁଖ୍ୟ ଦ୍ୱାରର ଟିକିଏ ଉପରେ ରହିବା ଦରକାର । ଯେପରି ଏହା ସମସ୍ତଙ୍କୁ ଦେଖା ଯିବ । ଏହାଦ୍ୱାରା ଘର ପରିବାରରେ ଟେନ୍‌ସନ୍‌ କମ୍‌ ହୋଇଥାଏ ।

name plate.jpg-5

ଆକାର କିପରି ହେବା ଦରକାର

ନେମ୍‌ ପ୍ଲେଟ ସର୍ବଦା ଗୋଲାକାର କିମ୍ବା ତ୍ରିକୋଣାକାରରେ ତିଆରି କରିବା ଦରକାର । ଏହାକୁ ଦିଆଲ ସହ ପୂର୍ଣ୍ଣ ଭାବରେ ଲଗାଇ ରଖନ୍ତୁ । ଯେପରି ଏହା ହଲ୍‌ ଚଲ୍‌ ନହୁଏ । ନେମ୍‌ ପ୍ଲେଟ୍‌ରେ ଦୁଇ ଲାଇନ୍‌ରୁ ଅଧିକ ଲେଖିବା ଅନୁଚିତ୍‌ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ଘରେ ଖୁସିର ମାହୋଲ ସୃଷ୍ଟି ହୋଇଥାଏ ।

name plate.jpg2

ନେମ୍‌ ପ୍ଲେଟ୍‌ ଆଗରେ ଏମିତି କିଛି ରଖନ୍ତୁ ନାହିଁ

ନେମ୍‌ ପ୍ଲେଟ୍‌ ଆଗରେ କୈାଣସି ଗଛ, ଇଲେକ୍‌ଟ୍ରୋନିକ୍‌ ଦ୍ରବ୍ୟ, ସଫା କରିବା ଜିନିଷ କିମ୍ବା କୈାଣସି ଓଜନିଆ ଦ୍ରବ୍ୟ ରଖନ୍ତୁ ନାହିଁ । ବାସ୍ତୁ ଅନୁସାରେ ଏଥିରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

name plate-3

ସଫା-ସୁତର ପ୍ରତି ଧ୍ୟାନ ଦିଅନ୍ତୁ

ଘରର ସଫା ସହିତ ନେମ୍‌ ପ୍ଲେଟ୍‌ର ମଧ୍ୟ ସଫା ରଖନ୍ତୁ । ଧ୍ୟାନ ରଖନ୍ତୁ ଯେ ନେମ୍‌ ପ୍ଲେଟ୍‌ ଯେପରି ଖଣ୍ଡିଆ କିମ୍ବା ନଭାଙ୍ଗେ । ଯଦି ଏହା ଖରାପ ହୋଇଛି ତେବେ ଏହାକୁ ତୁରନ୍ତ ବଦଳାନ୍ତୁ । ଯାହାଦ୍ୱାରା ଘରେ ସକରାତ୍ମକ ଶକ୍ତି ସୃଷ୍ଟି ହେବ ।

name plate.jpg-4

ନେମ୍‌ ପ୍ଲେଟ୍‌ ଉପରେ କୈାଣସି ଚିତ୍ର ରଖନ୍ତୁ ନାହିଁ

ନେମ୍‌ ପ୍ଲେଟ୍‌କୁ ସର୍ବଦା ସାଦା ବନାନ୍ତୁ । ଏହା ଉପରେ ପଶୁ ପକ୍ଷୀଙ୍କ ଚିତ୍ର କିମ୍ବା କୈାଣସି ସାଜସଜ୍ଜା କରନ୍ତୁ ନାହିଁ । ଏକଥା ମଧ୍ୟ ଧ୍ୟାନ ରଖିବା ଉଚିତ ଯେ ଏହା ଉପରେ କୈାଣସି ଛିଦ୍ର ନହେବା ଉଚିତ୍‌ ।

– ଘର ମାଲିକଙ୍କ ରାଶି ଅନୁଯାୟୀ ନେମ୍‌ ପ୍ଲେଟ୍‌ର ରଙ୍ଗ ହେବା ଦରକାର ।
– ନେମ୍‌ ପ୍ଲେଟ୍‌ ସର୍ବଦା ସଫା ରହିବା ଉଚିତ ।
– ଏକ ସଙ୍ଗରେ ଦୁଇଟି ନେମ୍‌ ପ୍ଲେଟ ଲଗାନ୍ତୁ ନାହିଁ ।
– ଧ୍ୟାନ ଦେବେ, ଏହା ପଛରେ ଝିଟିପିଟି କିମ୍ବା ବୁଢ଼ିଆଣି ଯେପରି ନରୁହେ ।
– ଏଥିରେ ଲେଖା ଅକ୍ଷର ସମାନ ଓ ଠିକ୍‌ ହେବା ଦରକାର । ଭଙ୍ଗା ଅକ୍ଷର ବାସ୍ତୁ ଦୋଷ ସୃଷ୍ଟି କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.