ଆଜି ରାଜ୍ୟରେ ନୂଆ ୯୦୨ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୧୫ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ନୂଆ ୯୦୨ ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୫୨୩, ଲୋକାଲ କଣ୍ଟାକ୍ଟ କେସ୍‌ ୩୭୯ ରହିଛି । ରାଜ୍ୟରେ ମୋଟ ପଜିଟିଭ୍‌ ୩,୦୭,୯୦୬କୁ ବୃଦ୍ଧି ପାଇଛି।

  ଏହାସହିତ ଆଜି ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ଯୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫, ଭୁବନେଶ୍ୱରରୁ ୩, ମୟୂରଭଞ୍ଜରୁ ୨ ଏବଂ ବାଲେଶ୍ୱର, କନ୍ଧମାଳ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ଯରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୫୧୦କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.