Below header

କଟକଣା ନମାନି ବାଣ ତିଆରି କରୁଥିଲେ, ଆସିକା ନଳବଣ୍ଟାରୁ ଆଠ ଟ୍ରକ୍‌ ବାଣ ଜବତ କଲା ପୋଲିସ୍‌

ଭଞ୍ଜନଗର : କରୋନା ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆସନ୍ତା ଦୀପାବଳି ପାଇଁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ତେବେ ଏହି କଟକଣା ଭିତରେ ବି ଗଂଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମ ନିକଟରେ ବେଆଇନ ବାଣ ତିଆରି ଚାଲିଥିଲା । ଏହା ଉପରେ ପୋଲିସ ଚଢ଼ାଉ କରି ପ୍ରାୟ ଆଠଟି ଟ୍ରକରେ ବିଭିନ୍ନ ପ୍ରକାରର ବାଣ, ବାରୁଦ ଓ ବାଣ ତିଆରି ସାମଗ୍ରୀ ଜବତ କରିଛି । ବାଣ ତିଆରି କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଘଟଣା ସ୍ଥଳରୁ ୧୨ ଜଣ ଫେରାର ହୋଇ ଯାଇଛନ୍ତି ।

CRACKER-2

ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଚଢ଼ାଉ ସମୟରେ ଭଂଜନଗର ଉପଜିଲ୍ଲାପାଳ, ଆସିକା ଥାନାର ନୂଆଁ ଅଧିକାରୀ ଓ ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.