Below header

ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ପାଳନ କରାଯାଏ ଶିଶୁ ଦିବସ, ଜାଣନ୍ତୁ କାହିଁକି

ସମଗ୍ର ଦେଶରେ ଶିଶୁ ଦିବସ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଥାଏ। ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ଜନ୍ମଦିନକୁ ହିଁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ। ଜବାହାରଲାଲ ନେହେରୁଙ୍କ ଜନ୍ମ ୧୪ ନଭେମ୍ବରରେ ହୋଇଥିଲା। ସେ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ଏହିକାରଣରୁ ପିଲାମାନେ ତାଙ୍କୁ ଚା ଚା ନେହେରୁ ବୋଲି ଡାକିଥାନ୍ତି। ନେହେରୁ କହୁଥିଲେ ପିଲାମାନେ ହେଉଛନ୍ତି ଦେଶର ଭବିଷ୍ୟତ। ଏଥିପାଇଁ ସେମାନଙ୍କୁ ଭଲପାଇବା ଦେବା ସହ ଦେଖାଶୁଣା କରିବା ନିହାତି ଜରୁରୀ, ଯାହାଦ୍ୱାରା ସେମାନେ ନିଜ ଗୋଡରେ ନିଜେ ଛିଡା ହୋଇପାରିବେ । ଶିଶୁ ଦିବସ ଅବସରରେ ସ୍କୁଲରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା ଏବଂ ପ୍ରତିଯୋଗୀତା ମଧ୍ୟ ଆୟୋଜନ କରାଯାଇଥାଏ। ଏହି ଦିନ ସ୍କୁଲ୍‌ ଏବଂ ବିଭିନ୍ନ ଅନୁଷ୍ଠାନରେ ପିଲାମାନଙ୍କ ମଧ୍ୟରେ ମିଠା ବଣ୍ଟା ଯାଇଥାଏ।

Jawaharlalଭାରତରେ କେବେଠାରୁ ଆରମ୍ଭ ହେଲା ଶିଶୁ ଦିବସ ପାଳନ

ଭାରତରେ ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ବଡ ଧୂମଧାମର ସହ ଶିଶୁ ଦିବସ ସହ ପାଳନ କରାଯାଇଥାଏ। ପିଲାମାନଙ୍କ ପ୍ରତି ଜବାହାରଲାଲ ନେହେରୁଙ୍କ ଭଲପାଇବା ଏବଂ ସ୍ନେହକୁ ଦେଖି ତାଙ୍କ ଜନ୍ମଦିନକୁ ହିଁ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ। ୨୭ ମେ ୧୯୬୪ ମସିହାରେ ପଣ୍ଡିତ ଜବାହାରଲାଲ୍‌ ନେହେରୁଙ୍କ ମୃତ୍ୟୁ ପରେ ପିଲାମାନଙ୍କ ପ୍ରତି ତାଙ୍କ ଭଲପାଇବାକୁ ଦେଖି ପ୍ରତ୍ୟେକ ବର୍ଷ ୧୪ ନଭେମ୍ବରରେ ଚାଚା ନେହେରୁଙ୍କ ଜନ୍ମଦିବସରେ ଶିଶୁ ଦିବସର ଆୟୋଜନ କରାଯିବା ନେଇ ସର୍ବସମ୍ମତି ଦ୍ୱାରା ଏହା ନିଷ୍ପତ୍ତି ହୋଇଥିଲା।

Childrens_Day_2ଶିଶୁ ଦିବସର ଇତିହାସ

୧୯୨୫ ମସିହାରୁ ହିଁ ଶିଶୁ ଦିବସ ପାଳନ କରାଯାଉଛି କିନ୍ତୁ ୟୁଏନ ୨୦ ନଭେମ୍ବର ୧୯୫୪ ମସିହାରେ ଶିଶୁ ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ବିିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ କରାଯାଇଥାଏ। ଭାରତରେ ଶିଶୁ ଦିବସ ୧୯୬୪ରେ ପ୍ରଧାନମନ୍ତ୍ରୀ ଜବାହାରଲାଲ୍‌ ନେହେରୁଙ୍କ ନିଧନ ପରେ ପାଳନ କରାଯାଇଥିଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.