ଯଦି ଆମେରିକା ରାଷ୍ଟ୍ରପତି ପଦରୁ ଡୋନାଲ୍ଟ ଟ୍ରମ୍ପ ହଟିଯାଆନ୍ତି, ତେବେ ଆଜୀବନ ମାନିବାକୁ ପଡ଼ିବ ଏସବୁ ନିୟମ

ରାଷ୍ଟ୍ରପତି ପଦରୁ ହଟିବା ପରେ ଡୋନାଲ୍ଟ ଟ୍ରମ୍ପଙ୍କ ଉପରେ ଆମେରିକାର କେତେକ ନିୟମ ଲାଗୁ ହୋଇଯିବ। ଏହି ନିୟମ ଅନୁସାରେ ଟ୍ରମ୍ପଙ୍କ ଉପରେ ଆଜୀବନ କେତେକ ରୋକ୍‌ ଲାଗିଯିବ। ତାଙ୍କୁ କେତେକ ଏଭଳି ସର୍ତ୍ତ ମାନିବାକୁ ପଡ଼ିବ ଯାହା ଫଳରେ ତାଙ୍କ ଜୀବନରେ ପ୍ରାଇଭେସୀ ନାମକ କୌଣସି ଜିନିଷ ରହିବ ନାହିଁ। ଆମେରିକାର ପୂର୍ବ ରାଷ୍ଟ୍ରପତିଙ୍କ ଉପରେ ଲାଗୁ ହେଉଥିବା ଏହି ନିୟମ ଏତେ କଡ଼ା ଯେ ବାରାକ ଓବାମାଙ୍କ ଭଳି ବ୍ୟକ୍ତି ମଧ୍ୟ ରାଗିଯାଆନ୍ତି। ଆସନ୍ତୁ ଜାଣିବା ରାଷ୍ଟ୍ରପତି ପଦରୁ ହଟିବା ପରେ ଟ୍ରମ୍ପଙ୍କୁ କେଉଁ କେଉଁ ନିୟମ ମାନିବାକୁ ପଡ଼ିବ…

ଡ୍ରାଇଭିଂ କରିବା ମନା:

ଆମେରିକାର ପୂର୍ବ ରାଷ୍ଟ୍ରପତିଙ୍କ ଜୀବନ ସବୁବେଳେ ବିପଦରେ ରହିଥାଏ। ଏଣୁ ସେମାନଙ୍କୁ ଆଜୀବନ ସୁରକ୍ଷା ଦିଆଯାଏ ଓ ଗୁଇନ୍ଦା ସଂସ୍ଥାର ଏଜେଣ୍ଟ ସବୁବେଳେ ତାଙ୍କ ସହ ରହିଥାଆନ୍ତି। ଆମେରିକାର କୌଣସି ପୂର୍ବ ରାଷ୍ଟ୍ରପତି ଶୂନଶାନ ରାସ୍ତାରେ ତ ଡ୍ରାଇଭିଂ କରିପାରିବେ କିନ୍ତୁ ସାର୍ବଜନିକ ଭାବେ ସେମାନଙ୍କୁ ଡ୍ରାଇଭିଂ କରିବା ମନା।

Barack Obama

ଆଜୀବନ ମିଳେ ଜାତୀୟ ସୁରକ୍ଷାର ବଡ଼ ଅପଡେଟ୍ସ:

ରାଷ୍ଟ୍ରପତି ପଦରେ ଥିବା ବେଳେ ରାଷ୍ଟ୍ରପତିଙ୍କୁ ଜାତୀୟ ସୁରକ୍ଷାର ଅପଡେଟ୍‌ ମିଳିବା ସ୍ୱାଭାବିକ କଥା। କିନ୍ତୁ ଆମେରିକାରେ ଅବସର ପରେ ବି ରାଷ୍ଟ୍ରପତିଙ୍କୁ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ଅପଡେଟ୍‌ ଦିଆଯାଇଥାଏ।

ସମସ୍ତ ପୂର୍ବ ରାଷ୍ଟ୍ରପତିଙ୍କ ନାଁରେ ପୁସ୍ତକାଳୟ:

୧୯୫୫ ପ୍ରେସିଡେନ୍ସିଆଲ୍‌ ଲାଇବ୍ରେରିଜ୍‌ ଆକ୍ଟ ଅନୁସାରେ ସମସ୍ତ ପୂର୍ବ ରାଷ୍ଟ୍ରପତିଙ୍କ ନାଁରେ ଗୋଟିଏ ଲେଖାଏଁ ଲାଇବ୍ରେରୀ ହେବ। ଏହି ଲାଇବ୍ରେରୀରେ ସମ୍ପୃକ୍ତ ବ୍ୟକ୍ତି ରାଷ୍ଟ୍ରପତି ଭାବେ ନେଇଥିବା ନିଷ୍ପତ୍ତିଗୁଡ଼ିକ ଓ ତାଙ୍କ କାର୍ଯ୍ୟକାଳର ପ୍ରମୁଖ ଘଟଣା ବିଷୟରେ ସୂଚନା ରହିଥାଏ।

Donald Trump

ପୂର୍ବ ରାଷ୍ଟ୍ରପତିଙ୍କ ପ୍ରାଇଭେଟ୍‌ ଲାଇଫ୍‌ରେ ଗ୍ରହଣ:

ପୂର୍ବ ରାଷ୍ଟ୍ରପତିଙ୍କ ନାଁରେ ଆସୁଥିବା ପ୍ୟାକେଜ୍‌, ପତ୍ର କିମ୍ବା ଅନ୍ୟ ବସ୍ତୁକୁ ସିକ୍ରେଟ୍‌ ସର୍ଭିସ୍‌ ଏଜେଣ୍ଟ ଯାଞ୍ଚ କରିଥାନ୍ତି। ଆମେରିକାର ପୋଷ୍ଟାଲ ସର୍ଭିସ ମଧ୍ୟ ପୂର୍ବ ରାଷ୍ଟ୍ରପତିଙ୍କ ନାଁରେ ଆସୁଥିବା ପ୍ୟାକେଟ୍‌କୁ ତନ୍ନତନ୍ନ କରି ଯାଞ୍ଚ କରିଥାଏ। ତାଙ୍କ ଫୋନ୍‌, ଚାଟ୍‌, ମେସେଜ୍‌ ଉପରେ ମଧ୍ୟ ସୁରକ୍ଷା ଏଜେନ୍ସିର ନଜର ରହିଥାଏ। କେବଳ ଏତିକି ନୁହେଁ ପୂର୍ବ ରାଷ୍ଟ୍ରପତି କେବେ ବି ଏକୁଟିଆ ରହିପାରିବେ ନାହିଁ। ତାଙ୍କ ସହ ସବୁବେଳେ ସିକ୍ରେଟ ସର୍ଭିସର ସଦସ୍ୟ ଛାଇ ଭଳି ରହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.