Below header

ଏହି ସ୍ଥାନରେ ଗଛରୁ ପ୍ରକଟ ହୋଇଥିଲେ ହନୁମାନ, ଜାଣନ୍ତୁ କଣ ରହିଛି ଏହି ମନ୍ଦିରର ରହସ୍ୟ

କଳିଯୁଗରେ ହନୁମାନଙ୍କ ପୂଜା କରିବା ଲୋକଙ୍କ ପାଇଁ କଲ୍ୟାଣକାରୀ ହୋଇଥାଏ। ଯଦି ଜୀବନରେ ହନୁମାନଙ୍କର କୃପା ରହିଥାଏ ତେବେ ସମସ୍ତ କାମ ସଫଳ ହୋଇଥାଏ। ସାରା ବିଶ୍ବରେ ରାମ ଭକ୍ତ ହନୁମାନଙ୍କର ଅନେକ ମନ୍ଦିର ରହିଛି। ଯେଉଁଠାରେ ଭଗବାନଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିରହିଥାଏ। ଏହା ମଧ୍ୟରୁ ଏକ ମନ୍ଦିର ହେଉଛି ମିର୍ଜାପୁରର ବିନ୍ଧ୍ୟାଞ୍ଚଳ ପର୍ବତ ଉପରେ ଅବସ୍ଥିତ ବନ୍ଧବା ହନୁମାନ ମନ୍ଦିର।

hanuman-jiହନୁମାନଙ୍କର ଏହି ପ୍ରତିମା କେବେଠାରୁ ଏଠାରେ ପ୍ରକଟ ହୋଇଛି ତାହା ଉଲ୍ଲେଖ କରାଯାଇ ନାହିଁ କିନ୍ତୁ ଲୋକମାନଙ୍କ ମତ ଅନୁଯାୟୀ ବାଲ୍ୟ ରୂପରେ ସର୍ବ ପ୍ରଥମେ ହନୁମାନ ଏହି ବୃକ୍ଷରୁ ପ୍ରକଟ ହୋଇଥିଲେ। ଧାର୍ମିକ ମାନ୍ୟତା ଅନୁଯାୟୀ ବିନ୍ଧ୍ୟାଞ୍ଚଳରେ ତ୍ରିକୋଣ ଯାତ୍ରାର ବିଶେଷ ମହତ୍ବ ରହିଛି। ଏହି ତ୍ରିକୋଣ ଯାତ୍ରା ଜରିଆରେ ଲୋକମାନେ ବାବା ବନ୍ଧବା ହନୁମାନଙ୍କୁ ଦର୍ଶନ କରିବା ପାଇଁ ଯାଇଥାନ୍ତି। ମାନ୍ୟତା ରହିଛି ହନୁମାନଙ୍କ ଦର୍ଶନ ବିନା ବିନ୍ଧ୍ୟାଞ୍ଚଳ ଧାମର ଯାତ୍ରା ପୂରଣ ହୋଇନଥାଏ।

hanumanପ୍ରାଚୀନ ଯୁଗରୁ ବିନ୍ଧ୍ୟାଞ୍ଚଳ ପର୍ବତ ନିକଟରେ ବନ୍ଧବା ହନୁମାନ ମନ୍ଦିର ଅବସ୍ଥିତ। ଶ୍ରଦ୍ଧାଳୁମାନଙ୍କର ମତ ଅନୁଯାୟୀ ଭଗବାନ ବାଲ୍ୟ ରୂପରେ ସର୍ବପ୍ରଥମେ ଏହି ବୃକ୍ଷରୁ ପ୍ରକଟ ହୋଇଥିଲେ। ଏହା ପରେ ଏହି ପ୍ରତିମାର ଆକାର ଆଜି ପର‌୍ୟ୍ୟନ୍ତ ମଧ୍ୟ ବଢିବାରେ ଲାଗିଛି। ବିଶେଷ ରୂପେ ଅଧିକାଂଶ ଲୋକମାନେ ଶନିଦେବଙ୍କ ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ମନ୍ଦିରକୁ ଆସିଥାନ୍ତି।
ଶନିବାର ଦିନ ଯେଉଁ ଭକ୍ତ ହନୁମାନଙ୍କୁ ଲଡୁ, ତୁଳସୀ ଏବଂ ଫୁଲ ଅର୍ପଣ କରିଥାନ୍ତି ତାଙ୍କର ଗ୍ରହ ଦୋଷ ଦୂର ହୋଇଥାଏ। ଏହି ମନ୍ଦିରରେ ଛୋଟ ପିଲା ଭଳି ହନୁମାନଙ୍କ ପ୍ରତିମା ଅବସ୍ଥିତ। ଏଠାରେ ଅବସ୍ଥିତ ବାଲ୍ୟ ରୂପି ଅନୁମାନ ଲୋକମାନଙ୍କର ସମସ୍ତ କଷ୍ଟରୁ ମୁକ୍ତି ଦେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.