Below header

ପୁରୀ: କରୋନା ସମୟରେ ବେଧଡ଼କରେ ଚାଲିଥିଲା ଦେହ ବେପାର,ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ୩ ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ(କେନ୍ୟୁଜ୍): ପୁରୀ ବଳିଆପଣ୍ଡାରେ ସେକ୍ସ ରାକେଟ ଠାବ। ବଳିଆପଣ୍ଡା ଥାନା ପୋଲିସ ପୁଣି ଏକ ସେକ୍ସ ରାକେଟକୁ ଧରିବାରେ ସଫଳ ହୋଇଛି। ଏକ ହୋଟେଲରେ ଚଢ଼ାଉ କରି ଏକାଧିକ ବଙ୍ଗୀୟ ଯୁବତୀଙ୍କ ସହ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗତକାଲି ସନ୍ଧ୍ୟାରେ ଏକ ହୋଟେଲର ୩ଟି କୋଠରୀରେ ପୋଲିସ ଚଢ଼ାଉ କରିଥିଲା ।

ଗୋଟିଏ କୋଠରୀରେ ୪ଜଣ ଯୁବତୀ ଓ ଅନ୍ୟ ଦୁଇ କୋଠରୀରେ ଯୁବକ ଓ ଯୁବତୀଙ୍କୁ ଧରିିଥିଲେ ପୋଲିସ । ଗିରଫ ବ୍ୟକ୍ତିଙ୍କୁ କୋର୍ଟଚାଲାଣ କରାଯାଇଛି। ଗତ ସେପ୍ଟେମ୍ବର ୧୪ତାରିଖରେ ପୋଲିସ ଚଢ଼ାଉ କରି ୨ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.