Below header

କେବେ ପଡୁଛି ସୋମବତୀ ଅମାବାସ୍ଯା, ଜାଣନ୍ତୁ ଏହାର ମହତ୍ତ୍ବ ଏବଂ ଶୁଭ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ସୋମବତୀ ଅମାବାସ୍ଯାର ବିଶେଷ ମହତ୍ତ୍ବ ରହିଥାଏ। ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ପ୍ରତି ମାସର ଅମାବାସ୍ଯା ରହିଥାଏ। ଯେଉଁ ଅମାବାସ୍ଯା ସୋମବାର ଦିନ ପଡିଥାଏ, ତାହାକୁ ସୋମବତୀ ଅମାବାସ୍ଯା କୁହାଯାଏ।

ଏହି ଦିନରେ ଚନ୍ଦ୍ରମାର ଦର୍ଶନ ମିଳି ନଥାଏ। ଚଳିତଥର ଚୈତ୍ର ମାସରେ ସୋମବତୀ ଅମାବାସ୍ଯା ଆସନ୍ତା ସୋମବାର ଅର୍ଥାତ୍ ୧୨ ଏପ୍ରିଲ ଦିନ ପଡୁଛି। ୨୦୨୧ରେ ପଡୁଥିବା ଏହା କେବଳ ଏକମାତ୍ର ସୋମବତୀ ଅମାବାସ୍ଯା। ଏହି ଅମାବାସ୍ଯା ଦିନ ଭଗବାନ ଶିବଙ୍କୁ ପୂଜା କରି କୁଣ୍ଡଳୀରେ ଥିବା ଦୁର୍ବଳ ଚନ୍ଦ୍ରମାକୁ ବଳବାନ କରିପାରିବେ। ଏହି ଦିନରେ ଦାନ କରିବାର ବିଶେଷ ମହତ୍ତ୍ବ ରହିଛି। ଧାର୍ମିକ ଶାସ୍ତ୍ର ଅନୁସାରେ ସୋମବତୀ ଅମାବାସ୍ଯା ଦିନ ଦାନ କଲେ ସୁଖ ସମୃଦ୍ଧି ମିଳିଥାଏ।

ସୋମବତୀ ଅମାବାସ୍ଯା କରିବାର ତିଥି ଏବଂ ଶୁଭ ମୁହୂର୍ତ୍ତ:

୧୧ ଏପ୍ରିଲ ସକାଳ ୬.୦୩ରୁ ଆରମ୍ଭ ହୋଇ ୧୨ ଏପ୍ରିଲ ସକାଳ ୮ଟା ଯାଏଁ ରହିବ।

shiv

ସୋମବତୀ ଅମାବାସ୍ଯର ମହତ୍ତ୍ବ:

ପୌରାଣିକ କଥା ଅନୁସାରେ, ସୋମବତୀ ଅମାବାସା ଦିନ ପବିତ୍ର ନଦୀ, ପୋଖରୀ କିମ୍ବା କୁଣ୍ଡରେ ସ୍ନାନ କରିବା ପରେ ସୂର୍ଯ୍ଯ ଦେବଙ୍କୁ ଅର୍ଘ୍ଯ ଦେବାର ବିଶେଷ ମହତ୍ତ୍ବ ରହିଥାଏ। ଏହି ଦିନ ଭଗବାନ ଶିବଙ୍କୁ ପୂଜା ଅର୍ଚ୍ଚନା କରିବା ଫଳଦାୟୀ ବୋଲି କୁହାଯାଏ। ସୋମବତୀ ଅମାବାସଯା ଦିନ ଦେବୀ ଲକ୍ଷ୍ମୀଙକୁ ପୂଜା କରିବା ଦ୍ବାରା ଶୁଭଫଳ ମିଳିଥାଏ। ଏହିଦିନ ବିବାହିତ ନାରୀ ଅଶ୍ବତ୍ଥ ଗଛ ମୂଳେ ପୂଜା କରିବା ଦ୍ବାରା ସ୍ବାମୀଙ୍କର ଦୀର୍ଘାୟୁଷ କାମନା କରିବା ପାଇଁ ବ୍ରତ ରଖିଥାଏ। ଏହିଦିନରେ ପିତୃ ପୂରୁଷ ତର୍ପଣ କରିବା ଫରେ ଆଶୀର୍ବାଦ ମିଳିଥାଏ ଏବଂ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.